୨୩ ବର୍ଷ ପରେ କରିଶ୍ମା କପୁରଙ୍କ ବଡ ଖୁଲାସା, କହିଲେ – ‘ଝାଂଝରିୟା ଗୀତ ପାଇଁ ବଦଳାଇବାକୁ ପଡିଥିଲା ୩୦ ଥର ଡ୍ରେସ, ଯାହାକି ମୋତେ…’

ବଲୀଉଡର ପ୍ରସିଦ୍ଧ ଅଭିନେତ୍ରୀ କରିଶ୍ମା କପୁର ଏକ ଟିଭି ଶୋ ସମୟରେ ନିଜର କ୍ୟାରିୟର ସହ ଜଡିତ ଏକ ଅଜବ ଜିନିଷକୁ ଶେୟାର କରିଲେ । ଯାହାକୁ ଜାଣି ତାଙ୍କର ଫ୍ୟାନ ବହୁତ ଆଶ୍ଚର୍ଯ୍ୟ ହୋଇଗଲେ । କରିଶ୍ମା କପୁରଙ୍କର ବର୍ଷ ୧୯୯୬ରେ ଆସିଥିବା ସୁପରହିଟ ଫିଲ୍ମ ‘କ୍ରୀଷ୍ଣା’ ବିଷୟରେ ବହୁତ ବର୍ଷ ପରେ ଏକ ସୀକ୍ରେଟ ଶେୟାର କରିଲେ । ଫିଲ୍ମ ‘କ୍ରୀଷ୍ଣା’ର ହିଟ ଗୀତ ‘ଝାଂଝରିୟା’ରେ କରିଶ୍ମା କପୁର ଭଲ ଡାନ୍ସ କରି ଲୋକମାନଙ୍କର

ହୃଦୟ ଜିତି ନେଇଥିଲେ । କିନ୍ତୁ ବର୍ତ୍ତମାନ ଏହି ଗୀତକୁ ନେଇ ସେ ଏକ ଅଜବ କଥା କହିଛନ୍ତି । ଯାହାକୁ ଲୋକମାନେ ଦେଖିଲେ କିନ୍ତୁ ତାହା ଉପରେ ଧ୍ୟାନ ଦେଲେ ନାହିଁ । ଫିଲ୍ମ କ୍ରୀଷ୍ଣାର ହିଟ ଗୀତ ‘ଝାଂଝରିୟା’ କୁ ନେଇ କରିଶ୍ମା କପୁର ଏକ ଶୋରେ କହିଲେ କି, ଏହି ଗୀତରେ ପୁରୁଷ ଓ ମହିଳାଙ୍କର ଦୁଇଟି ଭର୍ସନ ଥିଲା, ଯେଉଁ କାରଣରୁ ଦୁଇଟିର ଶୁଟିଙ୍ଗ ଅଲଗା ଅଲଗା କରିବାକୁ ପଡିଥିଲା ।

ଏତିକି ନୁହେଁ ଏହି ସମୟରେ କରିଶ୍ମା କପୁରଙ୍କୁ ବହୁତ ପରିଶ୍ରମ ବି କରିବାକୁ ପଡିଥିଲା । କାରଣ ତାଙ୍କୁ ମରୁଭୁମିରେ ଶୁଟିଙ୍ଗ କରିବାକୁ ପଡିଥିଲା ତ କେବେ ମୁମ୍ବାଇରେ । ଅର୍ଥାତ ତାଙ୍କୁ ଏହି ସମୟରେ ବାରମ୍ବାର ଡ୍ରେସ ବି ବଦଳାଇବାକୁ ପଡିଥିବ, ଯାହାର ସଂଖ୍ୟା ବହୁତ ବର୍ଷ ପରେ ସେ କହିଲେ ।

୩୦ ଥର ବଦଳାଇବାକୁ ପଡିଥିଲା ଡ୍ରେସ – କରିଶ୍ମା କପୁର

କରିଶ୍ମା କପୁର ଏହି ଗୀତକୁ ମନେ ପକାଇ କହିଲେ କି ଏହି ଗୀତ ମୋ କ୍ୟାରିୟର ପାଇଁ ସବୁଠୁ ସର୍ବଶ୍ରେଷ୍ଠ ଥିଲା, କାରଣ ଏଥିରେ ମୁଁ ୩୦ ଥର ଡ୍ରେସ ବଦଳାଇ ଥିଲି ଓ ସେତିକି ଥର ମେକଅପ ଚେଞ୍ଜ ବି କରିଥିଲି । ଏହା ସହିତ କହିଲେ କି ଏହା ବହୁତ ପପୁଲାର ଗୀତ ଥିଲା । କିନ୍ତୁ ଏହି ଗୀତ ପାଇଁ ମୋତେ ଯେଉଁ ପରିଶ୍ରମ କରିବାକୁ ପଡିଥିଲା, ସେହି କାରଣରୁ ଏହା ମୋ ଜୀବନର ସବୁଠୁ ଭଲ ଗୀତ ହୋଇ ଯାଇଛି ।

ଏହାକୁ ଯେତେବେଳ ମୁଁ ମନେ ପକାଇଥାଏ, ତେବେ ମୋତେ ୩୦ ଥର ଡ୍ରେସ ଚେଞ୍ଜ କରିବା କଥା ମନେ ପଡିଯାଏ । ଯେଉଁଥିରେ ମୋତେ ଓ ମୋ ଟିମକୁ ବହୁତ ପରିଶ୍ରମ କରିବାକୁ ପଡିଥିଲା ।

ଆଲଗା ଅଲଗା କରିବାକୁ ପଡିଥିଲା ମେକଅପ – କରିଶ୍ମା କପୁର

ଏହା ସହିତ ସେ କହିଲେ କି ବାରମ୍ବାର ମେକଅପ କରିବା କାରଣରୁ ମୁଁ ବହୁତ ଥକି ବି ଯାଇଥିଲି, କିନ୍ତୁ ଯେତେବେଳ ଗୀତଟି ହିଟ ହୋଇଗଲା ତେବେ ମୋର ପରିଶ୍ରମ ସଫଳ ହୋଇଗଲା । ଯାହା ମୋତେ ସବୁଦିନ ପାଇଁ ମନେ ରହିଥିବ ।

ଡାନ୍ସ ଇଣ୍ଡିଆ ଡାନ୍ସରେ ନଜର ଆସିଥିଲେ କରିଶ୍ମା କପୁର

କରିଶ୍ମା କପୁର ଡାନ୍ସ ଇଣ୍ଡିଆ ଡାନ୍ସରେ ନଜର ଆସିଥିଲେ, ଯେଉଁଠି ସେ ନିଜର କ୍ୟାରିୟର ସମ୍ବନ୍ଧିତ ଅନେକ ରହସ୍ୟ ଖୋଲିଥିଲେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।