ଇଏ ହେଉଛନ୍ତି ରାଜେଶ ଖନ୍ନାଙ୍କର ଦ୍ଵିତୀୟ ଝିଅ, ପ୍ରଥମ ଫିଲ୍ମରେ ହିଁ ହୋଇ ଯାଇଥିଲେ ସୁପରଷ୍ଟାର… ପରେ ଛାଡି ଦେଇଥିଲେ ଦେଶ

ଫିଲ୍ମ ଇଣ୍ଡଷ୍ଟ୍ରିରେ ଏମିତି ବହୁତ ଷ୍ଟାର ଅଛନ୍ତି ଯେଉଁମାନଙ୍କର ନିଜର ପ୍ରଥମ ଫିଲ୍ମ ହିଟ ତ ରହିଲା କିନ୍ତୁ ପରେ ସେମାନେ ସଫଳ ହୋଇ ପାରିଲେ ନାହିଁ ଓ ଏହା ପରେ ସେ ଇଣ୍ଡଷ୍ଟ୍ରିରୁ ଦୂରେଇ ଗଲେ । ଖାସ କରି ଅଭିନେତ୍ରୀମାନେ ଏହିଭଳି ଅଧିକ କରନ୍ତି ଓ କାରଣ ସେ ସଫଳ ନ ହେଲେ ବିବାହ କରି ନିଜ ଜୀବନରେ ସୈଟଲ ହୋଇ ଯାଆନ୍ତି । କିଛି ଏମିତି ହିଁ ହୋଇଥିଲା ୮୦ ଦଶକର ସୁପରଷ୍ଟାର ରାଜେସ ଖନ୍ନାଙ୍କର ଦ୍ଵିତୀୟ ଝିଅ ରିଙ୍କି ଖନ୍ନାଙ୍କ ସହିତ । ତାଙ୍କର ପ୍ରଥମ ଫିଲ୍ନ ସଫଳ ହେଲା, କିନ୍ତୁ ଆଗକୁ ସେ ସଫଳ ହୋଇ ପାରିଲେ ନାହିଁ । ଯାହା ପରେ ସେ ବିଦେଶରେ ସୈଟଲ ହୋଇଗଲେ ।

ରାଜେଶ ଖନ୍ନାଙ୍କର ଦ୍ଵିତୀୟ ଝିଅ, ପ୍ରଥମ ହିଁ ଫିଲ୍ମ’ରେ ହୋଇ ଯାଇଥିଲେ ସୁପରଷ୍ଟାର

Image courtesy: Google

୨୭ ଜୁଲାଇ, ୧୯୭୭ରେ ମୁମ୍ବାଇରେ ଜନ୍ମି ଥିଲେ ରିଙ୍କି ଖନ୍ନା । ସେ ପ୍ରାୟତଃ ଲାଇମଲାଇଟରୁ ଦୂରରେ ରହୁଥିଲେ । କିନ୍ତୁ ସେ ବି ବଲୀଉଡରେ କିଛି ସଫଳ ଫିଲ୍ମରେ କାମ କରିଛନ୍ତି । କିନ୍ତୁ ପରେ ତାଙ୍କର ବିବାହ ହୋଇଗଲା ଓ ସେ ଇଣ୍ଡଷ୍ଟ୍ରିରୁ ଦୂରେଇ ଗଲେ ।

୨୦ ବର୍ଷ ପୂର୍ବରୁ ମାନେ ୧୯୯୯ରେ ତାଙ୍କର ପ୍ରଥମ ଫିଲ୍ମ ‘ପ୍ୟାର ମେଂ କଭୀ-କଭୀ’ ଆସିଥିଲା । ଯାହାର ଗୀତ ଗୁଡିକ ବି ହିଟ ହୋଇଥିଲା । ଫିଲ୍ମ ସଫଳ ହେଲା ଓ ସେହି ସମୟରେ ଯୁବପିଢୀ ତାଙ୍କୁ ବହୁତ ପସନ୍ଦ ବି କରିଥିଲେ । କିନ୍ତୁ ଏହା ପରେ ରିଙ୍କି ଖନ୍ନା ବଲୀଉଡରେ ରହି ପାରିଲେ ନାହିଁ । ରିଙ୍କି ଖନ୍ନା ନିଜର ପ୍ରଥମ ଫିଲ୍ମ ପରେ ଅନ୍ୟ କିଛି ହିଟ ଫିଲ୍ମରେ ବି ନଜର ଆସିଥିଲେ । କିନ୍ତୁ ପରେ ସେ ଇଣ୍ଡଷ୍ଟ୍ରି ରୁ ଦୂରେଇ ଗଲେ ।

Image courtesy: Google

ରିଙ୍କି ତାମିଲ ଫିଲ୍ମରେ ବି କାମ କରୁଥିଲେ ଓ ବଲୀଉଡରେ ଆସିବା ପୂର୍ବରୁ ସେ ହିନ୍ଦୀ ଓ ଇଙ୍ଗ୍ଲିଶରେ ପ୍ଲେ ବି କରୁଥିଲେ । ୨୦୦୩ରେ ତାଙ୍କର ସାକ୍ଷାତ ଇଣ୍ଡଷ୍ଟ୍ରିଆଲିଷ୍ଟ ସମୀର ସରନଙ୍କ ସହ ହୋଇଥିଲା ଓ ସେ ରିଙ୍କିଙ୍କୁ ପସନ୍ଦ କରିନେଲେ । ବିବାହ ପରେ ରିଙ୍କି ଖନ୍ନା ଦିଲ୍ଲୀରେ ସୈଟଲ ହୋଇଗଲେ । ୨୦୦୪ରେ ରିଙ୍କିଙ୍କର ଏକ ଝିଅ ବି ହେଲା ଓ ତାହାର କିଛି ବର୍ଷ ପରେ ତାଙ୍କର ଏକ ପୁଅ ବି ହୋଇଛି ।

Image courtesy: Google

ବର୍ତ୍ତମାନ ରିଙ୍କି ନିଜର ସ୍ଵାମୀ ଓ ପିଲାମାନଙ୍କ ସହିତ ଲଣ୍ଡନରେ ରହୁଛନ୍ତି ଓ କେବେ କେବେ ସେ ଟ୍ୱିଂକଲ ଖନ୍ନା ଓ ମା’ ଡିଂପଲ କପାଡ଼ିୟାଙ୍କ ସହ ଦେଖା କରିବାକୁ ବି ଆସନ୍ତି । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।