ବହୁତ ସୁନ୍ଦର ମାଧୁରୀ ଦୀକ୍ଷିତଙ୍କ ଭଉଣୀ, ପ୍ରଥମ ଥର ପାଇଁ ନଜର ଆସିଲେ କ୍ୟାମେରାରେ

ବଲିଉଡରେ କାମ କରୁଥିବା ଅଭିନେତ୍ରୀମାନେ ବହୁତ ସୁନ୍ଦର, ତାଙ୍କ ଭିତରୁ ଜଣେ ହେଉଛନ୍ତି ମାଧୁରୀ ଦୀକ୍ଷିତ । ଆପଣମାନେ ଜାଣିଥିବେ ମାଧୁରୀଙ୍କ ପରିବାର ଲୋକ ଫିଲ୍ମରେ କାମ କରନ୍ତି ନାହିଁ । ମାଧୁରୀ ଦୀକ୍ଷିତ ହେଉଛନ୍ତି ବଲିଉଡର ଜଣେ ଲୋକପ୍ରିୟ ଅଭିନେତ୍ରୀ । ଲୋକମାନେ ତାଙ୍କ ଅଭିନୟକୁ ବହୁତ ପସନ୍ଦ ମଧ୍ୟ କରନ୍ତି । କିଛି ଦିନ ତଳେ ମାଧୁରୀଙ୍କ ସହିତ ତାଙ୍କ ଭଉଣୀ ନଜର ଆସିଥିଲେ ଓ ତାଙ୍କ ଭଉଣୀ ମଧ୍ୟ ମଧୁରୀଙ୍କ ଭଳି ବହୁତ ସୁନ୍ଦର ଅଟନ୍ତି ।

ବଲିଉଡରେ ମାଧୁରୀ ଦୀକ୍ଷିତଙ୍କ ବିଷୟରେ ତ ଆପଣମାନେ ଜାଣିଛନ୍ତି, କିନ୍ତୁ ଆଜି ଆମେ ଆପଣମାନଙ୍କୁ ମାଧୁରୀଙ୍କ ଭାଇ ଓ ଭଉଣୀଙ୍କ ବିଷୟରେ କହିବୁ । ମାଧୁରୀ ଦୀକ୍ଷିତଙ୍କର ଦୁଇ ଭଉଣୀ ଓ ଗୋଟିଏ ଭାଇ ଅଛନ୍ତି । ଏମାନଙ୍କ ମଧ୍ୟରୁ ପ୍ରଥମେ ଆମେ ରୂପା ଦୀକ୍ଷିତଙ୍କ ବିଷୟରେ କହିବୁ । ରୂପା ବହୁତ ସୁନ୍ଦର ଓ ସରଳ ସ୍ଵଭାବର ଝିଅ ଅଟନ୍ତି । ତାଙ୍କୁ ପଢିବାର ବହୁତ ସଉକ ଅଛି ।

ତାଙ୍କୁ ଫିଲ୍ମ ଲାଇନରେ କୌଣସି ଇଣ୍ଟରେଷ୍ଟ ନାହିଁ, ସେଥିପାଇଁ ସେ ତାଙ୍କ ଭଉଣୀଙ୍କ କ୍ଯାରିୟରରୁ ଦୂରେଇ ରୁହନ୍ତି । ଇଣ୍ଟର୍ନେଟରେ ଆପଣଙ୍କୁ ତାଙ୍କର କେବଳ ଗୋଟିଏ ବା ଦୁଇଟି ଫଟୋ ଦେଖିବାକୁ ମିଳିବ, ଏହା ଛଡା ସୋସିଆଲ ମିଡିଆରେ ମଧ୍ୟ ତାଙ୍କର କୌଣସି ଆକାଉଣ୍ଟ ମିଳିବ ନାହିଁ । କିଛି କିଛି ଦିନ ତଳେ ରୂପା ମୁମ୍ବାଇରେ ତାଙ୍କ ଭଉଣୀ ମାଧୁରୀଙ୍କ ସହ ନଜର ଆସିଥିଲେ ।

ଫଟୋରେ ଆପଣ ଦେଖିପାରୁଥିବେ ମାଧୁରୀଙ୍କ ଭଉଣୀ ମାଧୁରୀଙ୍କ ଠାରୁ କମ ସୁନ୍ଦର ନୁହଁନ୍ତି । ମାଧୁରୀଙ୍କ ଦୁଇ ଭଉଣୀ ରୂପା ଓ ଭାରତୀ ଦୀକ୍ଷିତ । ଭାଇ ହେଉଛନ୍ତି ଅଜିତ ଦୀକ୍ଷିତ । ମାଧୁରୀ ମରାଠୀ ପରିବାର କୁ ବିଲଙ୍ଗ କରନ୍ତି । ମାଧୁରୀଙ୍କର ପରିବାର ମଧ୍ୟମ ବର୍ଗର ଅଟେ, କିନ୍ତୁ ମାଧୁରୀ ନିଜ ପରିଶ୍ରମ ଓ ଟ୍ୟାଲେନ୍ଟ ବଳରେ ସଫଳତା ହାସଲ କରିଛନ୍ତି ।

୧୯୮୪ ମସିହାରେ ମାଧୁରୀ ଫିଲ୍ମ ଲାଇନରେ ଯୋଗ ଦେଇଥିଲେ । ଏହା ପରେ ମାଧୁରୀ ଦୀକ୍ଷିତ ଅଧିକାଂଶ ସଫଳ ଫିଲ୍ମରେ କାମ କରିଥିଲେ । ଗୋଟିଏ ସମୟରେ ମାଧୁରୀ ଶ୍ରୀଦେବୀଙ୍କ ପରି ଅଭିନେତ୍ରିଙ୍କ ସହ ବହୁତଭଲ ଟକ୍କର ଦେଇଥିଲେ, ତାଙ୍କର ସୁନ୍ଦରତା ପାଇଁ ଲୋକମାନେ ବର୍ତ୍ତମାନ ମଧ୍ୟ ତାଙ୍କୁ ବହୁତ ପସନ୍ଦ କରନ୍ତି । ୧୯୯୯ ମସିହାରେ ମାଧୁରୀ ଦୀକ୍ଷିତ ଆମେରିକାର ଡାକ୍ତର ରାମ ନେନେଙ୍କ ସହ ବିବାହ କରିଥିଲେ ।

ରାମ ନେନେ ହେଉଛନ୍ତି ଜଣେ ଭାରତୀୟ । ସେ ହେଉଛନ୍ତି ଜଣେ ହାର୍ଟ ସର୍ଜନ । ମାଧୁରୀ ବିବାହ କରିବା ପରେ ଫିଲ୍ମରେ ବହୁତ କମ ନଜର ଆସିଥିଲେ । ସେ ତାଙ୍କର ଫିଲ୍ମ କ୍ଯାରିୟରରେ ବହୁତ ନାମୀ ଦାମୀ ଅଭିନେତାଙ୍କ ସହ ଫିଲ୍ମ କରିଛନ୍ତି । କିଛି ଦିନ ତଳେ ସେ ଏକ ଫିଲ୍ମରେ ନଜର ଆସିଥିଲେ, ସେହି ଫିଲ୍ମଟି ହେଉଛି “କଲଙ୍କ” । ସେହି ଫିଲ୍ମରେ ସେ ସଞ୍ଜୟ ଦତ୍ତଙ୍କ ସହ ଅଭିନୟ କରିଥିଲେ । ମାଧୁରୀ ଫିଲ୍ମ ନ କରିଲେ ମଧ୍ୟ ଲୋକମାନେ ତାଙ୍କୁ କେବେବି ଭୁଲିବେ ନାହିଁ ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ ବକ୍ସ ରେ କମେଣ୍ଟ କରନ୍ତୁ ।