କମାଣ୍ଡୋ ହୋଇ ପାକରେ ସର୍ଜିକଲ ସ୍ଟ୍ରାଇକ କରିବେ ଟିଭିର ମହାଦେବ, ରିଲିଜ ହୋଇସାରିଛି ଫିଲ୍ମ

ଟିଭିର ପ୍ରସିଦ୍ଧ ଅଭିନେତା ମୋହିତ ରୈନା ‘ଦେବୋ କେ ଦେବ ମହାଦେବ’ରେ ଭଗବାନ ଶିବଙ୍କର ଅଭିନୟ କରିଥିଲେ । ଏହି ରୋଲ ପାଇଁ ମୋହିତ ରୈନା ବହୁତ ପରିଶ୍ରମ ମଧ୍ୟ କରିଥିଲେ ଏବଂ ତାଙ୍କର ଲୋକପ୍ରିୟତା ଏହି ଶୋରୁ ଜଣା ପଡିଥାଏ ଯେତେବେଳେ ଘରେ ଘରେ ଲୋକମାନେ ମୋହିତରେ ଭଗବାନ ଶିବଙ୍କୁ ଦେଖୁଥିଲେ । ଟିଭି ପରେ ସେ ସିଧା ୱେବ ସିରିଜ ୨୧ ସରଫରୋଶରେ କାମ କରିଲେ ।

ଏହା ପରେ ସେ ପ୍ରଥମ ଥର ବଲୀଉଡ ଫିଲ୍ମ ଉରିରେ ନଜର ଆସିବେ ଏବଂ ଏହି ଫିଲ୍ମ ସର୍ଜିକଲ ସ୍ଟ୍ରାଇକ ଉପରେ ଆଧାରିତ ହେବ । ଫିଲ୍ମର ଟ୍ରେଲର ହିଟ ଅଛି ଏବଂ ବର୍ତ୍ତମାନ ଫିଲ୍ମ ରିଲିଜ ହୋଇ ଯାଇଛି । କମାଣ୍ଡୋ ହୋଇ ପାକିସ୍ତାନରେ ସର୍ଜିକଲ ସ୍ଟ୍ରାଇକ କରିବାକୁ  ଯାଉଥିବା ଟିଭିର ମହାଦେବ, ଜାଣନ୍ତୁ ତାଙ୍କ ବିଷୟରେ କିଛି ଖାସ କଥା ।

କମାଣ୍ଡୋ ହୋଇ ପାକିସ୍ତାନରେ ସର୍ଜିକଲ ସ୍ଟ୍ରାଇକ କରିବେ ଟିଭିର ମହାଦେବ

ମୋହିତ ରୈନା ବର୍ତ୍ତମାନ ବଲୀଉଡ ଫିଲ୍ମ ଉରିରେ ଏକ ଆର୍ମୀ ଅଫିସର ରୂପରେ ନଜର ଆସିବେ । ଏବଂ ତାଙ୍କର ନାମ କୈପ୍ଟନ କରଣ କଶ୍ୟପ ଅଟେ ଏବଂ ଏହା ତାଙ୍କର ପ୍ରଥମ ଫିଲ୍ମ ଅଟେ । ୧୪ ଅଗଷ୍ଟ ୧୯୮୨ରେ ଜମ୍ମୁରେ ଜନ୍ମ ମୋହିତ ନିଜର ପିଲାବେଳ କାଶ୍ମୀରରେ ବିତାଇଛନ୍ତି । ମୋହିତଙ୍କର ଇଛା ଥିଲା କି ସେ ଜଣେ ଆର୍ମୀ ଅଫିସର ହେବା ପାଇଁ ।

ମୋହିତ କେବେବି ଅଭିନେତା ହେବାକୁ ଚାହୁଁ ନଥିଲେ କିନ୍ତୁ ଭାଗ୍ୟ ତାଙ୍କୁ ତାହାହିଁ ବନାଇଲା । ମୋହିତ କହିଲେ କି ତାଙ୍କର ପ୍ରାୟତଃ ପିଲାବେଳେ ସେ ଭାରତୀୟ ସୈନିକଙ୍କ ମଧ୍ୟରେ ବିତାଇ ଛନ୍ତି । ଏବଂ ସେ କହିଲେ କି ତାଙ୍କର ସ୍ଵପ୍ନ ଏହି ଫିଲ୍ମ ଜରିଆରେ ପୁରା ହୋଇଗଲା ।

ମୋହିତ ସର୍ଜିକଲ ସ୍ଟ୍ରାଇକ ବିଷୟରେ କିଛି ଜାଣି ନଥିଲେ ତାଙ୍କୁ ନିର୍ଦେଶକ ଆଦିତ୍ୟ ଧର ଏହି ସର୍ଜିକଲ ସ୍ଟ୍ରାଇକ ବିଷୟରେ ସବୁକିଛି କହିଲେ ଏବଂ ତାଙ୍କ ସହିତ ଏହି ଫିଲ୍ମ କରିବା ପାଇଁ ପୁରା ସାଥ ଦେଲେ । ସର୍ଜିକଲ ସ୍ଟ୍ରାଇକ ଉପରେ ତିଆରି ଫିଲ୍ମରେ ମୋହିତ ଏବଂ ବିକ୍କୀ କୌଶଲ ଅସଲ ଆର୍ମୀଙ୍କ ଅଫିସରଙ୍କ ପାଖକୁ ଯାଇ ୨ ସପ୍ତାହର ଟ୍ରେନିଂଗ ମଧ୍ୟ ନେଇଛନ୍ତି ।

ମୋହିତଙ୍କର ଅଫେୟର ଥିଲା ଏହି ଅଭିନେତ୍ରୀଙ୍କ ସହ

ମୋହିତ ରୈନା ଟିଭିରେ ମହାଦେବର ଅଭିନୟ କରିଥିଲେ ଏବଂ ମୌନୀ ରୟ ତାଙ୍କର ସତୀ ହୋଇ ବହୁତ ଲୋକ ପ୍ରିୟତା ହାସଲ କରିଥିଲେ । ଏହା ପରେ ତାଙ୍କ ସମ୍ପର୍କର ଖବର ପୁରା ଟିଭି ଦୁନିଆରେ ଖେଳିଗଲା ଏବଂ ଏମାନଙ୍କୁ ଲୋକମାନେ ବହୁତ ପସନ୍ଦ ମଧ୍ୟ କଲେ । ଯଦିଓ ଏମାନଙ୍କର ବ୍ରେକଅପ ହୋଇସାରିଛି ତଥାପି ଏମାନେ ଭଲ ସାଙ୍ଗ ଅଟନ୍ତି। ଆଗକୁ ଏମିତି ଅନେକ ଖବର ପାଇଁ ଶେୟାର କରନ୍ତୁ ଓ ଆମ ପେଜକୁ ଲାଇକ କାରନ୍ତୁ ।