ଭାଗ୍ୟଶ୍ରୀଙ୍କ ଝିଅ ବି ତାଙ୍କ ଭଳି ବହୁତ ଗ୍ଲାମରସ, ଦେଖିବା ପରେ ନଜର ହଟାଇ ପାରିବେ ନାହିଁ

ବର୍ତ୍ତମାନ ବଲୀଉଡରେ ଷ୍ଟାର କିଡ୍ସମାନଙ୍କର ସମୟ ଅଟେ । ଗତ ବର୍ଷ ବହୁତ ଷ୍ଟାର କିଡ୍ସ ବଡ ପରଦାରେ ପାଦ ରଖି ସାରିଛନ୍ତି । ବଲୀଉଡର ଷ୍ଟାର କିଡ୍ସ ଆର୍ୟନ, ନବ୍ୟା ନବେଲୀ, ସାରା ଅଲୀ ଖାନ, ଜାହ୍ନବୀ କପୁରଙ୍କ ପରେ ବର୍ତ୍ତମାନ ଭାଗ୍ୟଶ୍ରୀଙ୍କ ଝିଅ ଅବନ୍ତିକା ଦସାନୀ ବଲୀଉଡରେ ପାଦ ରଖିବାକୁ ଯାଉଛନ୍ତି । ସେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବହୁତ ଧମାଲ କରୁଛନ୍ତି ।

କହିବାକୁ ଗଲେ ସଲମାନ ଖାନଙ୍କ ସହିତ ଫିଲ୍ମ ‘ମେନେ ପ୍ୟାର କିୟା’ ରୁ ଭାଗ୍ୟଶ୍ରୀ ବହୁତ ଫେମସ ହୋଇଥିଲେ । କିଛି ଫିଲ୍ମ କରିବା ପରେ ଭାଗ୍ୟଶ୍ରୀ ହିମାଲୟ ଦସାନୀଙ୍କ ସହ ବିବାହ କରିନେଲେ ।

ଏହା ପରେ ଭାଗ୍ୟଶ୍ରୀ ପୁଅ ଅଭିମନ୍ୟୁ ଓ ଝିଅ ଅବନ୍ତିକାର ପାଳନ ପୋଷଣରେ ବ୍ୟସ୍ତ ହୋଇଗଲେ । କହିବାକୁ ଗଲେ ବହୁତ କଳାକାରମାନଙ୍କର ପୁଅ ଓ ଝିଅମାନେ ଏହି ଇଣ୍ଡଷ୍ଟ୍ରିରେ ନିଜର ପରିଚୟ କରିବା ପାଇଁ ପ୍ରୟାସ କରୁଛନ୍ତି । ଏହି ଆଧାରରେ ବର୍ତ୍ତମାନ ଭାଗ୍ୟଶ୍ରୀଙ୍କର ଝିଅ ଅବନ୍ତିକାର ନାମ ବି ଏହି ଲିସ୍ଟରେ ସାମିଲ ହୋଇ ଯାଇଛି ।

କହିବାକୁ ଗଲେ ମେନେ ପ୍ୟାର କିୟା ଫିଲ୍ମ ଦ୍ଵାରା ଭାଗ୍ୟଶ୍ରୀ ବଲୀଉଡ ଇଣ୍ଡଷ୍ଟ୍ରିରେ ଯେଉଁ ଧୁମ ମଚାଇ ଥିଲେ ତାହାକୁ କେହି ବି ଭୁଲି ପାରିବେ ନାହିଁ । ତାଙ୍କୁ ଏହି ରୋଲ ପାଇଁ ଆଜି ବି ମନେ ପକାଯାଏ । କହିବାକୁ ଗଲେ ଆଜି ସେ ବଲୀଉଡ ଠାରୁ ଦୂରେଇ ଯାଇଛନ୍ତି କିନ୍ତୁ ବର୍ତ୍ତମାନ ତାଙ୍କର ଝିଅ ଏହି ଇଣ୍ଡଷ୍ଟ୍ରିକୁ ଫେରୁଛନ୍ତି ।  ଏତିକି ନୁହେଁ ଯେତେବେଳେ ଲୋକମାନେ ତାଙ୍କର ଝିଅକୁ ଦେଖିଲେ ତ ଏମିତି ଲାଗିଲା କି ଯେମିତି ଛୋଟ ଭାଗ୍ୟଶ୍ରୀ ଫେରି ଆସିଛନ୍ତି ।

କହିଦେଉଛୁ କି ଭାଗ୍ୟଶ୍ରୀଙ୍କର ଝିଅ ଅବନ୍ତିକା ୨୧ ବର୍ଷର ଅଟନ୍ତି ଓ ସେ ଲଣ୍ଡନରେ ନିଜର ଶିକ୍ଷା ସମାପ୍ତ କରି ଇଣ୍ଡିଆ ଫେରି ଆସିଛନ୍ତି । ଯେମିତି ଆପଣ ସମସ୍ତେ ଜାଣିଛନ୍ତି କି ସେଲିବ୍ରିଟୀଙ୍କର ପିଲାମାନେ ଭାରତରେ ବହୁତ କମ ପଢନ୍ତି ଓ ସେମାନେ ନିଜର ଶିକ୍ଷା ବାହାରେ ହିଁ ପୁରା କରନ୍ତି । ଖବର ଅନୁସାରେ ଅବନ୍ତିକା ଏମିତି ଏକ ସ୍କ୍ରିପ୍ଟର ଅପେକ୍ଷା କରିଛନ୍ତି ଯାହା ତାଙ୍କୁ ଏକ ପରଫେକ୍ଟ ରୋଲ ଦେଇ ପାରିବ ଓ ଯାହା ଜରିଆରେ ସେ ବଲୀଉଡରେ ଏକ ବିସ୍ଫୋଟକ ଏଣ୍ଟ୍ରି ନେଇପାରିବେ ।