କୋଟି କୋଟି ଟଙ୍କା କରଜରେ ଡୁବିଛନ୍ତି ଅରବପତି ହେମା ମାଳିନୀ, ଜାଣନ୍ତୁ କେତେ ଅଟେ ଧର୍ମେନ୍ଦ୍ର – ହେମାଙ୍କର ସମ୍ପତି

କିଛି ଦିନ ତଳେ ନିର୍ବାଚନ ସମୟ ଚାଲିଥିଲା ଓ ଖାସକରି ବିଜେପି ନେତାମାନଙ୍କର ଦେଖା ଯାଉଥିଲା କି କାହା ପାଖରେ କେତେ ସମ୍ପତି ଅଛି । ଏହା ମଧ୍ୟରେ ଅଭିନେତ୍ରୀ ଓ ସାଂସଦ ହେମା ମାଳିନୀଙ୍କର ନାମ ବି ଆସିଥିଲା । ବିଜେପି ସାଂସଦ ହେମା ମିଳିନୀ ନିଜର ସମ୍ପତିର ଘୋଷଣା କରିଥିଲେ ଯାହାକି ୨୪୯ କୋଟି ଟଙ୍କା ଅଟେ । ଏଥିରେ ୧୧୪ କୋଟି ଟଙ୍କାର ସମ୍ପତି ହେମା ମାଳିନୀଙ୍କ ନାମରେ ଅଛି ଓ ବାକି ତାଙ୍କ ସ୍ଵାମୀ ଧର୍ମେନ୍ଦ୍ରଙ୍କ ନାମରେ ଅଛି । ଯାହାକି ୧୩୫ କୋଟି ଟଙ୍କାର ସମ୍ପତି ଅଟେ । ହେମା ମାଳିନୀ ନିଜର ନମିନେଶନ ଫାଇଲ ସମୟରେ ନିଜର ସମ୍ପତି ବିଷୟରେ କହିଥିଲେ । କୋଟି କୋଟି ଟଙ୍କାର କରଜରେ ବି ଡୁବି ଛନ୍ତି ହେମା ମାଳିନୀ ।

କୋଟି କୋଟି ଟଙ୍କାର କରଜରେ ଡୁବି ଛନ୍ତି ଅରବପତି ହେମା ମାଳିନୀ

Image courtesy: Google

ବର୍ଷ ୨୦୧୪ରେ ଲୋକସଭା ନିର୍ବାଚନରେ ସେ ୧୭୮ କୋଟି ଟଙ୍କାର ସମ୍ପତିର ଡିକ୍ଲେୟର କରିଥିଲେ । ଏହି ହିସାବରେ ୫ ବର୍ଷ ମଧ୍ୟରେ ସ୍ଵାମୀ – ସ୍ତ୍ରୀଙ୍କର କିଛି ୭୧ କୋଟି ଟଙ୍କାର ସମ୍ପତି ବଢିଛି । ୭୦ ବର୍ଷର ହେମା ମାଳିନୀଙ୍କ ଦ୍ଵାରା ଫାଇଲ କରାଯାଇଥିବା ଆଫିଡିବିଟ ଅନୁସାରେ, ତାଙ୍କ ପାଖରେ ୫.୬୧ ଲକ୍ଷ ଟଙ୍କା ନଗଦ ରାସୀ ଓ ଧର୍ମେନ୍ଦ୍ରଙ୍କ ପାଖରେ ୩୨୫୦୦ ଟଙ୍କା ଅଛି ।

Image courtesy: Google

ହେମା ମାଳିନୀଙ୍କର ବ୍ୟାଙ୍କ ଖାତାରେ ପାଖାପାଖି ୧.୫ କୋଟି ଟଙ୍କା ଅଛି ଓ ଏହା ଛଡା ତାଙ୍କର ଅଲଗା ଅଲଗା କମ୍ପାନୀ ଗୁଡିକରେ ପାଖାପାଖି ୭ କୋଟି ଟଙ୍କାର ଶେୟାର ବି ଅଛି । ହେମା ପାଖାପାଖି ୬ କୋଟି ଟଙ୍କାର କରଜ ବି ନେଇ ରଖିଛନ୍ତି । ହେମା ମାଳିନୀଙ୍କ ପାଖରେ ବର୍ତ୍ତମାନ ଏକ ଅରବ ଏକ କୋଟି ୧୧ ଲକ୍ଷ ୯୫ ହଜାର ୭୦୦ ଟଙ୍କାର ସମ୍ପତି ଅଛି । କୋଟିପତି ହେମାଙ୍କ ଉପରେ ପାଖପାଖି ୬ କୋଟି ଓ ସ୍ଵାମୀଙ୍କ ଉପରେ ୭ କୋଟି ତାଙ୍କର କରଜ ବି ଅଛି ।

Image courtesy: Google

ଏଫିଡେଫିଟରେ ହେମା ମାଳିନୀ ନିଜ ପାଖରେ ୧ କୋଟି ୧ ଲକ୍ଷ ୭ ହଜାର ୯୬୨ ଟଙ୍କାର କାର ଅଛି ବୋଲି କହିଥିଲେ । ତାଙ୍କ ପାଖରେ ୨ କୋଟି ୭୧ ଲକ୍ଷ ୯୨ ହଜାର ୮୧୧ ଟଙ୍କାର ଗହଣା ବି ଅଛି । ଏହା ଛଡା ସେ ନିଜର ବିଜନେସ, ଭଡାଘର ଓ ସୁଧ ବିଷୟରେ ବି କହିଥିଲେ । ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।