“ତୁମ ତୋ ଠେହରେ ପରଦେସୀ”ରୁ ରାତାରାତି ହିଟ ହେଇଥିଲେ ଯେଉଁ ସିଙ୍ଗର, ଆଜି ବିତାଉଛନ୍ତି ଏମିତି ଜୀବନ

ଏମିତି ଅନେକ ଗୀତ ଅଛି, ଯାହାକୁ ବାରମ୍ବାର ଶୁଣିଲେ ବି ମନ ଭରେ ନାହିଁ । ବଲୀଉଡ ଫିଲ୍ମ ଜଗତର ଅନେକ ଗୀତ ମଧ୍ୟରୁ ଏମିତି କିଛି ଗୀତ ଅଛି ଯାହା ସୁପରହିଟ ହୋଇଥାଏ । ଏହି ସବୁ ଗୀତ ମଧ୍ୟରୁ “ତୁମ ତୋ ଠହରେ ପରଦେସୀ” ଏକ ଏମିତି ଗୀତ ଅଟେ ଯାହା ଆଜି ବି ଲୋକମାନଙ୍କ ମୁହଁରୁ ଶୁଣିବାକୁ ମିଳିଥାଏ । ଆପଣଙ୍କୁ କହିଦେଉଛୁ କି ଯେତେବେଳେ ଏହି ଗୀତଟି ରିଲିଜ ହୋଇଥିଲା ତେବେ ସେହି ସମୟରେ ଏହି ଗୀତଟି ବିଭିନ୍ନ ରେକର୍ଡ ଭାଙ୍ଗିଥିଲା ଓ ଏହି

ଗୀତ ସେହି ସମୟରେ ସବୁଠୁ ହିଟ ପ୍ରମାଣିତ ବି ହୋଇଥିଲା ।

କହିବାକୁ ଗଲେ ଆଜିକାଲି ବିଭିନ୍ନ ପ୍ରକାରର ଗୀତ ହିଟ ହେଉଛି କିନ୍ତୁ କିଛି ଲୋକମାନଙ୍କୁ ଆଜି ବି ଗଜଲ ପସନ୍ଦ ଲାଗେ । ଏମିତିରେ ଆଜି ଆମେ ଆପଣଙ୍କୁ ଏକ ହିଟ ଗଜଲ ଗାୟକଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏକି ନିଜର ଶାୟରାନା ଅନ୍ଦାଜ ପାଇଁ ପରିଚିତ ଥିଲେ । କାରଣ ତାଙ୍କର ସବୁ ଗୀତରେ ଶାୟେରୀ ନିଶ୍ଚିତ ରହୁଥିଲା । ଆମେ କଥା ହେଉଛୁ ବଲୀଉଡର ଗାୟକ ଆଲ୍ତାଫ ରାଜାଙ୍କ ବିଷୟରେ ।

ଅଲ୍ତାଫ ରାଜା ୯୦ ଦଶକର ଫେମସ ଗାୟକମାନଙ୍କ ମଧ୍ୟରୁ ଜଣେ ଥିଲେ । ତାଙ୍କର ଗୀତ ଗାଇବାର ଅନ୍ଦାଜ ବିଲକୁଲ ଅଲଗା ଥିଲା । ସେ ବହୁତ ହିଟ ଗୀତ ଗାଇଛନ୍ତି । ସେଥି ମଧ୍ୟରୁ ‘ତୁମ ତୋ ଠହରେ ପରଦେଶୀ ଓ ଇଶ୍କ ଓ ପ୍ୟାର କା ମଜା ଲୀଜିୟେ’ ଭଳି ଗୀତ ସେହି ସମୟରେ ସୁପରହିଟ ଥିଲା ।

କହିବାକୁ ଗଲେ ଅଲ୍ତାଫ ରାଜା ନିଜର ଶିଙ୍ଗିଙ୍ଗ କ୍ୟାରିୟରର ଆରମ୍ଭ ୧୯୯୭ରେ ‘ତୁମ ତୋ ଠହରେ ପରଦେଶୀ’ ରୁ କରିଥିଲେ । ଏହି ଗୀତଟି ରିଲିଜ ହେବା ପରେ ସେ ରାତାରାତି ଷ୍ଟାର ହୋଇଗଲେ । ଆପଣଙ୍କୁ କହିଦେଉଛୁ କି ଏହି ଗୀତଟି ୧୫ ମିନିଟର ଅଟେ । ଯାହାକୁ ବର୍ତ୍ତମାନ ସମୟରେ ବି କିଛି ଲୋକମାନେ ଶୁଣିବାକୁ ଭଲ ପାଆନ୍ତି ।

କହିବାକୁ ଗଲେ ଅଲ୍ତାଫ ରାଜାଙ୍କର ପ୍ରାୟତଃ ଗୀତ ଆଶିକୀ ଅନ୍ଦାଜର ହେଉଥିଲା । ତାଙ୍କର ଗୀତ ହୃଦୟ ହାରିଥିବା ଓ ହୃଦୟକୁ ଜିତିଥିବା ଦୁଇ ପ୍ରକାରର ବ୍ୟକ୍ତିଙ୍କ ପାଇଁ ହୋଇଥାଏ । ଯେଉଁ କାରଣରୁ ତାଙ୍କର ଗୀତକୁ ଯୁବପିଢି ପସନ୍ଦ କରୁଥିଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଅଲ୍ତାଫ ରାଜା ଯିଏକି ଗୋଟିଏ ସମୟରେ ଜଣ ଶୁଣା ସିଙ୍ଗର ଥିଲେ କିନ୍ତୁ ଆଜି ସେ ବେରୋଜଗାର ହୋଇ ଯାଇଛନ୍ତି । ନିଜର ଜୀବିକା ନିର୍ବାହ କରିବା ପାଇଁ ସେ ଛୋଟ – ମୋଟ କଂସର୍ଟ କରୁଛନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।