ଚର୍ଚ୍ଚାର ବିଷୟ ହେଲା ଖୁସି କପୂର ଙ୍କର ନୂଆ ଟାଟୁ, କଣ ଲେଖିଛନ୍ତି ଜାଣିଲେ ଆପଣ ବି କହିବେ…

ଟାଟୁ କରିବା ଆଜିକାଲି ଫ୍ୟାସନ ହୋଇ ଗଲାଣି । ପ୍ରାୟତଃ ଲୋକମାନେ ନିଜର ଶରୀରରେ ଟାଟୁ କରି ଥାନ୍ତି । ପର୍ମାନେଂଟ ଟାଟୁ ବହୁତ ଭାବିଚିନ୍ତି କରିବା ଉଚିତ କାରଣ ଥରେ ଯଦି ଆପଣ ନିଜର ଶରୀରରେ ଟାଟୁ କରି ଦେଉ ଛନ୍ତି ତେବେ ଏହାକୁ ଲିଭାଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରିବାକୁ ପଡି ଥାଏ । ସମସ୍ତେ ଭିନ୍ନ ଭିନ୍ନ ପ୍ରକାରର ଟାଟୁ ବନାଇ ଥାନ୍ତି ।

ପ୍ରାୟତଃ ବଲୀଉଡ ଷ୍ଟାର ମାନେ ମଧ୍ୟ ନିଜ ଶରୀରରେ ଟାଟୁ ବନାଇ ଥାନ୍ତି । ବର୍ତ୍ତମାନ ଏହି କଳକାରମାନଙ୍କ ମଧ୍ୟରେ ଆଉ ଜଣଙ୍କର ନାମ ସାମିଲ ହୋଇ ଗଲାଣି । କିନ୍ତୁ ସେ କୌଣସି ଅଭିନେତ୍ରୀ ନୁହନ୍ତି । ଆମେ ଆପଣଙ୍କୁ କହି ଦେଉଛୁ ଯେ ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଶ୍ରୀଦେବୀଙ୍କର ସାନ ଝିଅ ଏବଂ ଜାନ୍ହବୀଙ୍କର ଛୋଟ ଭଉଣୀ ଖୁସି କପୁର । ବର୍ତ୍ତମାନ କିଛି ଦିନ ତଳେ ଖୁସି ନିଜ ଶରୀରରେ ଏକ ଟାଟୁ ବନାଇଛନ୍ତି । ଆମେ ଆଜି ଆପଣମାନଙ୍କୁ ସେହି ବିଷୟରେ କିଛି କହିବାକୁ ଯାଉଛୁ ।

ନିଜର ଫ୍ୟାସନ ସେନ୍ସ କାରଣରୁ ଚର୍ଚାରେ ରହୁଥିବା ଖୁସି କପୁର ଏକ ଏମିତି ଟାଟୁ ବନାଇଛନ୍ତି ଯାହାକି ଚର୍ଚାର ବିଷୟ ହୋଇଯାଇଛି । ଟାଟୁକୁ ଅଲଗା ଏଥି ପାଇଁ କୁହାଯାଉଛି କାରଣ ଖୁସିର ଟାଟୁ ସ୍ୱର୍ଗୀୟ ମା ଶ୍ରୀଦେବୀ, ବାପା ବୋନୀ କପୂର ଏବଂ ଜାନ୍ହବୀ କପୂରଙ୍କ ସହିତ ସମ୍ବନ୍ଧିତ ଅଛି । ଖୁସି ଏହି ଟାଟୁକୁ ନିଜର ଜନ୍ମଦିନରେ ବନାଇଛନ୍ତି ଏବଂ ତାଙ୍କର ଏହି ଟାଟୁକୁ ସେ ତାଙ୍କର ପରିବାରକୁ ସମର୍ପିତ କରିଛନ୍ତି ।

ଈଶା ଅମ୍ବାନୀଙ୍କର ବାହାଘର ଦିନ ଯେତେବେଳେ ଖୁସି ମନୀଷ ମଲ୍ହୋତ୍ରାଙ୍କ ଦ୍ଵାରା ନିର୍ମିତ କରାଯାଇଥିବା ଲେହେଙ୍ଗା ପିନ୍ଧି ଆସିଥିଲେ ସେହି ସମୟରେ ତାଙ୍କ ଟାଟୁଟି ଦେଖା ଯାଇଥିଲା । କହିଦେଉଛୁ ଯେ, ଖୁସି ଯେଉଁ ଟାଟୁ କରିଛନ୍ତି ତାହା ରୋମାନରେ ଲେଖା ଯାଇଛି । ସୂତ୍ର ଅନୁସାରେ ଖୁସିର ଟାଟୁ ତାଙ୍କର ଜନ୍ମଦିନ ରୁ ଆରମ୍ଭ ହୋଇ, ଜାନ୍ହବୀ, ଶ୍ରୀଦେବୀ ଏବଂ ବୋନୀ କପୂରଙ୍କର ଜନ୍ମଦିନରେ ଶେଷ ହୋଇଛି । ସେ ଟାଟୁରେ ରୋମନ ନମ୍ବରରେ ନିଜ ପରିବାରର ଜନ୍ମ ଦିନ ତାରିଖ ଲେଖିଛନ୍ତି ।

 

ଯେମିତି କି ଖୁସିଙ୍କର ଜନ୍ମଦିନ ୫ ନଭେମ୍ବରକୁ ଆସିଥାଏ ସେ ତାକୁ ରୋମନ ରେ ‘V’ ଲେଖିଛନ୍ତି, ଜାନ୍ହବୀଙ୍କର ଜନ୍ମଦିନ ୬ ମାର୍ଚ କୁ ଆସିଥାଏ ସେ ତାହାକୁ ‘VI’ ଲେଖିଛନ୍ତି, ଶ୍ରୀଦେବୀଙ୍କର ଜନ୍ମଦିନ ୧୩ ଅଗଷ୍ଟକୁ ଆସିଥାଏ ତେବେ ସେ ‘XII’ ଏବଂ ବୋନୀ କପୁରଙ୍କର ଜନ୍ମଦିନ ୧୧ ନଭେମ୍ବରକୁ ଆସିଥାଏ ତେବେ ସେ ‘XI’ ଲେଖିଛନ୍ତି । ଏହା ଖୁସିଙ୍କ ପାଇଁ ବହୁତ ଖାସ ଅଟେ । ପୋଷ୍ଟଟି ଭଲ ଲାଗିଲେ ଶେୟାର କରନ୍ତୁ ଓ ଆମ ସହିତ ଯୋଡି ହେବା ପାଇଁ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ ।