କେବେ ଏହି ଛୋଟ ପିଲାକୁ ଅକ୍ଷୟ ମାରି ଦେଇଥିଲେ ଥାପଡ, ହେଲେ ଆଜି ହେଇଗଲେଣି ସେ ଅକ୍ଷୟଙ୍କ ଠୁ ବି ବଡ ସୁପରଷ୍ଟାର

ଆମର ବଲୀଉଡର ଫିଲ୍ମ ଇଣ୍ଡଷ୍ଟ୍ରି ରେ କିଛି ଏମିତି ଅଭିନେତା ଅଛନ୍ତି ଯେଉଁମାନେ ସବୁ ବୟସର ଲୋକମାନଙ୍କୁ ପସନ୍ଦ କରନ୍ତି । ତାଙ୍କର ଅଭିନୟ ଏତେ ଭଲ ଯେ ସବୁ ଫିଲ୍ମ ହିଟ ହୋଇଯାଏ । ଆଜି ଆମେ ଆପଣଙ୍କୁ ଏମିତି ଏକ ଅଭିନେତା ବିଷୟରେ କହିବାକୁ ଯାଉଛୁ ଯିଏକି ନିଜର ଅଭିନୟ କ୍ଷମତା ଯୋଗୁ କେତେ ସୁପରହିଟ ଫିଲ୍ମ ବଲୀଉଡ କୁ ଦେଇ ଛନ୍ତି ।ଏବଂ ଦର୍ଶକଙ୍କର ମନୋରଞ୍ଜନ ମଧ୍ୟ କରିଛନ୍ତି । ତାଙ୍କର ସବୁ ଫିଲ୍ମ ର ଥିମ ଅଲଗା ଅଟେ । ଏବଂ ଦର୍ଶକ ମାନଙ୍କୁ ସବୁବେଳ କିଛି ନୂଆ ଦେଖେଇ ବାକୁ ଚେଷ୍ଟା କରନ୍ତି । ଆମେ କହୁଛୁ ବଲୀଉଡ ଖିଲାଡ଼ି କୁମାର ଅକ୍ଷୟ କୁମାର । ଯିଏକି ଆଜିକାଲି ସାମାଜିକ ଘଟଣା ଉପରେ ଫିଲ୍ମ କରୁ ଛନ୍ତି ।

ଅକ୍ଷୟ କୁମାର ଟ୍ୱିଂକଲ ଖନ୍ନାଙ୍କ ସହ ବାହା ହୋଇ ଛନ୍ତି । ବାହାଘର ପରେ ଟ୍ୱିଂକଲ ଖନ୍ନା ଫିଲ୍ମ କରିବା ଛାଡି ଦେଲେ ଏବଂ ପରେ ଅକ୍ଷୟ କୁମାର ବହୁତ ସୁପରହିଟ ଫିଲ୍ମ ଦେବାକୁ ଲାଗିଲେ । ଆଜି ଆମେ ଅକ୍ଷୟ କୁମାରଙ୍କ ଜୀବନ ସହ ଜଡିତ ଏକ କାହାଣୀ କହିବାକୁ ଯାଉଛୁ ଯାହା ବିଷୟ ରେ ଅକ୍ଷୟ କୁମାର ନିଜେ ଏକ ଇଣ୍ଟରଭିୟୁ ରେ କହି ଛନ୍ତି ।

କଣ ଆପଣ ତଳେ ଦିଆ ଫୋଟରେ ଛିଡା ହୋଇଥିବା ପିଲାକୁ ଚିହ୍ନି ପାରୁଛନ୍ତି ? ଏହି ପିଲାଟି ଆଜି ବଲୀଉଡ ର ଏକ ବଡ ଅଭିନେତା ଅଟେ । ଏବଂ ବଲୀଉଡରେ ନିଜର ଏକ ଅଲଗା ପରିଚୟ ତିଆରି କରି ଛନ୍ତି । ବଲୀଉଡ କୁ ଗୋଟେରୁ ବଢି ଗୋଟେ ସୁପରହିଟ ଫିଲ୍ମ ଦେଇଛନ୍ତି ।

ଆପଣଙ୍କୁ କହିଦେଉଛୁ ଯେ ଏକ ସମୟରେ ଏହି ପିଲାଟି ଅକ୍ଷୟ କୁମାରଙ୍କର ବହୁତ ବଡ ଫ୍ୟାନ ଥିଲେ । ଏହି ଫୋଟରେ ଦେଖାଯାଉଥିବା ପିଲା ଆଉ କେହି ନୁହନ୍ତି ବଲୀଉଡ ର ବଡ ଅଭିନେତା ରଣବୀର ସିଂହ ଅଟନ୍ତି । ଏକ ଆୱାର୍ଡ ସୋରେ ଅକ୍ଷୟ କୁମାର କହିଥିଲେ କି ଛୋଟ ରଣବୀର ସବୁବେଳେ ମୋର ଶୁଟିଙ୍ଗ ଦେଖିବାକୁ ଆସନ୍ତି ।

କିନ୍ତୁ ଥରେ ଶୁଟିଙ୍ଗ ସମୟରେ ଛୋଟ ରଣବୀର କିଛି ଏମିତି କରିଦେଲେ ଯାହା ଅକ୍ଷୟ କୁମାରଙ୍କୁ ପସନ୍ଦ ଆସିଲା ନାହିଁ ଏବଂ ସେ ରଣବରଙ୍କୁ ଚାପୁଡା ମାରି ଦେଇଥିଲେ । କିନ୍ତୁ ବର୍ତ୍ତମାନ ଏହି ଦୁଇଜଣ ବହୁତ ଭଲ ସାଙ୍ଗ ଅଟନ୍ତି ।