ଷ୍ଟାର ପ୍ଲସ ସିରିଏଲ ରୁ ଫେମସ ହୋଇଥିବା ଏହି ଅଭିନେତ୍ରୀ ମାନେ 2021ରେ ନିଜ ରିଅଲ ଲାଇଫ ରେ ବହୁତ ଜଲ୍ଦି କରିବାକୁ ଯାଉଛନ୍ତି ବିବାହ

ଷ୍ଟାର ପ୍ଲସ ଏକ ଏମିତି ଚ୍ୟାନେଲ ଅଟେ ଯେଉଁଥିରେ ଆମକୁ ବହୁତ ସୁନ୍ଦର ସୁନ୍ଦର ସିରିୟଲ ଦେଖିବାକୁ ମିଳିଛି ଓ ସେହି ସମସ୍ତ ସିରିୟଲରେ ଆମକୁ ବହୁତ ସୁନ୍ଦର ସବୁ ଅଭିନେତ୍ରୀ ବି ନଜର ଆସିଛନ୍ତି । ଯେଉଁମାନେ ନିଜର ଅଲଗା ଅଲଗା ଅନ୍ଦାଜ ଓ ଅଭିନୟ ଦ୍ଵାରା ଦର୍ଶକମାନଙ୍କୁ ବହୁତ ପ୍ରଭାବିତ କରିଛନ୍ତି ଓ ତାଙ୍କ ମଧ୍ୟରୁ କେତେକ ଅଭିନେତ୍ରୀ ଆଜି ଟିଭି ଇଣ୍ଡଷ୍ଟ୍ରିର ସଫଳ ଅଭିନେତ୍ରୀ ମଧ୍ୟ ହୋଇଯାଇଛନ୍ତି ।

କିନ୍ତୁ କଣ ଆପଣମାନେ ଜାଣିଛନ୍ତି ନିଜର ପ୍ରୋଫେସନାଲ ଲାଇଫରେ ଚର୍ଚାରେ ରହୁଥିବା ଅଭିନେତ୍ରୀମାନେ ବର୍ତ୍ତମାନ ନିଜର ଅଫେୟାରକୁ ନେଇ ବି ଚର୍ଚାରେ ଅଛନ୍ତି । ଯେଉଁମାନେ ରିୟଲ ଲାଇଫରେ ଆଉ କାହାକୁ ନୁହେଁ ଅଥବା ଟିଭି ଇଣ୍ଡଷ୍ଟ୍ରିର ଅଭିନେତାମାନଙ୍କୁ ଡେଟ କରୁଛନ୍ତି । ତେବେ ଚାଳନ୍ତୁ ଜାଣିବା ସେହି ଅଭିନେତ୍ରୀମାନଙ୍କ ବିଷୟରେ ଯେଉଁମାନେ ଇଣ୍ଡଷ୍ଟ୍ରିର ଅଭିନେତାମାନଙ୍କୁ ଡେଟ କରୁଛନ୍ତି ।

ଅଦିତି ଶର୍ମା

‘ୟେ ଜାଦୁ ହେ ଜିନେକା’ ଶୋରେ ରସନୀର କିରଦାର କରି ଫେମସ ହୋଇଥିବା ଅଭିନେତ୍ରୀ ଅଦିତି ଶର୍ମା ବର୍ତ୍ତମାନ ଦିନରେ ନିଜର ଏହି ସିରିୟଲର ସହ କଳାକାର ବିକ୍ରମ ସିଂହ ଚୋହାନକୁ ଡେଟ କରୁଛନ୍ତି । ଦୁଇ ଜଣଙ୍କୁ ପ୍ରାୟତଃ ଏକତ୍ରିତ ସପ୍ଟ ମଧ୍ୟ କରାଯାଇଛି । ଦୁଇ ଜଣ ଏକତ୍ରିତ ନଜର ଆସିବା ପର ଠାରୁ ମିଡିଆରେ ଏମାନଙ୍କର ଚର୍ଚା ହେବାକୁ ଲାଗିଛି । କିନ୍ତୁ ଯେତେବେଳେ ବି ଦୁଇ ଜଣଙ୍କୁ ତାଙ୍କର ଅଫେୟାର ବିଷୟରେ ପ୍ରଶ୍ନ କରାଯାଏ ତେବେ ଦୁଇ ଜଣ ପରସ୍ପରକୁ ବନ୍ଧୁ ବୋଲି କହିଥାନ୍ତି ।

ସାଇନି ଦୋଶୀ

ବର୍ତ୍ତମାନ ହିଁ କିଛି ଦିନ ତଳେ ରିଲିଜ ହୋଇଥିବା ‘ପାଣ୍ଡ୍ୟା ସ୍ଟୋର’ ସିରିୟଲରେ ଧାରାର କିରଦାରରେ ନଜର ଆସୁଥିବା ସାଇନି ଦୋଶୀ ବି ବର୍ତ୍ତମାନ ଲବେଶ ଖୈରଜନୀଙ୍କୁ ଡେଟ କରୁଛନ୍ତି । ଆପଣଙ୍କୁ କହିଦେଉଛୁ କି ଦୁଇ ଜଣଙ୍କର ସାକ୍ଷାତ ଏକ ବନ୍ଧୁ ମାଧ୍ୟମରେ ହୋଇଥିଲା । ଏମିତିରେ ଧୀରେ ଧୀରେ ଦୁଇ ଜଣ ପରସ୍ପରର ପାଖାପାଖି ଆସିଲେ ଓ ବର୍ତ୍ତମାନ ଦୁଇ ଜଣ ପରସ୍ପରକୁ ଡେଟ କରୁଛନ୍ତି ।

କାଞ୍ଚି ସିଂହ

‘ୟେ ରିଶ୍ତା କ୍ୟା କହଲତା ହେ’ ସିରିୟଲରେ ଗାୟତ୍ରୀର କିରଦାରରେ ନଜର ଆସୁଥିବା କାଞ୍ଚି ସିଂହ ଏହି ସିରିୟଲରେ ତାଙ୍କର ଭାଇର ଭୂମିକାରେ ନଜର ଆସୁଥିବା ରୋହନ ମେହେରାଙ୍କୁ ଡେଟ କରୁଛନ୍ତି । ଏହି ଶୋରେ କାମ କରିବା ସମୟରେ ଦୁଇ ଜଣ ପରସ୍ପରର ପାଖାପାଖି ଆସିଗଲେ ଓ ବର୍ତ୍ତମାନ ଦୁଇ ଜଣଙ୍କର ସମ୍ପର୍କକୁ ୩ ବର୍ଷ ହୋଇ ଯାଇଛି । ବର୍ତ୍ତମାନ ଶୁଣିବାକୁ ମିଳୁଛି କି ଏହି ବର୍ଷ ଦୁଇ ଜଣ ବିବାହ କରି ପାରନ୍ତି ।

ଐଶ୍ବର୍ୟା ଶର୍ମା

ବର୍ତ୍ତମାନ ଷ୍ଟାର ପ୍ଲସ ଚ୍ୟାନେଲରେ ପ୍ରସାରିତ ହୋଇଥିବା ଶୋ ‘ଗୁମ ହେ କିସିକେ ପ୍ୟାର ମେ’ରେ ପତ୍ରଲେଖାର ଭୂମିକାରେ ଅଭିନେତ୍ରୀ ଐଶ୍ବର୍ୟା ଶର୍ମା ନଜର ଆସୁଛନ୍ତି । ଯିଏ ବର୍ତ୍ତମାନ ଦିନରେ ନିଜର ସହ କଳାକାର ଏସିପି ବିରାଟକୁ ଡେଟ କରୁଛନ୍ତି । ଏହି ଶୋରେ କାମ କରୁଥିବା ସମୟରେ ଦୁଇ ଜଣ ପରସ୍ପରର ପାଖାପାଖି ଆସିଥିଲେ । ଏହା ପର ଠାରୁ ଦୁଇ ଜଣ ପରସ୍ପରକୁ ଡେଟ କରିବା ଆରମ୍ଭ କରିଥିଲେ । ଏହା ସହିତ ଆପଣଙ୍କୁ କହିଦେଉଛୁ କି ଦୁଇ ଜଣ ନିର୍ବନ୍ଧ ମଧ୍ୟ କରିସାରିଛନ୍ତି ଓ ଜଲ୍ଦି ବିବାହ କରି ପାରନ୍ତି ।

ଶିବାଙ୍ଗୀ ଯୋଶୀ

ଷ୍ଟାର ପ୍ଲସର ପପୁଳାର ଶୋ ୟେ ରିଶ୍ତା କ୍ୟା କହଲତା ହେ ନାୟାରାର କିରଦାର କରି ଫେମସ ହୋଇଥିବା ଓ ନିଜକୁ ଏହି ଟିଭି ଇଣ୍ଡଷ୍ଟ୍ରିରେ ହାଇଏଷ୍ଟ ପେଡ ଅଭିନେତ୍ରୀମାନଙ୍କ ମଧ୍ୟରେ ସାମିଲ କରିଥିବା ଶିବାଙ୍ଗୀ ଯୋଶୀ ବର୍ତ୍ତମାନ ଦିନରେ ନିଜର କୋ ଷ୍ଟାର ମୋସିନ ଖାନଙ୍କୁ ଡେଟ କରୁଛନ୍ତି । ଏହି ଶୋରେ କାମ କରୁଥିବା ସମୟରେ ହିଁ ଏମାନଙ୍କର ଅନ ସ୍କ୍ରିନ କେମେଷ୍ଟ୍ରି ରିୟଲ ଲାଇଫରେ ବି ଦେଖିବାକୁ ମିଳିଥିଲା । ସବୁଠୁ ଭଲ କଥା ଏହା ଅଟେ କି ଦର୍ଶକ ବି ଏହି ଯୋଡିକୁ ବହୁତ ପସନ୍ଦ କରୁଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।