ଅନୁଭବ ଓ ବର୍ଷାଙ୍କ ବିବାଦକୁ ନେଇ କଣ ସବୁ କହିଲେ ଓଡିଆ କଳାକାରମାନେ ଦେଖନ୍ତୁ

ଓଡିଆ ଫିଲ୍ମ ଜଗତରେ ଅନୁଭବ ଓ ବର୍ଷାଙ୍କ ଯୋଡି ସବୁ ଓଡିଆ ଦର୍ଶକମାନଙ୍କର ସବୁଠୁ ପ୍ରିୟ ଯୋଡି ଅଟେ । ଦୁଇ ଜଣଙ୍କ ଯୋଡି ଏତେ ସୁନ୍ଦର ଲାଗେ କି ଲୋକମାନେ ଏମାନଙ୍କ ନାଁ ଶୁଣିବା ମାତ୍ରେ ହିଁ ଏମାନଙ୍କ ଫିଲ୍ମ ଦେଖିବାକୁ ଚାଲି ଯାଆନ୍ତି । ଅନୁଭବ ଜଣେ ଅଭିନେତା ସହ କେନ୍ଦ୍ରପଡାର ସାଂସଦ ମଧ୍ୟ ଅଟନ୍ତି । ଏମିତିରେ ଯେଉଁ ସମୟରୁ ବର୍ଷା ଓ ଅନୁଭବଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଛି ତେବେ ଚାରିଆଡେ କେବଳ ସେମାନଙ୍କ ବିଷୟରେ ହିଁ ଚର୍ଚା ହେଉଛି ।

ଏମିତିରେ ଓଡିଆ ସିନେମା ଜଗତର କେତେକ କଳାକାରମାନେ ଅନୁଭବ ଓ ବର୍ଷାଙ୍କୁ ନିଜର ନିଜର ମନ୍ତବ୍ୟ ଦେଇଛନ୍ତି । ପ୍ରଥମେ ଓଡିଆ ଫିଲ୍ମ ଜଗତର ଅଭିନେତ୍ରୀ ପ୍ରକୃତି ମିଶ୍ର ଅନୁଭବଙ୍କୁ ସପୋର୍ଟ କରି ଲେଖିଛନ୍ତି କି ସେ ଅନୁଭବଙ୍କୁ ସପୋର୍ଟ କରନ୍ତି ଓ ଛୋଟବେଳୁ ହିଁ ସେ ଅନୁଭବଙ୍କୁ ଜାଣିଛନ୍ତି ।

ତେଣୁ ଅନୁଭବ ଯାହା ବି କରିଲେ ତାହା କେବେ ବି ଭୁଲ ହେବ ନାହିଁ । ସେ ସବୁବେଳେ ଠିକ କାମ କରନ୍ତି ।‘ ଏହିଭଳି ଭାବରେ ପ୍ରକୃତି ଅନୁଭବଙ୍କୁ ସପୋର୍ଟ କରି ଟ୍ବିଟରରେ ଏକ ପୋସ୍ଟ ଲେଖିଛନ୍ତି । ଏହା ପରେ ଅନୁଭବ ବି ଏହି ଟ୍ବିଟରର ଜବାବ ଦେଇଛନ୍ତି । ଏହା ପରେ ସବୁଠୁ ଚର୍ଚିତ ଅହିନେତ୍ରୀ ଓ ଆଇଟମ ଗର୍ଲ ବିଦୂସ୍ମିତା ଅନୁଭବ ଓ ବର୍ଷାଙ୍କ ବିଷୟରେ କହିଲେ କି ଅନୁଭବ ଜଣେ ଖରାପ ଲୋକ ଅଟନ୍ତି ଓ ନିଜର ଏହି ଖରାପ ବ୍ୟବହାର ପାଇଁ ତାଙ୍କୁ ବିଭିନ୍ନ ସ୍ଥାନରେ ଅପମାନିତ ବି ହେବାକୁ ପଡିଛି ।

ଏହା ପରେ ଅଭିନେତା ଶ୍ରୀତମ ଏହି ବିଷୟରେ କହିଲେ କି ଦୁଇ ଜଣଙ୍କ ମଧ୍ୟରେ କଣ ହୋଇଛି ଏହା ମୋତେ ଜଣା ନାହିଁ । କିନ୍ତୁ ଦୁଇ ଜଣ ଭଲରେ ରୁହନ୍ତୁ ଓ ପୁଣି ଥରେ ଏକାଠି ହୋଇ ଯାଆନ୍ତୁ । ଲୋକମାନେ ସେମାନଙ୍କୁ ଯେତିକି ଭଲ ପାଇବା ଦେଇଛନ୍ତି ଆଗକୁ ମଧ୍ୟ ସେତିକି ଭଲ ପାଇବା ତେବେ କାରଣ ଆପଣମାନେ ଓଲିଉଡର ସବୁଠୁ ସୁନ୍ଦର ଯୋଡି ଅଟନ୍ତି । ଏହି ବୟାନରେ ଜଣା ପଡୁଛି କି ଶ୍ରୀତମ ଚାହୁଁଛନ୍ତି କି ଦୁଇ ଜଣ ପୁଣି ଥରେ ଏକାଠି ହୋଇ ଯାଆନ୍ତୁ ଓ ଦୁଇ ଜଣ ଅଲଗା ହୁଅନ୍ତୁ ନାହିଁ । ପୁଣି ଥରେ ଦୁଇ ଜଣ ମିଶି ଚଳଚିତ୍ର ଜଗତକୁ ଚାଲି ଆସନ୍ତୁ ।

ଏହା ପରେ ଓଡିଆ ଫିଲ୍ମ ଜଗତର ସବୁଠୁ ଚର୍ଚିତ ଅଭିନେତା ବାବୁସାନଙ୍କୁ ଯେତେବେଳ ଅନୁଭବ ଓ ବର୍ଷାଙ୍କ ବିଷୟରେ ପ୍ରଶ୍ନ କରାଗଲା ତେବେ ମୁଁ ତାଙ୍କର ବିକ୍ଷରେ ଛିଡା ହୋଇପାରେ । କିନ୍ତୁ ତାଙ୍କର ପାରିବାରିକ କଥାରେ ମୁଁ ହସ୍ତକ୍ଷେପ କରିବି ନାହିଁ । ସେ ତାଙ୍କର ପାରିବାରିକ ସମସ୍ୟାକୁ ନିଜ ମଧ୍ୟରେ ହିଁ ସମଧାନ କରିବେ । ଏମିତିରେ ଆମେ ସମସ୍ତେ ତାଙ୍କ ଉପରେ ମନ୍ତବ୍ୟ ଦେବା ଉଚିତ ନୁହେଁ । କହିବାକୁ ଗଲେ ଏହିଭଳି ବୟାନ ଦେଇ ଲୋକମାନଙ୍କ ନଜରରେ ବାବୁସାନଙ୍କ ସମାନ ବଢି ଯାଇଛି । ବାବୁସାନଙ୍କ ମନ୍ତବ୍ୟ ଶୁଣି ଲୋକମାନେ ତାଙ୍କର ପ୍ରଶଂସା ବି କରୁଛନ୍ତି ।

ସମ୍ଭାବନା ମହାନ୍ତି ବି ନିଜର ଟ୍ବିଟର ଆକାଉଣ୍ଟରେ ଏକ ପୋସ୍ଟ ଲେଖି ଅନୁଭବ ମହାନ୍ତିଙ୍କୁ ସପୋର୍ଟ କରିଛନ୍ତି । ସେ କହିଲେ କି ମୁଁ ପିଲାଦିନୁ ଅନୁଭବ ଭାଇଙ୍କୁ ଜାଣିଛି । ଅନୁଭବ ଭାଇ କେବେ ବି ଭୁଲ କରି ନ ଥିବେ । ବର୍ଷା ଦିଦି ବି ଭୁଲ କଋଛନ୍ତି ବୋଲି ମୁଁ କହୁ ନାହିଁ । ଏମିତିରେ ମୁଁ ଆଶା କରୁଛି ଦୁଇ ଜଣ ପରସ୍ପରକୁ ବୁଝିବେ ଓ ଦୁଇ ଜଣ ପୁଣି ଥରେ ଏକାଠି ହୋଇଯିବେ ।

ଏହା ପରେ ଅନୁଭବଙ୍କୁ ସପୋର୍ଟ କରିଥିବା ସମସ୍ତ ଅଭିନେତା ଓ ଅଭିନେତ୍ରୀଙ୍କୁ ଅନୁବ ଧନ୍ୟବାଦ ଜଣାଇଛନ୍ତି । ଏମିତିରେ ସମସ୍ତେ ଚାହୁଁଛନ୍ତି କି ଏମାନେ ଦୁଇ ଜଣ ପୁଣି ଥରେ ଏକାଠି ହୋଇ ଯାଅନ୍ତୁ ଓ ପୁଣି ଥରେ ଏହି ଯୋଡି ଫିଲ୍ମ ପରଦାରେ ଧମାଲ କରନ୍ତୁ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।