bollywood ର ଏହି 3 superstar ଙ୍କୁ ଏକା ସମୟରେ ଏହି ହିରୋଇନଙ୍କ ସହ ହେଲା ପ୍ରେମ କିନ୍ତୁ ମିଳିଥିଲା ଧୋକା

ବଲିଉଡ ଏକ ଏପରି ମାୟାନଗରୀ ଯେଉଁଠି କାମ କରୁ କରୁ କିଏ କେତେବେଳେ କାହା ପ୍ରେମରେ ପଡ଼ିଯାଏ କିଛି କହି ହୁଏନି । ସେହିପରି କିଛି ହେଇଥିଲା ବଲିଉଡ ର ୩ ସୁପରଷ୍ଟାର ଅଜୟ ଦେବଗନ୍, ସନ୍ନି ଦେଓଲ୍ ଓ ଅକ୍ଷୟ କୁମାରଙ୍କ ସହ । ଯେଉଁମାନେ କି ଏକା ସମୟରେ ଏକ ଅଭିନେତ୍ରୀଙ୍କ ପ୍ରେମରେ ପାଗଳ ହୋଇଥିଲେ ।

କିନ୍ତୁ ଅଭିନେତ୍ରୀ ଜଣଙ୍କ ଏହି ତିନି ଜଣଙ୍କ ମଧ୍ୟରୁ କାହାକୁ ବି ନିଜର ଜୀବନସାଥି କରି ନ ଥିଲେ । ସେ ହେଲେ ବଲିଉଡ ର ମସ୍ତ ମସ୍ତ ଗାର୍ଲ ରବିନା ଟଣ୍ଡନ୍ । ଯାହାଙ୍କ ସହ ଏହି ତିନି ଅଭିନେତା ଙ୍କ ନାମ ଯୋଡ଼ି ହୋଇଥିଲା । ପ୍ରଥମେ ହେଲେ ବଲିଉଡ ର ଅଢେଇଶ କିଲୋ ହାତ ରଖିଥିବା ସନ୍ନି ଦେଓଲ୍ ।

ରବିନା ଓ ସନ୍ନି ଦେଓଲ୍ ଏକା ସାଥିରେ ବହୁତ ଫିଲ୍ମ୍ କରିଥିଲେ ମଧ୍ୟ ସେମାନଙ୍କ ଭିତରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା ଫିଲ୍ମ୍ “ଇମତିହାନ୍” ରୁ । ଏହି ଫିଲ୍ମ୍ ରେ କାମ କରିବା ସମୟରେ ଏମାନେ ପରସ୍ପରକୁ ଡେଟ୍ କରିବା ମଧ୍ୟ ଆରମ୍ଭ କରିଥିଲେ । କିନ୍ତୁ ଏହି ସଂପର୍କ ବେଶୀ ଦିନ ଚାଲି ନ ଥିଲା ।

ରବିନା ଯେତେବେଳେ ଜାଣିଲେ ସନ୍ନି ଦେଓଲ୍ ପୂର୍ବରୁ ବିବାହିତ ବୋଲି ସେ ତାଙ୍କ ଠୁ ଦୂରେଇ ଯାଇଥିଲେ । ବଲିଉଡ ର ସିଙ୍ଘମ୍ କୁହା ଯାଉଥିବା ଅଭିନେତା ଅଜୟ ଦେବଗନ୍ ମଧ୍ୟ ରବିନାଙ୍କ ସୁନ୍ଦରତା ଆଗରେ ନତ ହୋଇଥିଲେ । ଏହି ଦୁଇ ଜଣଙ୍କ ମଧ୍ୟରେ ସଂପର୍କ ଗଢ଼ିଥିଲା ଫିଲ୍ମ୍ “ଗୈର୍” ରୁ । ବହୁତ ସମୟ ଯାଏ ଏମାନେ ପରସ୍ପରକୁ ଡେଟ୍ କରିଥିଲେ ।

ରବିନା, ଅଜୟଙ୍କୁ ବିବାହ କରିବା ପାଇଁ ମଧ୍ୟ ପ୍ରସ୍ତୁତ ଥିଲେ । କିନ୍ତୁ ଏମାନଙ୍କ ମଝିରେ ଆସି ଯାଇଥିଲେ କାଜଲ । ଅଜୟ, ରବିନା ଙ୍କୁ ଧୋକା ଦେଇ ୧୯୯୯ ରେ କାଜଲଙ୍କୁ ବିବାହ କରି ନେଇଥିଲେ । ବଲିଉଡ ର ଖିଲାଡ଼ି ଅକ୍ଷୟ କୁମାର ମଧ୍ୟ ରବିନା ଙ୍କ ପ୍ରେମରେ ପଡ଼ିଥିଲେ । ରବିନାଙ୍କର ଯେତେବେଳେ ସନ୍ନି ଦେଓଲ୍ ଙ୍କ ସହ ବ୍ରେକ ଅଫ୍ ହୋଇଥିଲା ସେତେବେଳେ ସେ ଅକ୍ଷୟ ଙ୍କ ନିକଟତର ହୋଇଥିଲେ ।

ସେହି ସମୟରେ ଏମାନେ ଫିଲ୍ମ୍ “ମୋହରା” ରେ କାମ କରୁଥିଲେ । କିନ୍ତୁ ଅକ୍ଷୟ କୁମାର, ଶିଳ୍ପା ସେଟ୍ଟୀ ଙ୍କ ପ୍ରେମରେ ମଧ୍ୟ ପଡ଼ିଥିଲେ । ସେ ରବିନା ଙ୍କ ସହ ଶିଳ୍ପା ଙ୍କୁ ମଧ୍ୟ ଡେଟ୍ କରିବାକୁ ଲାଗିଲେ । ଏହି କଥା ଜାଣିବା ପରେ ରବିନା ଭାଙ୍ଗି ପଡିଥିଲେ ଓ ଅକ୍ଷୟ ଙ୍କ ସହ ବ୍ରେକ ଅଫ୍ କରି ଦେଇଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।