ପ୍ରେମରେ Akshay Kumar ଙ୍କ ଠାରୁ ମିଳିଲା ଧୋକା ତ Bollywood ର ଏହି ହିରୋଇନ ଭିଲିଆନ ଙ୍କ ସହିତ କରିନେଲେ ବିବାହ

ବଲୀଉଡର ଅଭିନେତା ଅକ୍ଷୟ କୁମାର ଯେତିକି ନିଜର ଫିଲ୍ମ ଓ କିରଦାର ପାଇଁ ଚର୍ଚାରେ ରହିଥାନ୍ତି ସେତିକି ସେ ନିଜର ଅଫେୟାରକୁ ନେଇ ବି ଚର୍ଚାରେ ରହୁଥିଲେ । ବଲୀଉଡରେ ଗୋଟିଏ ସମୟ ଏମିତି ବି ଥିଲା ଯେତେବେଳେ ସବୁ ହିରୋଇନଙ୍କ ସହ ଅକ୍ଷୟ କୁମାରଙ୍କ ନାଁ ଯୋଡି ଥିଲା । ରବିନା ଟଣ୍ଡନଙ୍କ ଠାରୁ ନେଇ ଶିଲ୍ପା ଶେଟ୍ଟୀଙ୍କ ସହ ଅଫେୟାର ଓ ଶେଷରେ ଟ୍ୱିଂକଲ ଖନ୍ନାଙ୍କ ସହ ବିବାହ ବିଷୟରେ ସମସ୍ତେ ଜାଣିଛନ୍ତି । କିନ୍ତୁ ବହୁତ କମ ଲୋକମାନେ ଏହା ଜାଣିଛନ୍ତି କି ଅଭିନେତ୍ରୀ ପୂଜା ବତ୍ରାଙ୍କ ସହ ବି ଅକ୍ଷୟ କୁମାର ରିଲେଶନସିପରେ ରହିସାରିଛନ୍ତି ।

କିନ୍ତୁ କିଛି ସମୟ ପରେ ପୂଜା ବତ୍ରା ଅକ୍ଷୟ କୁମାରଙ୍କୁ ଛାଡି ବଲୀଉଡର ଜଣେ ଖଳନାୟକଙ୍କୁ ବିବାହ କରିଛନ୍ତି । କହିବାକୁ ଗଲେ ପୂଜା ଏମିତି କାହିଁକି କରିଲେ ଆଜି ଆମେ ଆପଣଙ୍କୁ କହିବୁ ।

କହିଦେଉଛୁ କି ପୂଜା ବତ୍ରା ୧୬ ବର୍ଷ ବୟସରୁ ହିଁ ମଡେଲିଙ୍ଗ ଆରମ୍ଭ କରିଦେଇଥିଲେ ଓ ୧୮ ବର୍ଷ ବୟସରେ ହିଁ ସେ ମିସ ଇଣ୍ଡିଆ ଇନ୍ଟରନ୍ୟାଶନାଲ ବି ହୋଇ ଯାଇଥିଲେ । ଏହା ପରେ ସେ ଫିଲ୍ମ ବିରାସତରୁ ବଲୀଉଡକୁ ଡେବ୍ୟୁ କରିଲେ । ଏହି ଫିଲ୍ମ ସୁପରହିଟ ମଧ୍ୟ ହେଲା । ଏହି ଫିଲ୍ମରେ ପୂଜା ବତ୍ରା କୌଣସି ବଡ ରୋଲରେ ନଜର ଆସି ନ ଥିଲେ କିନ୍ତୁ ଏହା ସତ୍ବେ ବି ତାଙ୍କୁ ନୋଟିସ କରାଗଲା । ଏମିତିରେ ସେ ଧୀରେ ଧୀରେ ବଲୀଉଡରେ ଛାଇ ଗଲେ ।

କିନ୍ତୁ ଯଦି ଅକ୍ଷୟ କୁମାର ଓ ପୂଜା ବତ୍ରାଙ୍କ ରିଲେଶନସିପ ବିଷୟରେ କହିବା ତେବେ ମଡେଲିଙ୍ଗ ସମୟରେ ହିଁ ପୂଜା ବତ୍ରା ଓ ଅକ୍ଷୟ କୁମାର ଭଲ ବନ୍ଧୁ ଥିଲେ । ଏମିତିରେ ଦୁଇ ଜଣଙ୍କ ରିଲେସନଶିପର ଖବର ବି ଚର୍ଚାରେ ରହୁଥିଲା । ଏହା ସହିତ ପ୍ରାୟତଃ କେତେକ ପାର୍ଟିରେ ଉଭୟ ଏକତ୍ରିତ ନଜର ମଧ୍ୟ ଆସୁଥିଲେ । କିନ୍ତୁ ଏହା ସହିତ ଏହା ବି ଶୁଣିବାକୁ ମିଳୁଥିଲା କି ଯେତେବେଳେ ଅକ୍ଷୟ ପୂଜା ବତ୍ରାଙ୍କ ସହିତ ଥିଲେ ତେବେ ସେହି ସମୟରେ ସେ ରବିନା ଟଣ୍ଡନଙ୍କୁ ବି ଡେଟ କରୁଥିଲେ ।

କହିଦେଉହକୁ କି ଅକ୍ଷୟ କୁମାର ବଲୀଉଡରେ ଆସିବା ପାଇଁ ପୂଜା ବତ୍ରାଙ୍କୁ ଜରିଆ କରିଥିଲେ ଓ ଯେମିତି ଯେମିତି ସେ ବଲୀଉଡରେ ହିଟ ହେବାକୁ ଲାଗିଲେ ତେବେ ସେ ପୂଜା ବତ୍ରାଙ୍କ ଠାରୁ ଦୂରେଇ ଗଲେ । ଏହା ସହିତ ସେ ରବିନା ଓ ଶିଲ୍ପାଙ୍କ ଠାରୁ ବି ଦୂରେଇ ଯାଇ ଟ୍ୱିଂକଲ ଖନ୍ନାଙ୍କ ସହ ବିବାହ କରି ନେଲେ ।

ଏମିତିରେ ଅକ୍ଷୟ କୁମାରଙ୍କ ଠାରୁ ଧୋଖା ମିଳିବା ପରେ ସମସ୍ତେ ବିଜନେସମ୍ୟାନଙ୍କୁ ବିବାହ କରି ନେଲେ । ଅନ୍ୟ ପଟେ ୨୦୦୩ରେ ପୂଜା ବତ୍ରା ବି ଆମେରିକାର ବିଜନେସମ୍ୟାନ Sonu S. Ahluwaliaଙ୍କୁ ବିବାହ କରିଲେ ଓ ବିଦେଶ ଚାଲିଗଲେ ।

କିନ୍ତୁ ଏହି ସମ୍ପର୍କ ଅଧିକ ଦିନ ପର୍ଯ୍ୟନ୍ତ ଚାଲିଲା ନାହିଁ ଓ ୨୦୧୨ରେ ଏମାନଙ୍କର ଛାଡପତ୍ର ହୋଇଗଲା । ଏହା ପରେ ଅଭିନେତ୍ରୀ ପୂଜା ବତ୍ରା ୨୦୧୯ରେ ବଲୀଉଡରେ ଖଳନାୟକ ରୂପରେ ନଜର ଆସୁଥିବା ଅଭିନେତା ନବାବ ସାହାଙ୍କୁ ବିବାହ କରି ନେଲେ ଓ ବର୍ତ୍ତମାନ ଦୁଇ ଜଣ ଏକତ୍ରିତ ବହୁତ ଖୁସିରେ ଅଛନ୍ତି । ଏମାନେ ପ୍ରାୟତଃ ସୋସିଆଲ ମିଡିଆରେ ନିଜର ରୋମାଣ୍ଟିକ ଫଟୋ ଶେୟାର କରିଥାନ୍ତି ।