ବିକ୍ରି ହୋଇଗଲା ମାଧୁରୀ ଦୀକ୍ଷିତଙ୍କର ଆଲିଶାନ ବଙ୍ଗଳା, ହରିୟାଣା ଚୀଫ ମିନିସ୍ଟର ଦେଇଥିଲେ, ଏତେ କୋଟି ଟଙ୍କାରେ ହେଲା ଡିଲ

ମାଧୁରୀ ଦୀକ୍ଷିତ ବଲୀଉଡର ଜଣେ ଜଣା ଶୁଣା ଅଭିନେତ୍ରୀ ଅଟନ୍ତି । କହିବାକୁ ଗଲେ ହରିୟାଣାରେ ମାଧୁରୀ ଦୀକ୍ଷିତଙ୍କର ଏକ ଆଲିଶାନ ବଙ୍ଗଳା ଥିଲା ଯାହାର ଡିଲ ଗୁରୁବାର ଦିନ ପୁରା ହୋଇ ଯାଇଛି । ବଙ୍ଗଳାର ରେଜେସ୍ଟ୍ରୀ କରିବା ପାଇଁ ମାଧୁରୀ ଦୀକ୍ଷିତଙ୍କର ସ୍ଵାମୀ ଡା. ଶ୍ରୀରାମ ନେନେ ହରିୟାଣାର ପଞ୍ଚକୁଲା ଅଞ୍ଚଳକୁ ଯାଇଥିଲେ । ଆସନ୍ତୁ ଜାଣିବା କେତେ ଟଙ୍କାରେ ବିକ୍ରି ହେଲା ମାଧୁରୀଙ୍କର ଏହି ଆଲିଶାନ ବଙ୍ଗଳା ଓ କିଏ ଅଟେ ଏହି ବଙ୍ଗଳାର ନୂଆ ମାଲିକ । କହିବାକୁ ଗଲେ ମାଧୁରୀ ଦୀକ୍ଷିତଙ୍କର ଏହି ଆଲିଶାନ ବଙ୍ଗଳା ପଞ୍ଚକୁଲାର ଏମଡୀସୀ ସେକ୍ଟର ୪ରେ ଅବସ୍ଥିତ ।

ବର୍ଷ ୧୯୯୬ରେ ଚୀଫ ମିନିସ୍ଟର ମାଧୁରୀ ଦୀକ୍ଷିତଙ୍କୁ ଏହି ବଙ୍ଗଳା ଦେଇଥିଲେ । ବଙ୍ଗଳାର ନମ୍ବର ୩୧୦ ଅଟେ । ଏହି ବଙ୍ଗଳାର ରେଜେସ୍ଟ୍ରୀ ପାଇଁ ଗୁରୁବାର ଦିନ ଦ୍ଵିପହର ୨.୦୦ ସମୟରେ ମାଧୁରୀ ଦୀକ୍ଷିତଙ୍କର ସ୍ଵାମୀ ଡା. ଶ୍ରୀରାମ ମାଧବ ନେନେ ପଞ୍ଚକୁଲା ତହସିଲ କୁ ଆସିଥିଲେ । ଏହି ସମୟରେ ପାଖାପାଖି ୧ ଘଣ୍ଟା ମଧ୍ୟରେ ସମସ୍ତ କାଗଜ ପତ୍ର କାମ ଓ ରେଜେସ୍ଟ୍ରୀ କାମ ପୁରା କରାଗଲା । ଏହା ପରେ ରେଜେସ୍ଟ୍ରୀର ପୁରା କାର୍ଯ୍ୟ ଜ୍ଞାନ ଡକ୍ୟୁମେଂଟ ସେଣ୍ଟର ତରଫରୁ ପୁରା କରାଗଲା ।

ଖବର ଅନୁସାରେ ମାଧୁରୀ ଦୀକ୍ଷିତ ଏମଡୀସୀ ବଙ୍ଗଳାକୁ ୩ ଜଣଙ୍କ ନାମରେ ରେଜେସ୍ଟ୍ରୀ କରିଲେ । ଯାହାଙ୍କର ନାମ ଅମିତ ତନେଜା, ଭୁପେନ୍ଦ୍ର ତନେଜା ଓ ମନୀ ତନେଜା ଅଟେ । ବଙ୍ଗଳାର ରେଜେସ୍ଟ୍ରୀ ୩.୨୫ କୋଟି ଟଙ୍କାରେ ହୋଇଛି । ତହସୀଲଦାର ବିରେନ୍ଦ୍ର ଗିଲ ଓ ନାୟବ ତହସୀଲଦାରଙ୍କ ଅନୁସାରେ ମାଧୁରୀ ଦୀକ୍ଷିତଙ୍କର ସ୍ଵାମୀ ତାଙ୍କର ପାୱାର ଅଫ ଅଟର୍ନୀ ଆଣି ଏମଡୀସୀ ସେକ୍ଟର ୪ ବଙ୍ଗଳାକୁ ବିକ୍ରି କରିବା ପାଇଁ ଆସିଥିଲେ । କାଗଜ ପତ୍ରର ପୂରାପୂରି ଯାଞ୍ଚ କରିବା ପରେ ହିଁ ଏହି ରେଜେସ୍ଟ୍ରୀକୁ ପୁରା କରାଗଲା ।

୧୯୯୬ରେ ହରିୟାଣାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଚୌଧୁରୀ ଭଜନଲାଲ ମାଧୁରୀ ଦୀକ୍ଷିତଙ୍କୁ ଚୀଫ ମିନିସ୍ଟର କୋଟାରୁ ଏହି ବଙ୍ଗଳା ଦେଇଥିଲେ । ଯେଉଁଥିପାଇଁ ମାଧୁରୀ ଦୀକ୍ଷିତ ୨.୫ ଲକ୍ଷ ଟଙ୍କା ଦେଇଥିଲେ । ପଞ୍ଚକୁଲା ତହସିଲରେ ମିଡିଆ ଆସିବା କାରଣରୁ ଶ୍ରୀରାମ ରାଗି ଯାଇଥିଲେ ଓ ନିଜର କ୍ରୋଧ ପ୍ରକାଶ କରି ସେ କହିଲେ କି ପର୍ଶନାଲ କାମରେ ମିଡିଆକୁ ଦଖଲ ଦେବା ଉଚିତ ନୁହେଁ ।

ମିଡିଆ ସହିତ ତହସିଲ ଅଫିସରେ ଆହୁରି ବି କେତେକ ଲୋକମାନେ ପୂର୍ବରୁ ହିଁ ମାଧୁରୀ ଦୀକ୍ଷିତଙ୍କର ସ୍ଵାମୀଙ୍କୁ ଦେଖିବା ପାଇଁ ସେଠାରେ ଅପେକ୍ଷା କରିଥିଲେ । ଯେମିତି ହିଁ ଶ୍ରୀରାମ ନେନେ ତହସିଲ ବାହାରକୁ ଆସିଲେ ତ ସମସ୍ତେ ତାଙ୍କ ସହିତ ଫଟୋ ସେଶନ କରିବାକୁ ଲାଗିଲେ କିନ୍ତୁ ସେ କାହା ସହିତ କଥାବାର୍ତ୍ତା କରିଲେ ନାହିଁ । ଆପଣଙ୍କୁ କହିଦେଉଛୁ କି ଏହି ବଙ୍ଗଳା ୧୧୨ ସ୍କୋୟାର ମୀଟର କଭର କରିଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।