Bollywood ଅଭିନେତା Govinda ଙ୍କୁ ଦେଖି କାନ୍ଦି କାନ୍ଦି କାହିଁକି ଗୋଡ ଧରି ପକାଇଲେ ହୀରୋ ସ୍ଵରାଜ, ଦେଖନ୍ତୁ …

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଓଲିଉଡ ର ପ୍ରତିଷ୍ଠିତ ଅଭିନେତା ସ୍ୱରାଜ ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ। ଏହି ଅଭିନେତା ନିଜର ଦମଦାର ଅଭିନୟ ମାଧ୍ୟମରେ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ଏବଂ ବେଶ ପ୍ରସିଦ୍ଧି ଓ ଲୋକପ୍ରିୟତା ହାସଲ କରିଛନ୍ତି। ତେବେ ଖବର ଅନୁସାରେ ଶୁଣିବାକୁ ମିଳୁଛି ଯେ ଓଲିଉଡ ଅଭିନେତା ସ୍ୱରାଜ ଗୋବିନ୍ଦା ଙ୍କୁ ଦେଖି ଭାବ ବିହ୍ଵଳ ହୋଇଗଲେ ଏବଂ ତାଙ୍କୁ ଦେଖି ତାଙ୍କ ପାଦ ପାଖରେ ଆଣ୍ଠେଇ ପଡ଼ିଲେ।

ତେବେ ବନ୍ଧୁଗଣ ଗୋବିନ୍ଦା ଙ୍କୁ ଦେଖି ଓଲିଉଡ ର ଏହି ଅଭିନେତା କଣ ପାଇଁ ଏତେ ମାତ୍ରାରେ ଭାବ ବିହ୍ଵଳ ହୋଇଗଲେ ଏବଂ ଗୋବିନ୍ଦା ଙ୍କ ପାଦ ତଳେ ଆଣ୍ଠେଇ ପଡ଼ିଲେ ତାହା କଣ ଆପଣ ମାନେ ଜାଣିଛନ୍ତି? ତେବେ ଏହା ପଛରେ କଣ ରହସ୍ୟ ରହିଛି ଆଜି ଆମେ ଆପଣ ମାନଙ୍କୁ କହିବୁ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

ବନ୍ଧୁଗଣ ସୂଚନା ଅନୁସାରେ ତରଙ୍ଗ ସିନେ ପ୍ରଡକ୍ସନ ନିକଟରେ ତରଙ୍ଗ ଉତ୍ସବ ସେଲିବ୍ରେଟ କରିଛି ଏବଂ ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ବଲିଉଡ ଷ୍ଟାର ଗୋବିନ୍ଦା ଯୋଗ ଦେଇଛନ୍ତି। ତେବେ ଗୋବିନ୍ଦା ଙ୍କୁ ଦେଖି ଓଲିଉଡ ର ଅଭିନେତା ସ୍ୱରାଜ ଭାବ ବିହ୍ଵଳ ହୋଇ ପଡିଥିଲେ କାରଣ ଗୋବିନ୍ଦା ତାଙ୍କର ଗୁରୁ ଅଟନ୍ତି।

ଗୋବିନ୍ଦା ଙ୍କୁ ଦେଖି ସ୍ୱରାଜ ତାଙ୍କ ପାଦ ପାଖରେ ଆଣ୍ଠେଇ ପଡ଼ିଥିଲେ ଏବଂ ପାଦ ଛୁଇଁ ମୁଣ୍ଡିଆ ମଧ୍ୟ ମାରିଥିଲେ। ସ୍ଵରାଜ ଏହା ବିଷୟରେ ତାଙ୍କ ଇଂଷ୍ଟାଗ୍ରାମ ପୋଷ୍ଟ ରେ ମଧ୍ୟ ଲେଖିଛନ୍ତି କି “ମୋ ପାଇଁ ସେ ମୋ ପ୍ରଭୁ, ତାଙ୍କଠୁ ଶିଖିଛି ବହୁତ୍ କିଛି… ଭାଗ୍ୟବାନ ତ ନିଶ୍ଚିତ ତାଙ୍କ ଚରଣ ସ୍ପର୍ଶ କରିବାର ସୁଯୋଗ ପାଇଲି” ।

କେବଳ ଅଭିନେତା ସ୍ୱରାଜ ହିଁ ନୁହେଁ ବରଂ ଓଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତ୍ରୀ ଏଲିନା ସାମନ୍ତରାୟ ମଧ୍ୟ ଗୋବିନ୍ଦା ଙ୍କ ସହିତ ଫଟୋ ଉଠାଇ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ରେ ସେୟାର କରିଛନ୍ତି ଏବଂ ଏହା ସହିତ ଅଭିନେତ୍ରୀ ଭୂମିକା ମଧ୍ୟ ଗୋବିନ୍ଦା ଙ୍କ ସହିତ ଉଠାଇ ଥିବା ସେଲ୍ଫି କୁ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ରେ ସେୟାର କରିଛନ୍ତି। ଅଭିନେତା ଶ୍ରୀତମ ମଧ୍ୟ ଗୋବିନ୍ଦା ଙ୍କ ସହିତ ସେଲ୍ଫି କୁ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ରେ ସେୟାର କରି ଖୁସି ପ୍ରକାଶ କରିଛନ୍ତି।


ତେବେ ଖବର ଅନୁସାରେ ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ ଗୋବିନ୍ଦା ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ଙ୍କ ଘରେ ଗତକାଲି ଲଞ୍ଚ ମଧ୍ୟ କରିଛନ୍ତି। ତେବେ ଏହି କଥାରେ କେତେ ମାତ୍ରାରେ ସତ୍ୟତା ରହିଛି ତାହା ଜଣା ନାହିଁ। ବଲିଉଡ ଷ୍ଟାର ଙ୍କ ଗୋବିନ୍ଦା ଙ୍କ ସହିତ ତାଙ୍କ ପତ୍ନୀ ମଧ୍ୟ ତାଙ୍କ ସହିତ ଯୋଗ ଦେଇଥିଲେ ଏବଂ ଏହି ନବ ବିବାହିତ ଦାମ୍ପତି ସହିତ କିଛି ମୁହୂର୍ତ୍ତ ଅତିବାହିତ କରିଥିଲେ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।