ତଲାକ ନେବା ପୂର୍ବ ରାତିରେ କଣ ହୋଇଥିଲା ମଲାଇକାଙ୍କ ସହିତ, ଜାଣନ୍ତୁ ସେହି ରାତିର ପୁରା କାହାଣୀ

ବଲିଉଡର ଟପ ଓ ହଟ ଅଭିନେତ୍ରୀମାନଙ୍କ ମଧ୍ୟରେ ମଲାଇକା ଅରୋଡା ବର୍ତ୍ତମାନ ସମୟରେ ଅର୍ଜୁନ କପୁରଙ୍କ ସହିତ ନିଜର ସମ୍ପର୍କକୁ ନେଇ ବହୁତ ଚର୍ଚାରେ ଅଛନ୍ତି । କହିବାକୁ ଗଲେ ମଲାଇକା ଫିଲ୍ମରେ ଅଭିନେତ୍ରୀ ରୂପରେ କାମ କରନ୍ତି ନାହିଁ କିନ୍ତୁ ତଥାପି ସେ ବଲୀଉଡର କୌଣସି ଟପ ଅଭିନେତ୍ରୀ ଠାରୁ କମ ନୁହନ୍ତି । ନିଜର ଅନ୍ଦାଜ ଓ ଷ୍ଟାଇଲ କାରଣରୁ ସେ ବହୁତ ଟିଭି ଶୋ ରେ ଜଜ ରୂପରେ ଓ କେତେକ ଇଭେଣ୍ଟସ ରେ ବି ନଜର ଆସିଥାନ୍ତି ।

ଆପଣ ସମସ୍ତେ ଜାଣିଛନ୍ତି କି ମଲାଇକା ଓ ଅରବାଜ ବିବାହର ୧୮ ବର୍ଷ ପରେ ଅଲଗା ହୋଇଗଲେ । ବର୍ଷ ୨୦୧୭ରେ ମଲାଇକା ଓ ଅରବାଜ ତଲାକ ନେଇଥିଲେ । ଯେତେବେଳେ ଏମାନେ ତଲାକ ନେଲେ ତେବେ ଏମାନଙ୍କୁ ନେଇ ମିଡିଆରେ ବିଭିନ୍ନ ପ୍ରକାରର ପ୍ରଶ୍ନ ଉଠିଲା । କିନ୍ତୁ ଏହି ମାମଲାରେ ନା ହିଁ ଅରବାଜ ଓ ନା ହିଁ ମଲାଇକା କେହି ବି କିଛି ବୟାନ ଦେଲେ ।

କିନ୍ତୁ ପ୍ରଥମ ଥର ମଲାଇକା ଅରୋଡା ନିଜର ଓ ଅରବାଜଙ୍କ ଡିଭୋର୍ସକୁ ନେଇ କିଛି କହିଛନ୍ତି । ମଲାଇକା ଡିଭୋର୍ସକୁ ନେଇ ସଫା ସଫା ତ କିଛି କହିଲେ ନାହିଁ କିନ୍ତୁ ଏହା କହିଲେ କି ଯଦି ଆପଣ କାହା ସହିତ ଖୁସିରେ ନାହାନ୍ତି ତ ଭଲ ହେବ ଆପଣ ତାହା ଠାରୁ ଅଲଗା ହୋଇ ଯାଆନ୍ତୁ ।

କହିଦେଉଛୁ କି ମଲାଇକା ଅରୋଡା ବର୍ତ୍ତମାନ ହିଁ କରିନା କପୁରଙ୍କ ସହିତ ଏକ ରେଡିଓ ଚାଟ ଶୋ ରେ ପହଞ୍ଚିଥିଲେ, ଯେଉଁଠି ସେ କହିଲେ କି ଯେତେବେଳେ ସେ ଡିଭୋର୍ସ ନେବା ପାଇଁ ଯାଉଥିଲେ ତେବେ ଏହି କଥା ଉପରେ ତାଙ୍କର ଘର ଲୋକମାନଙ୍କର କଣ କହିବାର ଥିଲା । ମଲାଇକା କହିଲେ କି “ମୋତେ ଲାଗେ କି ସମସ୍ତଙ୍କର ଏହି ରାୟ ଥିଲା କି ଏମିତି କର ନାହିଁ । କିନ୍ତୁ ଆପଣଙ୍କୁ କେହି କହିବେ ନାହିଁ କି ପ୍ଲୀଜ ଯାଆନ୍ତୁ କରନ୍ତୁ । ଲୋକମାନେ ସର୍ବ ପ୍ରଥମେ କହିବେ କି ଯାହା ବି କରୁଛ ସବୁ ଭାବିଚିନ୍ତି କର ।“

ସେ ଆଗକୁ କହିଲେ କି,”କିନ୍ତୁ ଯେତେବେଳେ ମୋର ବନ୍ଧୁମାନେ ଓ ପରିବାରମାନଙ୍କୁ ଅନୁଭବ ହେଲା କି ମୁଁ ନିଜ ନିଷ୍ପତିରେ ଅଟଳ ରହିଛି ତେବେ ସେମାନେ ବି ମୋର ସାଥ ଦେଲେ । ଶେଷରେ ସମସ୍ତେ କହିଲେ କି ତୁମେ ଯଦି ନିଷ୍ପତି ନେଇ ସାରିଛ ତେବେ ତୁମ ଉପରେ ଆମକୁ ଗର୍ବ ଅଛି । ତୁମେ ଏକ ସାହସୀ ମହିଳା ଅଟ ।

ଯେତେବେଳେ ମୋର ପରିବାର ମୋତେ ଏହା କହିଲେ ତେବେ ମୋତେ ଏହା ଦ୍ଵାରା ଆହୁରି ସାହସ ମିଳିଲା ଓ ଯାହା ମୋତେ ଦରକାର ଥିଲା ।“ ଏହା ସହିତ ମଲାଇକା ଆହୁରି ବି କିଛି କହିଲେ ଯାହାକୁ ଆପଣ ଏହି ଭିଡିଓରେ ଦେଖି ପାରିବେ –

https://youtu.be/Hls10nIQ4cM?t=118

ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।