ଏମାନେ ହେଲେ ଲୋକପ୍ରିୟ ଅଭିନେତ୍ରୀ Koel Banerjee ଙ୍କ Real life ସ୍ଵାମୀ, ଦ୍ଵିତୀୟ ସ୍ଵାମୀ ଦେଖିବାକୁ ଅଧିକ ହ୍ୟାଣ୍ଡସମ !

ବନ୍ଧୁଗଣ ଆପଣମାନେ ତ କୋଏଲ ବାନାର୍ଜୀଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଯିଏ କି ଜଣେ ଲୋକପ୍ରିୟ ଓଲିଉଡ ଅଭିନେତ୍ରୀ ଅଟନ୍ତି । ନିଜ ଅଭିନୟ ମାଧ୍ୟମରେ କୋଏଲ ଖୁବ କମ୍ ଦିନରେ ଲୋକପ୍ରିୟତା ହାସଲ କରି ପାରିଥିଲେ । ନିଜ ରିଲ୍ ଲାଇଫକୁ ନେଇ କୋଏଲ ଯେତିକି ଚର୍ଚ୍ଚାରେ ରୁହନ୍ତି ତାଙ୍କ ରିୟଲ ଲାଇଫକୁ ନେଇ ମଧ୍ୟ ସେତିକି ଚର୍ଚ୍ଚାରେ ରୁହନ୍ତି । ତେବେ ଆଜି ଆପଣଙ୍କୁ ଓଲିଉଡ ଅଭିନେତ୍ରୀ କୋଏଲ ବାନାର୍ଜୀଙ୍କ ରିୟଲ ଲାଇଫ ବିଷୟରେ କିଛି ତଥ୍ୟ ଦେବାକୁ ଯାଉଛୁ ।

କୋଏଲ ବାନାର୍ଜୀ ବିହାରରେ ଏକ ହିନ୍ଦୁ ବଙ୍ଗାଳୀ ପରିବାରେ ଜନ୍ମଗ୍ରହଣ କରିଥିଲେ । ୧୯୯୧ ମସିହା ଜୁଲାଇ ମାସ ୨ ତାରିଖରେ କୋଏଲଙ୍କ ଜନ୍ମ । ବଙ୍ଗୀୟ ସୁନ୍ଦରୀ କୋଏଲ ହିନ୍ଦୀ, ଇଂରାଜୀ, ଓଡିଆ ଓ ବଙ୍ଗାଳୀ ବ୍ଯତୀତ ଭୋଜପୁରୀ ଭାଷା ମଧ୍ୟ ଜାଣନ୍ତି । କୋଏଲ ସ୍କୁଲ ପାଠପଢା ଶେଷ କରିବା ପରେ ୟୁନିଭରସିଟି ଅଫ କଲିକତାରୁ ସ୍ନାତକ ହାସଲ କରିଥିଲେ ଓ ଏହାପରେ ମହାରାଜା ମଣୀନ୍ଦ୍ର ଚନ୍ଦ୍ର କଲେଜରୁ ପୋଷ୍ଟ ଗ୍ରାଜୁଏସନ ମଧ୍ୟ କରିଥିଲେ ।

କୋଏଲ ଅଭିନୟ ସହ ଗୀତ ଏବଂ ନାଚରେ ମଧ୍ୟ ବେଶ ରୁଚି ରଖନ୍ତି । ସେ ୨୦୧୩ ମସିହାରୁ ନିଜ ଅଭିନୟ କ୍ଯାରିୟର ଆରମ୍ଭ କରିଥିଲେ । ପ୍ରଥମରୁ ହିଁ ଦର୍ଶକମାନେ ତାଙ୍କ ଅଭିନୟକୁ ବେଶ ପସନ୍ଦ କରିଥିଲେ ଓ ଅଳ୍ପ ଦିନ ମଧ୍ୟରେ ଓଡିଆ ଫିଲ୍ମ ଜଗତରେ ରାଜ କରିଥିଲେ କୋଏଲ । ଫିଲ୍ମ ବ୍ଯତୀତ କୋଏଲ ଓଡିଆ ସିରିଏଲରେ ମଧ୍ୟ ନଜର ଆସିଛନ୍ତି । ସିରିଏଲ ହେଉ କିମ୍ବା ଫିଲ୍ମ ସବୁଠି ତାଙ୍କ ଅଭିନୟର ବେଶ ପ୍ରଶଂସା କରିଛନ୍ତି ଦର୍ଶକେ ।

ତାଙ୍କ ଅଭିନୀତ କିଛି ଫିଲ୍ମ ଏବଂ ସିରିଏଲ ମଧ୍ୟରେ ତୋତେ ଭଲ ପାଉଛି ବୋଲି। ତୁ ଥା ମୁଁ ଯାଉଛି ରୁଷି, ମନ ମୋର ପ୍ରଜାପତି, ୧୪୩ ଆଇ ଲଭ ୟୁ, ଓମ ସାଇ ରାମ, ଆମେ ତ ଟୋକା ଷଣ୍ଢ ମାର୍କା ଓ ଦିପୁ ଦି ଡାନ୍ସ ବୟ ଅନ୍ଯତମ । ତେବେ ସୁଟିଙ୍ଗ ସେଟରୁ ସେ ଅଭିନେତା ବବି ମିଶ୍ରଙ୍କୁ ପ୍ରେମ କରି ବିବାହ କରିଥିଲେ । କିନ୍ତୁ ବିବାହର କିଛି ବର୍ଷ ପରେ ୨୦୨୧ ମସିହାରେ କୌଣସି କାରଣରୁ ସେମାନେ ଅଲଗା ହୋଇ ଯାଇଥିଲେ ।

ଏହାପରେ ୨୦୨୨ ରେ ପୁଣି ଥରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି କୋଏଲ ବାନାର୍ଜୀ । କୋଏଲ ତାଙ୍କ ବୟଫ୍ରେଣ୍ଡ ଅରୂପଙ୍କୁ ବିବାହ କରିଛନ୍ତି ବୋଲି ସୂଚନା ରହିଛି । ତେବେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଅନେକ ସମୟ ଧରି ଦୂରେଇ ରହିଥିବା କୋଏଲ ଏବେ ଓଡିଶା ଛାଡି କଲିକତାରେ ରହୁଛନ୍ତି । ତେବେ ଆପଣଙ୍କୁ କୋଏଲ ବାନାର୍ଜୀଙ୍କ ଅଭିନୟ କେମିତି ଲାଗେ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।