କାଶ୍ମୀରରେ ମିଳିଲା ଧୋନୀଙ୍କୁ ପୋଷ୍ଟିଙ୍ଗ, ୧୫ ଦିନ ପର୍ଯ୍ୟନ୍ତ ଖତରନାକ ‘ଭିକ୍ଟର ଫୋର୍ସ’ଙ୍କ ସହିତ ହେବ ଟ୍ରେନିଙ୍ଗ, ଆଉ ଏବେ…

ଭାରତର ୱିକେଟକିପର ମହେଂଦ୍ର ସିଂହ ଧୋନୀ ବର୍ତ୍ତମାନ ସମୟରେ ବହୁତ ଚର୍ଚାରେ ଅଛନ୍ତି । ଏହା ଛଡା ସେ ଜଲ୍ଦି ହିଁ ସେନା ସହିତ ସମୟ ବିତାଇବା ପାଇଁ ୧୦୬ ଟେରିଟୋରିୟଲ ଆର୍ମୀ ବଟାଲିୟନ (ପୈରା)ର ଅଂଶ ରହିବେ । ଏତିକି ନୁହେଁ ମହେନ୍ଦ୍ର ସିଂହ ଧୋନୀ ନିଜର ଏହି ନିଷ୍ପତି ବିଷୟରେ ୱେସ୍ଟଇଂଡୀଜ ପାଇଁ ଟିମର ଚୟନ ହେବା ପୂର୍ବରୁ ହିଁ କହି ଦେଇଥିଲେ ।

ଧୋନୀ ନିଜର ସନ୍ୟାସ ଖବରକୁ ବିରାମ ଦେଇ ସେନା ସହିତ ରହିବା ପାଇଁ ଘୋଷଣା କରିଛନ୍ତି । ବିସିସିଆଇ କହିଲେ କି ମହେନ୍ଦ୍ର ସିଂହ ଧୋନୀ ସେନା ସହିତ ପୂର୍ବରୁ ହିଁ ସମୟ ବିତାଇବା ପାଇଁ ଚାହୁଁଥିଲେ, କିନ୍ତୁ ଗୋଟିଏ ପରେ ଗୋଟିଏ ଟୁର୍ଣ୍ଣାମେଂଟ କାରଣରୁ ତାଙ୍କୁ ସମୟ ମିଳି ପାରୁ ନ ଥିଲା । ଏମିତିରେ ସେ ନିଜ ପାଇଁ ସମୟ ମାଗିଛନ୍ତି, ଯାହାକୁ ସେ ସେନା ସହିତ ବିତାଇବା ପାଇଁ ଚାହୁଁଛନ୍ତି । ଧୋନୀଙ୍କର ଏହି ନିଷ୍ପତିକୁ ସମସ୍ତେ ପ୍ରଶଂସା କରୁଛନ୍ତି ।

୧୫ ଦିନ ପର୍ଯ୍ୟନ୍ତ ୱିକ୍ଟର ଫୋର୍ସ ସହିତ କରିବେ ଟ୍ରେନିଙ୍ଗ

ମିଡିଆ ରିପୋର୍ଟ ଅନୁସାରେ ମହେନ୍ଦ୍ର ସିଂହ ଧୋନୀ ୩୧ ଜୁଲାଇରୁ ନେଇ ୧୫ ଅଗଷ୍ଟ ପର୍ଯ୍ୟନ୍ତ ୧୦୬ ଟେରିଟୋରିୟଲ ଆର୍ମୀ ବଟାଲିୟନ (ପୈରା) ସହିତ ସମୟ ବିତାଇବେ । ଏହି ସମୟରେ ମହେନ୍ଦ୍ର ସିଂହ ଧୋନୀ ୱିକ୍ଟର ଫୋର୍ସ ସହିତ ଟ୍ରେନିଙ୍ଗ ନେବେ, ଯାହାକୁ ବହୁତ ଭୟାନକ ଟ୍ରେନିଙ୍ଗ କୁହାଯାଇଥାଏ । କହିଦେଉଛୁ କି ଏହି ୟୁନିଟ କାଶ୍ମୀରରେ ପୋଷ୍ଟେଡ ଅଛି ।

ଖବର ଅନୁସାରେ ଧୋନୀ ଏହି ସମୟରେ ଗସ୍ତ, ଗାର୍ଡ ଓ ପୋଷ୍ଟ ଡ୍ୟୁଟି କରିବେ, ଯାହାର ସୂଚନା ସେ ବିସିସିଆଇକୁ ବହୁତ ପୂର୍ବରୁ ହିଁ ଦେଇ ଦେଇଥିଲେ ।

୨୦୧୧ରେ ଲେଫ୍ଟିନେଂଟ କର୍ନଲର ମାନଦ ରୈଂକ ଦିଆଯାଇଥିଲା

୨୦୧୧ରେ ଧୋନୀଙ୍କୁ ଲେଫ୍ଟିନେଂଟ କର୍ନଲର ମାନଦ ରୈଂକ ଦିଆଯାଇଥିଲା । ଯାହା ପରେ ସେ କେବଳ ଥରେ ମାତ୍ର ହିଁ ପ୍ରଶିକ୍ଷଣ ନେଇଥିଲେ । ଏମିତିରେ ଯେତେବେଳେ ଧୋନୀଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ଅଛି, ତେବେ ସେ ପୁଣି ଥରେ ଟ୍ରେନିଙ୍ଗ ନେବାକୁ ଚାହୁଁଛନ୍ତି, ଯାହା ଦ୍ଵାରା ସେ ଦେଶର ସେନା ସହିତ କିଛି ସମୟ ବିତାଇ ପାରିବେ ।

କହିଦେଉଛୁ କି କାଶ୍ମୀର ଘାଟିରେ ତାଙ୍କର ୟୁନିଟ ଦକ୍ଷିଣ କାଶ୍ମୀର ଅବନ୍ତିପୋରାରେ ୱିକ୍ଟର ଫୋର୍ସ ର ଅଂଶ ଅଛି, ଯିଏକି ଗତ ବର୍ଷ ଆତଙ୍କବାଦୀମାନଙ୍କର ଗତିବିଧିର ଅଂଶ ରହି ଆସିଛି । ଯେଉଁଥି ପାଇଁ ଧୋନୀଙ୍କର ଟ୍ରେନିଙ୍ଗ ବି ବହୁତ ଭୟାନକ ହେବାର ଅଛି ।

ପ୍ରଥମ ରୁ ହିଁ ଥିଲା ପ୍ଲାନିଙ୍ଗ

ସୂତ୍ରରୁ ଜଣା ପଡିଛି କି ମହେନ୍ଦ୍ର ସିଂହ ଧୋନୀ କ୍ରିକେଟକୁ ଯେତେ ଭଲ ପାଆନ୍ତି, ଠିକ ସେମିତି ହିଁ ସେ ସେନାକୁ ବି ବହୁତ ଭଲ ପାଆନ୍ତି । ଏମିତିରେ ଧୋନୀ ଯବାନଙ୍କ ସହିତ ସମୟ ବିତାଇବା ପାଇଁ ବହୁତ ପୂର୍ବରୁ ହିଁ ଚିନ୍ତା କରି ରଖିଥିଲେ । କିନ୍ତୁ କ୍ରିକେଟ କାରଣରୁ ତାଙ୍କୁ ସମୟ ମିଳି ପାରୁ ନ ଥିଲା । ବର୍ତ୍ତମାନ ସେ ନିଜର ଏହି ସ୍ଵପ୍ନକୁ ପୁରା କରିବାକୁ ଚାହୁଁଛନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।