ଝିଅମାନେ ନୋଟିସ କରନ୍ତି ପୁଅ ମାନଙ୍କର ଏହି ୯ ଟି ଜିନିଷ ଓ ଆପଣଙ୍କୁ ଜଣା ବି ପଡେ ନାହିଁ

ଝିଅ ମାନେ କୌଣସି ପୁଅକୁ ପରଖିବା ପାଇଁ ବହୁତ ଉପାୟ ରଖିଥାନ୍ତି । ସେମାନେ ଆପଣଙ୍କ ବିଷୟରେ ନଜାଣି ଆପଣଙ୍କ ବିଷୟରେ ଏମିତି କିଛି କଥା କହିଦେବେ ଯାହା ବିଷୟରେ ଆପଣ ଭାବି ବି ନଥିବେ । ତେଣୁ ଯେଉଁ ପୁଅମାନେ ଭାବୁଛନ୍ତି କି, ଝିଅ ମାନେ କିଛି ଧ୍ୟାନ ଦିଅନ୍ତି ନାହିଁ ସେମାନେ ସତର୍କ ହେଇଯାନ୍ତୁ । ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ଝିଅମାନେ ପୁଅମାନଙ୍କର ପରଖୁଥିବା ଛୋଟ ଛୋଟ ଜିନିଷ ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ଏହି ୯ ଟି ଜିନିଷ ।

ଆପଣଙ୍କର ନଖ

ପୁଅମାନେ ସାଧାରଣତଃ ପେଡିକିଓର କିମ୍ବା ମେନିକୀଓର କରନ୍ତି ନାହିଁ, କିନ୍ତୁ ପୁଅମାନଙ୍କର ନଖ ସଫା ଓ ଭଲ ହୋଇଥିଲେ ଝିଅ ମାନଙ୍କୁ ଫରକ ପଡିଥାଏ ।

ସେନ୍ସ ଅଫ ହ୍ୟୁମର

କେବଳ ଝିଅମାନଙ୍କୁ ହସାଇବା କାଫି ହୋଇନଥାଏ । ଆପଣ କେଉଁ ପ୍ରକାରର ଯୋକ୍ସକୁ କ୍ରାକ କରୁଛନ୍ତି ତାହା ମଧ୍ୟ ବହୁତ ଜରୁରୀ ଅଟେ । ଆପଣ ଯେଉଁ ପ୍ରକାରର ଟପିକ ଉପରେ ଜୋକ୍ସ କରୁଛନ୍ତି ତାହା ମଧ୍ୟ ଝିଅମାନେ ଧ୍ୟାନ ଦେଇଥାନ୍ତି ।

କେତେସଫା ଅଛି ଆପଣଙ୍କର କାର ବା ବାଇକ

ଝିଅ ମାନେ ସାଧାରଣତଃ ଡେଟରେ ଯିବା ସମୟରେ ପୁଅ ମାନଙ୍କର କାର ବା ବାଇକ ଉପରେ ବହୁତ ଧ୍ୟାନ ଦିଅନ୍ତି, ତେଣୁ ଧ୍ୟାନ ଦେଉଥିବେ କି ଆପଣଙ୍କ କାର ବା ବାଇକ ଯେମିତି ସଫା ଥିବ ।

ଆପଣଙ୍କର ପରଶନାଲ ଷ୍ଟାଇଲ

ଆପଣଙ୍କୁ ଲାଗୁଥିବ ଆପଣ ଯାହାବି ପୋଷାକ ପିନ୍ଧୁଛନ୍ତି ତାଙ୍କୁ ଫରକ ପଡୁନଥିବ । ଫରକ ତ ପଡିବ ନାହିଁ ହେଲେ ସେମାନେ ଆପଣଙ୍କର ଷ୍ଟାଇଲକୁ ଜଜ୍ କରିବେ ।

ଆପଣଙ୍କର ମେସେଜ

ଆପଣ ପଠାଇ ଥିବା ଏକ ମେସେଜ ଆପଣଙ୍କ ପାଇଁ ଏକ ମେସେଜ ହୋଇପାରେ ହେଲେ ସେମାନଙ୍କ ପାଇଁ ଗ୍ରାମାରର କ୍ଳାସ୍ ହୋଇପାରେ । ସେମାନେ ଆପଣଙ୍କର ଗ୍ରାମାର ଚେକ୍ କରିବେ, ତେଣୁ ଭୁଲ ଇଂରାଜୀରୁ ସତର୍କ ରୁହନ୍ତୁ ।

ଆପଣଙ୍କ ଘଣ୍ଟା

କୁହାଯାଏ କି, ପୁଅମାନଙ୍କର ପର୍ଶନାଲିଟି ତାଙ୍କର ଜୋତାରୁ ଜଣା ପଡିଥାଏ ଓ ଘଣ୍ଟାରୁ ମଧ୍ୟ ଜଣା ପଡିଥାଏ । ସେଥିପାଇଁ ଡିଜିଟାଲ ଓ କାଲକୁଲେଟର ଘଣ୍ଟା ଠାରୁ ଦୂରରେ ରୁହନ୍ତୁ ।

ଫୋନର ରିଙ୍ଗ ଟୋନ

ଆପଣଙ୍କର ରିଙ୍ଗଟୋନ ଆପଣଙ୍କ ବିଷୟରେ ବହୁତ କିଛି କହିଥାଏ । ସେଥିପାଇଁ ଭାବି ଚିନ୍ତି ରିଙ୍ଗଟୋନ ରଖନ୍ତୁ ।

ଅନ୍ୟ ଝିଅମାନଙ୍କ ସହ କଥା ହେବାର ଷ୍ଟାଇଲ

ନିଜର ଗର୍ଲଫ୍ରେଣ୍ଡ ଛଡା ଆପଣ ଅନ୍ୟ ଝିଅଙ୍କ ସହ କେମିତି କଥା ହେଉଛନ୍ତି ସେମାନେ ଏହାକୁ ନୋଟିସ କରିଥାନ୍ତି । ସେଥିପାଇଁ ଅନ୍ୟ ଝିଅମାନଙ୍କ ସହ ସତର୍କତାର ସହ କଥା ହୁଅନ୍ତୁ ।

ଆପଣଙ୍କର ବାଳ

ସୁନ୍ଦର କଳା ବାଳରେ ଝିଅମାନେ ଇମ୍ପ୍ରେସ ହୁଅନ୍ତି ନାହିଁ । ବାଳର ଷ୍ଟାଇଲ କେମିତି ଅଟେ ଏହା ମଧ୍ୟ ଅଧିକ ଜରୁରୀ ଅଟେ । ତେଣୁ ଏହି ସବୁ ଜିନିଷ ଉପରେ ଆପଣ ମାନେ ଧ୍ୟାନ ଦିଅନ୍ତୁ ଓ ସତର୍କ ରୁହନ୍ତୁ ।