ଅଭିନୟ ଛଡା ନିଜର ସାଇଡ ବିଜନେସ ଚଳାଇ ବହୁତ ଟଙ୍କା ଆୟ କରିଥାନ୍ତି ଏହି ୬ ଜଣ ଷ୍ଟାର

ବଲିଉଡ ଦୁନିଆର ଷ୍ଟାରମାନଙ୍କର ଆଲିଶାନ ଲାଇଫଷ୍ଟାଇଲ ଦେଖି ସମସ୍ତେ ଆକର୍ଷିତ ହୋଇଥାନ୍ତି । ଆମେ ସମସ୍ତେ ଜାଣିଛୁ କି ବଲୀଉଡର ଷ୍ଟାରମାନଙ୍କ ପାଖରେ କୋଟି କୋଟି ଟଙ୍କା ଅଛି । ଏହାର ଏକ କାରଣ ଏହା ଅଟେ କି କେତେକ ଷ୍ଟାରମାନେ ନିଜର ଅଭିନୟ ସହିତ ସାଇଡ ବିଜନେସ ବି କରିଥାନ୍ତି । ଏମିତିରେ ସେମାନଙ୍କର ଏକ୍ସଟ୍ରା ଆୟ ବି ହୋଇଥାଏ । ଏହିଭଳି ଭାବରେ ହିଁ ସେମାନେ ନିଜର ମହଙ୍ଗା ମହଙ୍ଗା ଇଚ୍ଛାକୁ ବି ପୁରା କରି ପାରନ୍ତି ।

ଆଜି ଆମେ ଆପଣଙ୍କୁ ବଲୀଉଡର ଏମିତି ହିଁ କିଛି ଷ୍ଟାରମାନଙ୍କ ସହ ଦେଖା କରାଇବୁ ଯେଉଁମାନେ ସାଇଡ ବିଜନେସ କରି ମାଲାମାଲ ହୋଇ ଯାଇଛନ୍ତି ।

Image courtesy: Google

ଅଜୟ ଦେବଗନ

ଅଜୟ ଦେବଗନ ଆଜି ବି ବଲୀଉଡରେ ବହୁତ ଆକ୍ଟିବ ଅଛନ୍ତି । ତାଙ୍କର ଫିଲ୍ମ ଗୁଡିକ ବି ବକ୍ସ ଅଫିସରେ ବହୁତ ଭଲ ବିଜନେସ କରିଥାଏ । ‘ଦେୱଗନ ଏଂଟରଟେନମେଂଟ ସଫ୍ଟୱେୟର ଲିମିଟେଡ’ ନାମରେ ତାଙ୍କର ଏକ ପ୍ରଡକ୍ସନ ହାଉସ ବି ଅଛି । ଏହା ସହିତ ସେ ରୋଜା ଗ୍ରୁପଙ୍କ ସହିତ ପାର୍ଟନରଶିପ କରି ୨୫ MW ପ୍ଳାଣ୍ଟରେ ଓ ଅନ୍ୟ କେତେକ ସ୍ଥାନରେ ବି ଟଙ୍କା ଇନଭେଷ୍ଟ କରିଛନ୍ତି ।

ସୁନୀଲ ଶେଟ୍ଟୀ

Image courtesy: Google

ସୁନୀଲ ଶେଟ୍ଟୀଙ୍କର ଫିଲ୍ମ କ୍ୟାରିୟର ସଫଳ ରହିଛି । କିନ୍ତୁ ଏହା ଛଡା ବି ସେ ଏକ ସଫଳ ବିଜନେସମ୍ୟାନ ବି ଅଟନ୍ତି । ସୁନୀଲଙ୍କ ପାଖରେ ନିଜର ଏକ ‘ପପକର୍ନ ଏଂଟରଟେନମେଂଟ’ ନାମକ ନିଜର ପ୍ରଡକ୍ସନ ହାଉସ ବି ଅଛି । ଏହା ସହିତ ସେ କେତେକ ନାଈଟ କ୍ଲବ ଓ ରେଷ୍ଟୁରାଣ୍ଟର ମାଲିକ ବି ଅଟନ୍ତି ।

ଅକ୍ଷୟ କୁମାର

Image courtesy: Google

ଅକ୍ଷୟ କୁମାର ଆଜି ବି ଏକ ସଫଳ ଅଭିନେତା ଅଟନ୍ତି । ଖବର ଅନୁସାରେ ସେ ସମସ୍ତ ଅଭିନେତାଙ୍କ ମଧ୍ୟରୁ ସବୁଠୁ ଅଧିକ ଟ୍ୟାକ୍ସ ଦିଅନ୍ତି । ଏହାର ଏକ କାରଣ ତାଙ୍କର ଅଭିନୟ ଛଡା ସାଇଡ ବିଜନେସ ବି ଅଛି । ସେ ରାଜ କୁନ୍ଦ୍ରାଙ୍କ ସହ ମିଶି ଅନଲାଇନ ସପିଂଗ ଚ୍ୟାନେଲ ‘ବେଷ୍ଟ ଡୀଲ ଟିଭି’ ଖୋଲି ରଖିଛନ୍ତି । ଏହା ସହିତ ତାଙ୍କର ‘ହରି ଓମ ଏଂଟରଟେନମେଂଟ’ ନାମକ ନିଜର ଏକ ପ୍ରଡକ୍ସନ ହାଉସ ବି ଅଛି ।

ବବୀ ଦେଓଲ

Image courtesy: Google

ବବୀ ଦେଓଲଙ୍କର ଫିଲ୍ମ କ୍ୟାରିୟର ଏତେ ଖାସ ନୁହେଁ । ସେ ଅଭିନୟ ଛଡା ଏକ ଭଲ ଡିଜେ ବି ଅଟନ୍ତି । ସେ ଏହାର ଆରମ୍ଭ ୨୦୧୬ରେ ଦିଲ୍ଲୀର ଏକ ନାଈଟ କ୍ଲବରୁ କରିଥିଲେ ।

ମଲାଈକା ଅରୋଡ଼ା

Image courtesy: Google

ମଲାଈକା ଅରୋଡ଼ାଙ୍କୁ ବଲୀଉଡରେ ଆଇଟମ ଡ୍ୟାନ୍ସର ଅଫର ଆସିଥାଏ । କିନ୍ତୁ ଏହା ଛଡା ବି ସେ ବିପାଶା ବାସୁ ଓ ସୁଜୈନ ଖାନଙ୍କ ସହିତ ମିଶି ନିଜର ଏକ ଫ୍ୟାସନ ସମ୍ବନ୍ଧିତ ୱେବସାଇଟ ବି ଖୋଲିଛନ୍ତି । ଏହି ୱେବସାଇଟର ନାମ ‘ଦ ଲେବଲ ଲାଇଫ’ ଅଟେ । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।