ବହୁତ ମହଙ୍ଗା ଶୌକ ରଖିଥାନ୍ତି ଅଜୟ ଦେବଗନ, ତାଙ୍କର ୪ଟି ସବୁଠୁ ମହଙ୍ଗା ଜିନିଷ ଦାମରେ ହେଇପାରିବ ଗୋଟେ ଗାଁ

ଅଜୟ ଦେବଗନଙ୍କର ନାମ ଆସିଲେ ଆମ ସମସ୍ତଙ୍କ ମନରେ ତାଙ୍କର ଶାନ୍ତ, ଗମ୍ଭୀର ଓ ଭଲ ଅଭିନେତାର ଏକ ଛବି ପ୍ରସ୍ତୁତ ହୋଇଯାଏ । ତାଙ୍କୁ ଏହି ଇଣ୍ଡଷ୍ଟ୍ରିରେ ୨୬ ବର୍ଷ ହୋଇଯାଇଛି । କହିବାକୁ ଗଲେ ଆଜି ତାଙ୍କର କୋଟି କୋଟି ଫ୍ୟାନ ଫଲୋଇଙ୍ଗ ଅଛନ୍ତି । ବର୍ତ୍ତମାନ ହିଁ କିଛି ଦିନ ତଳେ ତାଙ୍କର କମେଡି ଡ୍ରାମା ଫିଲ୍ମ ‘ଦେ ଦେ ପ୍ୟାର ଦେ’ ରିଲିଜ ହୋଇଥିଲା । ଯାହା ବକ୍ସ ଅଫିସରେ ବହୁତ ଭଲ କଲେକ୍ଶନ କରିଛି ।

ଅଜୟ ଦେବଗନ ନିଜର ଫିଲ୍ମି କ୍ୟାରିୟର ମଧ୍ୟରେ ବଲୀଉଡକୁ ବହୁତ ସୁପରହିଟ ଫିଲ୍ମ ଦେଇଛନ୍ତି । ଅଜୟ ବଲୀଉଡର ସେହି ଅଭିନେତାଙ୍କ ମଧ୍ୟରୁ ଜଣେ ଅଟନ୍ତି ଯାହାଙ୍କର ଆୟ କୋଟି କୋଟି ଟଙ୍କା ଅଟେ । କୋଟି କୋଟି ଟଙ୍କା ଆୟ କରୁଥିବା ଅଜୟ ଦେବଗନ ବହୁତ ଦାମୀ ଦାମୀ ଜିନିଷର ଶୌକ ବି ରଖିଥାନ୍ତି ।  ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ତାଙ୍କର କିଛି ଖାସ ଦାମୀ ଜିନିଷ ବିଷୟରେ କହିବୁ । ଯାହାର ଦାମ ଶୁଣିଲେ ଆପଣଙ୍କର ଗୋଡ ତଳୁ ମାଟି ଖସିଯିବ ।

ଫାର୍ମ ହାଉସ

କହିଦେଛୁ କି, ଅଜୟ ଦେବଗନଙ୍କ ପାଖରେ ନିଜର ଏକ ଶାନଦାର ଫାର୍ମ ହାଉସ ଅଛି । ଏହି ଫାର୍ମ ହାଉସ ମୁମ୍ବାଇ ପାଖରେ ଥିବା କର୍ଜତ ସହରରେ ଅବସ୍ଥିତ । ୨୮ ଏକରରେ ପ୍ରସ୍ତୁତ ଏହି ଫାର୍ମ ହାଉସର ଦାମ ୨୫ କୋଟି ଟଙ୍କା ଅଟେ । ଏହି ଫାର୍ମ ହାଉସରେ ପନି ପରିବା ଓ ଫଳ ଗୁଡିକର ଚାଷ ହୋଇଥାଏ ।

ଲଣ୍ଡନ ହାଉସ

ଆପଣଙ୍କୁ କହିଦେଛୁ କି ବଲୀଉଡର ସିଙ୍ଘମ ଅଜୟ ଦେବଗନ ଲଣ୍ଡନରେ ବି ଏକ ଘର କିଣି ରଖିଛନ୍ତି । ମିଡିୟା ରିପୋର୍ଟ ଅନୁସାରେ ଏହି ଘରର ଦାମ ୫୪ କୋଟି ଟଙ୍କା ଅଟେ ।

ପ୍ରାଇବେଟ ଜେଟ

ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ କି ଅଜୟ ଦେବଗନଙ୍କ ପାଖରେ ନିଜର ଏକ ପ୍ରାଇବେଟ ଜେଟ ବି ଅଛି । ତାଙ୍କ ପାଖରେ ହକର 800 ନାମକ ପ୍ରାଇବେଟ ଜେଟ ଅଛି । ଯାହାର ଦାମ ୮୪ କୋଟି ଟଙ୍କା ଅଟେ ।

ରେଞ୍ଜ ରୋବର କାର

ଅଜୟ ଦେବଗନଙ୍କ ପାଖରେ ରେଞ୍ଜ ରୋବର କମ୍ପାନୀର ସବୁଠୁ ମହଙ୍ଗା କାର ଅଛି । ଯାହାର ଦାମ ୨.୦୮ କୋଟି ଟଙ୍କା ଅଟେ । ଏହା ଛଡା ବି ତାଙ୍କ ପାଖରେ ବିଏମଡ଼ବଲଇଉ ଓ ଅଡୀ କାର ବି ଅଛି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।