ଘରେ ୪ଟି ଝିଅ ଜନ୍ମ ହେବାରୁ ରାଗରେ ଚିଡି ଯାଇଥିଲେ ପିତା,ଆଜି ଏମାନଙ୍କର ଦମ୍ ରେ ଚାଲିଛି ବଲିଉଡ

ଭାରତ ଦେଶରେ ସ୍ତ୍ରୀ କୁ ଦେବୀ ମାନିଥାନ୍ତି । ହିନ୍ଦୁ ଧର୍ମରେ ନାରୀକୁ ଦେବୀର ରୂପ ଦେଇଥାନ୍ତି । ଯଦି ନାରୀ ରହିବନି ତାହେଲେ ମଣିଷ ଜାତିର ଅନ୍ତ ହେଇଯିବ । ଆଜିର ଏହି କଳିଯୁଗରେ ନାରୀମାନଙ୍କ ସ୍ଥିତି ବହୁତ ଖରାପ ଅଛି । ଆଜି ବି କାହାର ଘରେ ଝିଅ ଜନ୍ମ ହେଲେ ସେ ତାକୁ ଅଭିଶାପ ବୋଲି ଭାବିଥାଏ । ଏହି କଥା ଜାଣି ମଧ୍ୟ ଗୋଟିଏ ମହିଳା ହିଁ ସଂସାରର ମୂଳ ସୂତ୍ରଧାରକ ଅଟେ ତଥାପି ଲୋକ ସେମାନଙ୍କୁ ସମ୍ମାନ ଦେଇ ନଥାନ୍ତି ।

ଆଜିର ଦୁନିଆରେ ଝିଅ ଜନ୍ମ ହେଲେ ତାକୁ ଅଭିଶାପରୁ କମ୍ ଭାବିନଥାନ୍ତି, ଏହି ପରି ଚିନ୍ତାଧାରା ଥିଲା ଶକ୍ତି ମୋହନ,ନୀତି ମୋହନ,ମୁକ୍ତି ମୋହନ ଓ କୀର୍ତି ମୋହନଙ୍କ ପିତାଙ୍କର । ବର୍ତ୍ତମାନ ଏହି ଚାରି ଭଉଣୀ ବଲିଉଡର ଜଣାଶୁଣା ନାମ ଅଟନ୍ତି ।
ବଲିଉଡ ରେ ରାଜ୍ କରୁଛନ୍ତି ଏହି ମୋହନ ସିଷ୍ଟର୍

ଆଜି ବଲିଉଡରେ ଏହି ଚାରି ଭଉଣୀ ରାଜ୍ କରୁଛନ୍ତି ହେଲେ ସମୟ ଥିଲା,ଏମାନଙ୍କ ପିତା ବ୍ରିଜ ମୋହନ ଶର୍ମା ଏହି ୪ ଝିଅ ଜନ୍ମ ହେବାରୁ ବହୁତ ଚିଡି ଯାଇଥିଲେ । କିନ୍ତୁ ଆଜି ତାଙ୍କର ଏହି ୪ ଜଣ ଝିଅମାନଙ୍କ କାରଣରୁ ହିଁ ଲୋକମାନେ ତାଙ୍କୁ ଚିହ୍ନନ୍ତି। ଏବେ ତାଙ୍କ ପିତାଙ୍କୁ ବିଶ୍ଵାସ ହୋଇଯାଇଛି କି ଝିଅମାନେ କାହା ଠୁ କମ୍ ନୁହଁନ୍ତି ।

ନୀତି ମୋହନ

ନୀତି ମୋହନ ହେଉଛନ୍ତି ସବୁଠୁ ବଡ ଅଟନ୍ତି । ନୀତି ଆଜି ବଲିଉଡର ଏକ ଜଣାଶୁଣା ଗାୟିକା ଅଟନ୍ତି । ସେ ବର୍ତ୍ତମାନ ପର୍ଯ୍ୟନ୍ତ ବହୁତ ଫିଲ୍ମରେ ଗୀତ ଗାଇ ସାରିଛନ୍ତି । ତାଙ୍କୁ ଲୋକପ୍ରିୟତା “ଷ୍ଟୁଡେଣ୍ଟ ଅଫ ଦ ଇୟର” ଫିଲ୍ମର ଗୀତ “ଇଶ୍କ ବାଲା ଲଭ” ରୁ ମିଳିଥିଲା ।

ଶକ୍ତି ମୋହନ

ଶକ୍ତି ମୋହନ ବଲିଉଡ ର ଏକ ଫେମସ କୋରିୟୋଗ୍ରାଫର ଅଟନ୍ତି । ସେ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ ରିୟାଲିଟି ସୋ ର ୱିନର ବି ରହି ସାରିଛନ୍ତି । ବଲିଉଡ ର ଅନେକ ଲୋକପ୍ରିୟ ଗୀତକୁ ସେ କୋରିୟୋଗ୍ରାଫି କରିସାରିଛନ୍ତି ।

ମୁକ୍ତି ମୋହନ

ମୁକ୍ତି ମୋହନ ଶକ୍ତିଙ୍କ ପରି ଜଣେ କୋରିୟୋଗ୍ରାଫର ଅଟନ୍ତି । ସେ ବି ବହୁତ ଫିଲ୍ମରେ କୋରିୟଗ୍ରାଫି କରିସାରିଛନ୍ତି । ଏହା ଛଡା ମୁକ୍ତି ଜଣେ ଆକ୍ଟ୍ରେସ ମଧ୍ୟ ଅଟନ୍ତି । ସେ ଛୋଟ ପରଦାରେ କାମ କରିସାରିଛନ୍ତି ।

କୀର୍ତି ମୋହନ

କୀର୍ତି ସବୁଠୁ ସାନ ଅଟନ୍ତି । ସେ ଅବଶ୍ୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ନାହାଁନ୍ତି କିନ୍ତୁ ସେ ମଧ୍ୟ ଏକ ପ୍ରତିଷ୍ଠିତ କମ୍ପାନୀରେ ସଫ୍ଟୱେୟାର ଇଞ୍ଜିନିୟର ଅଛନ୍ତି ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ ବକ୍ସ ରେ କମେଣ୍ଟ କରନ୍ତୁ ।