ଯଦି ଆପଣଙ୍କ ଘରେ ମଧ୍ୟ ମଶା ଓ ମୂଷା ହଇରାଣ କରୁଛନ୍ତି, ତେବେ ନିଶ୍ଚିତ କରନ୍ତୁ ଏହି ସବୁ ଉପାୟ!

ଆମେ ମଣିଷ ଶୀତ, ଗରମ ଏବଂ ବର୍ଷା ଇତ୍ୟାଦି ରୁ ବଞ୍ଚିବା ପାଇଁ ଘରର ନିର୍ମାଣ କରିଥାଉ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଆମର ଘରେ ଆମ ଛଡା ଅନ୍ୟ ବି ଛୋଟ ଛୋଟ ପ୍ରାଣୀ ରହିଥାନ୍ତି ଯାହା ଆମ ପାଇଁ ଖରାପ ହୋଇଥାଏ । ସେମାନେ ଆଉ କେହି ନୁହନ୍ତି, ଗୃହରେ ରହୁ ଥିବା ମାଛି, ମଶା, ମୂଷା, ଅସରପା ଇତ୍ୟାଦି ଅଟନ୍ତି । ଘରେ ଏହି ଜୀବ ମାନଙ୍କର ରହିବାର ମୁଖ୍ୟ କାରଣ ଘରେ ଥିବା ଅଳିଆ ଆବର୍ଜନା ହୋଇଥାଏ । ସେମାନେ ଆମ ମାନଙ୍କ ପାଇଁ ବହୁତ ପ୍ରକାରର ରୋଗ ଆଣିଥାନ୍ତି । ତେବେ ଆସନ୍ତୁ ଜାଣିବା ସେମାନଙ୍କ ଠାରୁ ବଞ୍ଚିବାର ଉପାୟ ଗୁଡିକ ବିଷୟରେ-

ଝିଟିପିଟି ଠୁ ବଞ୍ଚିବାର ଉପାୟ

ବହୁତ ଲୋକଙ୍କ ଘର କାନ୍ଥରେ ଝିଟିପିଟି ଦେଖା ଯାଇଥାଏ । ଗୋଟିଏ ଝିଟିପିଟି ଧୀରେ ଧୀରେ ଅଣ୍ଡା ଦେଇ ଅନେକ ଝିଟିପିଟିଙ୍କୁ ଜନ୍ମ ଦେଇଥାଏ । ଏହି ଝିଟିପିଟିଙ୍କ ପାଇଁ ନାନା ପ୍ରକାରର ରୋଗ ହେବାର ସମ୍ଭାବନା ଦେଖାଦିଏ।  ଏମିତି ରେ ଆପଣ ଯଦି ଏହି ଝିଟିପିଟି ମାନଙ୍କ ଠାରୁ ବଞ୍ଚିବା ପାଇଁ ଚାହୁଞ୍ଚନ୍ତି ତେବେ ଆପଣ ଘରର କାନ୍ଥରେ ପାଣି ଏବଂ ଗୋଲୋମରୀଚ ର ସ୍ପ୍ରେ କରନ୍ତୁ । ଏହା ଦ୍ଵାରା ସେମାନେ ଘର ଭିତରେ ପ୍ରବେଶ କରିବେ ନାହିଁ ।

ମୂଷାରୁ ବଞ୍ଚିବାର ଉପାୟ :

ସମସ୍ତଙ୍କ ଘରେ ମୂଷା ଏକ ବହୁତ ବଡ ଚିନ୍ତାର କାରଣ ଅଟେ । ତାଙ୍କ ଦାନ୍ତ ତଳେ ଏକ ବିଷଧର ତତ୍ଵ ଅଛି। ସେମାନେ ରାତି ସାରା ଘରେ ବୁଲନ୍ତି ଓ ସେମାନଙ୍କ ଶରୀରରେ ଥିବା ବିଷାକ୍ତ ପଦାର୍ଥ ଘରର ଚଟାଣରେ ଲାଗିଯାଏ, ଯାହା କାରଣରୁ ଖାଉଥିବା କୌଣସି ଖାଦ୍ୟ ଯଦି ତଳେ ପଡିଯାଏ ତେବେ ସେହି ବିଷଧର ତତ୍ଵ ଖାଦ୍ୟରେ ପ୍ରବେଶ କରିଯାଇଥାଏ । ଯାହାର ସେବନ ଦ୍ଵାରା ଆମେ ବିଭିନ୍ନ ରୋଗରେ ପୀଡିତ ହୋଇ ଯାଇଥାଉ ।

ପ୍ରାୟତଃ ମହିଳାମାନେ ମୁସାକୁ ଧରିବା ପାଇଁ ଜାଲ, ମୂଷା ମାରିବା ଔଷଧ ଇତ୍ୟାଦି ବ୍ୟବହାର କରିଥାନ୍ତି । କିନ୍ତୁ ଏଥିରୁ କୌଣସି ସଫଳତା ମିଳେ ନାହିଁ । ଯଦି ଆପଣ ମୂଷା ଯିବା ଆସିବା ଜାଗାରେ ପିଆଜ କାଟି ରଖି ଦେବେ ତେବେ ମୂଷା ଘର ଭିତରକୁ କେବେ ବି ଆସିବ ନାହିଁ । କାରଣ ପିଆଜର ଗନ୍ଧ ମୂଷାଙ୍କୁ ଭଲ ଲାଗେ ନାହିଁ ।

ଅସରପା ଠାରୁ ବଞ୍ଚିବା ଉପାୟ :

ଅସରପା ନିଜ ସହିତ ବହୁତ ପ୍ରକାରର ରୋଗ ଏବଂ ଆବର୍ଜନା ଆଣିଥାଏ । ଯଦି ଆପଣଙ୍କ ଘରେ ଅସରପା ଦେଖାଯାଉଛି ତେବେ ସେଠୀ ଲବଙ୍ଗ ର ପାଉଡର କିମ୍ବା ଚିନି ଏବଂ ବେକିଙ୍ଗ ସୋଢା ର ବ୍ୟବହାର କରିପାରିବେ ।