ଡ୍ୟାନ୍ସ କରି ମଞ୍ଚ ଦୋହଲାଇ ଦେଲେ କମେଡିଆନ Gudu ଏବଂ ଅଭିନେତ୍ରୀ Aishwarya, ଦେଖନ୍ତୁ ସେମାନଙ୍କ ଅଫସ୍କ୍ରିନ ମସ୍ତି 

କମେଡି କଳାକାର ଗୁଡୁଙ୍କୁ ତ ଆପଣ ନିଶ୍ଚୟ ଜାଣିଥିବେ । ନିଜ କମେଡି ଜରିଆରେ ଗୁଡୁ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ବେଶ ଲୋକପ୍ରିୟତା ହାସଲ କରି ପାରିଛନ୍ତି । ମଜାଳିଆ ଅନ୍ଦାଜରେ କଥା ଏବଂ ଅଭିନୟ ପାଇଁ ତାଙ୍କୁ ତାଙ୍କୁ ଖୁବ ପସନ୍ଦ କରନ୍ତି । ପରଦା ଉପରେ ହେଉ କି ବାହାରେ ଗୁଡୁଙ୍କୁ ଦେଖିବାକୁ ଓଡିଆ ଦର୍ଶକ ଖୁବ ପସନ୍ଦ କରନ୍ତି । ଏହିପରି ଅଭିନେତ୍ରୀ ଗୁଗୁଲି ଓରଫ ଐଶ୍ଵର୍ଜ୍ୟା ମଧ୍ୟ ଦର୍ଶକଙ୍କ ପାଖରେ ବେଶ ଜଣାଶୁଣା । ଡ୍ୟାନ୍ସ ହେ କି ଆଙ୍କରିଂ କିମ୍ବା ଗୁଗୁଲି ସବୁ କ୍ଷେତ୍ରରେ ନିଜର ପ୍ରତିଭା ପ୍ରଦର୍ଶନ କରି ପାରିଛନ୍ତି ।

ସେ ଅନେକ ଓଡିଆ ଫିଲ୍ମରେ ଆଇଟମ ନମ୍ବର ଦେବା ସହ ଅଭିନୟ ମଧ୍ୟ କରିଛନ୍ତି । ଅଭିନେତ୍ରୀ ଗୁଗୁଲି ଓ ହାସ୍ୟ କଳାକାର ଗୁଡୁ ଉଭୟଙ୍କୁ ଅନେକ ଫିଲ୍ମରେ ଏକାଠି କାମ କରିଥିବାର ଦେଖିବାକୁ ମିଳେ । ଏପରିକି ଗୋଟିଏ ସିରିଏଲରେ ମଧ୍ୟ ସେମାନେ ଏକାଠି କାମ କରିଛନ୍ତି । ପରଦା ଉପରେ ଗୁଗୁଲି ଓ ଗୁଡୁଙ୍କ କେମିଷ୍ଟ୍ରି ତଥା ଯୋଡିକୁ ଦର୍ଶକେ ଖୁବ ପସନ୍ଦ କରିଛନ୍ତି ଓ ଭଲପାଇବା ଦେଇଛନ୍ତି । ତେବେ ଆଉ ଥରେ ଗୁଡୁ ଓ ଗୁଗୁଲିଙ୍କୁ ଏକାଠି ଦେଖିବାକୁ ମିଳିବ ।

କିନ୍ତୁ ଏଥର ଫିଲ୍ମ କିମ୍ବା ସିରିଏଲରେ ନୁହେଁ ବରଂ ଏକ ରିୟାଲିଟି ଶୋ’ରେ । ଆରମ୍ଭ ହୋଇଛି ଡ୍ୟାନ୍ସ ରିୟାଲିଟି ଶୋ ‘ଝୁମ୍ ଓଡିଶା ଝୁମ୍’ । ଆଉ ଏହି ରିୟାଲିଟି ଶୋ’ରେ ପ୍ରତିଯୋଗୀ ଭାବେ ଭାଗ ନେଇଛନ୍ତି ଗୁଡୁ ଏବଂ ଗୁଗୁଲି । ସେମାନେ ଉଭୟଙ୍କ ପରତନର ହୋଇଛନ୍ତି । ମଞ୍ଚ ଉପରେ ‘ଛାତିରେ ଭିତରେ କରିଦେବି ସର୍ଜିକାଲ ଷ୍ଟ୍ରାଇକ’ ଗୀତରେ ଉଭୟ ଡ୍ୟାନ୍ସ କରି ଦର୍ଶକଙ୍କ ମନ ଜିଣି ପାରିଛନ୍ତି ।

ସେମାନେ କହିଛନ୍ତି କି ଅନେକ ପ୍ରତିଭାବାନ ନାମୀ କଳାକାର ମାନେ ଏହି ରିୟାଲିଟି ଶୋ’ରେ ଭାଗ ନେଇଛନ୍ତି । କିନ୍ତୁ ସେମାନେ ମଧ୍ୟ ନିଶ୍ଚୟ ଭଲ କରିବାକୁ ଚାହାନ୍ତି । ଜିତିବା ହାରିବା ତ ପର କଥା କିନ୍ତୁ ଉଭୟ ଏହି ସମୟକୁ ଉପଭୋଗ କରିବାକୁ ଚାହାନ୍ତି । ବାହାରେ ଯେତେ ମଜାମସ୍ତି କଲେ ମଧ୍ୟ ଅଭ୍ଯାସ କରିବା ବେଳେ ଉଭୟ ମନ ଦେଇ ଅଭ୍ଯାସ କରୁଛନ୍ତି । ଗୁଡୁ ଗୁଗୁଲିଙ୍କ ସହ ନାଚି ନାଚି ଝାଳନାଳ ହୋଇଥିବା ମଧ୍ୟ ଦେଖାଯାଉଛି ।

ଗୁଗୁଲି ଜଣେ ଭଲ ଡ୍ୟାନ୍ସର ଓ ପିଲାଦିନରୁ ଡ୍ୟାନ୍ସ ପ୍ରତି ତାଙ୍କର ରୁଚି ରହିଛି। ସେ ଅନେକ ପ୍ରକାର ଡ୍ୟାନ୍ସ ସବୁ ଶିଖିଛନ୍ତି । ଗୁଡୁ ମଧ୍ୟ କିଛି କମ୍ ନୁହନ୍ତି, ମଞ୍ଚରେ ଫୁଲ ଜୋଶରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ଏହି ଯୋଡିକୁ ଦର୍ଶକ ଖୁବ ଭଲପାଇବା ଦେବେ ବୋଲି ସେମାନେ ଆଶା ରଖିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।