Bollywoodର ଏହି ସବୁ କଳାକାର ହେଉଛନ୍ତି ସବୁଠୁ ସଫଳ ବିଜିନେସମ୍ୟାନ, ଇନକମ କରନ୍ତି ଶହ ଶହ କୋଟି ଟଙ୍କା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବଲିଉଡ ଇଣ୍ଡଷ୍ଟ୍ରୀ ର କିଛି ଏଭଳି ଅଭିନେତା ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ନିଜ କ୍ୟାରିଆର ରେ ଅଭିନୟ କ୍ଷେତ୍ର ସହିତ ସାଇଡ଼ ବିଜନେସ ମଧ୍ୟ କରନ୍ତି ଏବଂ ସେଥିରେ ସଫଳତା ମଧ୍ୟ ହାସଲ କରିଛନ୍ତି । ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଏବଂ ଲୋକପ୍ରିୟ ଅଭିନେତା ମାନେ ଗୋଟିଏ ଫିଲ୍ମ ରେ ଅଭିନୟ କରିବା ନିମନ୍ତେ ୨୦ ରୁ ୫୦ କୋଟି ଚାର୍ଜ କରୁଥାନ୍ତି ଏବଂ ଶୁଣିବାକୁ ମିଳେ ଯେ, ଏହି ଅଭିନେତା ମାନେ ବର୍ଷକୁ ୩୦୦ ରୁ ୫୦୦ କୋଟି ଭଳି ରୋଜଗାର କରିଥାନ୍ତି ।

କିନ୍ତୁ ଏହି ଅଭିନେତା ମାନେ ସେହି ପଇସାକୁ ନିଜ ବ୍ୟାଙ୍କ ଆକାଉଣ୍ଟ ରେ ରଖନ୍ତି ନାହିଁ ବରଂ, ସେହି ପଇସାକୁ ନିଜର ଅନ୍ୟ ସାଇଡ଼ ବିଜନେସ ରେ ଲଗାଇ ଥାନ୍ତି ଏବଂ ଅଧିକ ପଇସା ରୋଜଗାର କରିଥାନ୍ତି ଏବଂ ସେମାନଙ୍କ ସେହି ବିଜନେସ ସଫଳ ମଧ୍ୟ ହୋଇଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ସେହି ଅଭିନେତା ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ଅଭିନୟ ସହିତ ନିଜ ସାଇଡ଼ ବିଜନେସ କୁ ମଧ୍ୟ ସମ୍ଭାଳୁଛନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମ ଅଭିନେତା ଜଣକ ହେଉଛନ୍ତି, ‘ସାହରୁଖ ଖାଁ’ । ବଲିଉଡ ଇଣ୍ଡଷ୍ଟ୍ରୀ ର ସଫଳ ଅଭିନେତା ଭାବେ ପରିଚିତ ଏହି ଅଭିନେତା ଜଣେ ସଫଳ ବିଜନେସ ମ୍ୟାନ ମଧ୍ୟ ଅଟନ୍ତି । ଏହି ଅଭିନେତା ‘ରେଡ଼ ଚିଲି ଏଣ୍ଟରଟେଂମେଣ୍ଟ’ କମ୍ପାନୀ ର ମାଲିକ ଅଟନ୍ତି ଏହା ସହିତ ଆଇ.ପି.ଏଲ ଟିମ ‘କୋଲକାତା ନାଇଟ ରାଇଡରସ’ ଙ୍କ କୋ- ଓନର ମଧ୍ୟ ଅଟନ୍ତି ଏବଂ ଏହା ସହିତ ‘କିଡ- ଜାନିଆ’ କମ୍ପାନୀ ର ୪୦% ସେୟାର ମଧ୍ୟ ସେ କିଣିଛନ୍ତି । ନିଜର ଏହି ୩ଟି ସାଇଡ଼ ବିଜନେସ ଦ୍ବାରା ଏହି ଅଭିନେତା ଜଣକ ବର୍ଷକୁ ୧୫୦୦ ରୁ ୨୦୦୦ କୋଟି ରୋଜଗାର କରୁଛନ୍ତି ।

୨. ବନ୍ଧୁଗଣ ଦ୍ଵିତୀୟ ଅଭିନେତା ଜଣକ ହେଉଛନ୍ତି ‘ଆମୀର ଖାଁ’ । ବନ୍ଧୁଗଣ ଏହି ଅଭିନେତା ଜଣକ ବଲିଉଡ ଇଣ୍ଡଷ୍ଟ୍ରୀ ର ଜଣେ ଲୋକପ୍ରିୟ ଅଭିନେତା ଅଟନ୍ତି । ନିଜ ଅଭିନୟ କ୍ଷେତ୍ର ସହିତ ନିଜ ବିଜନେସ ରେ ମଧ୍ୟ ଏହି ଅଭିନେତା ସଫଳ ହୋଇଛନ୍ତି । ଏହି ଅଭିନେତା ଙ୍କ ନିଜର କମ୍ପାନୀ ରହିଛି, ‘ଆମୀର ଖାଁ ପ୍ରଡକ୍ସନ ପ୍ରାଇଭେଟ ଲିମିଟେଡ଼’ । ଏହି ପ୍ରଡକ୍ସନ ରେ ପ୍ରତିବର୍ଷ ୧୫ ରୁ ୨୦ ଟି ଫିଲ୍ମ ରିଲିଜ ହୋଇଥାଏ । ଫିଲ୍ମ ‘ତାରେ ଜମିନ ପର’ ମଧ୍ୟ ଏହି ପ୍ରଡକ୍ସନ ର ଫିଲ୍ମ ଅଟେ ।

୩. ବନ୍ଧୁଗଣ ତୃତୀୟ ଅଭିନେତା ଜଣକ ହେଉଛନ୍ତି, ‘ସଲମାନ ଖାଁ’ । ବଲିଉଡ ଇଣ୍ଡଷ୍ଟ୍ରୀ ର ଏହି ପ୍ରସିଦ୍ଧ ଅଭିନେତା ଜଣେ ସଫଳ ବିଜନେସ ମ୍ୟାନ ଅଟନ୍ତି । ଏହି ଅଭିନେତା ଙ୍କ ନିଜର ଫ୍ୟାସନ ବ୍ରାଣ୍ଡ ରହିଛି ‘ବେଇଙ୍ଗ ହୁମନ’ ନାମରେ । ଏହା ସହିତ ଏହି ଅଭିନେତା ଙ୍କ ନିଜର ପ୍ରଡକ୍ସନ ହାଉସ ରହିଛି । ଏହି ଅଭିନେତା ଜଣକ ୟାତ୍ରା. କମ ର କୋ- ଓନର ମଧ୍ୟ ଅଟନ୍ତି । ଟିଭି ଦୁନିଆ ରେ ମଧ୍ୟ ସେ ନିଜର ପ୍ରଡକ୍ସନ ଆରମ୍ଭ କରିଛନ୍ତି, ‘ସଲମାନ ଖାଁ ଟିଭି’ ନାମରେ । ଏହି ପ୍ରଡକ୍ସନ ରେ ସେ ଟିଭି ରିଆଲିଟି ସୋ ‘କମେଡ଼ି ନାଇଟ ବିଥ କପିଲ ଶର୍ମା’ ଏବଂ ‘ବିଗ ବସ’ କୁ ପ୍ରଡ୍ୟୁସ କରୁଛନ୍ତି । ପ୍ରତି ବର୍ଷ ଏହି ଅଭିନେତା ଜଣକ ୭୦୦ ରୁ ୮୦୦ କୋଟି ଟଙ୍କା ରୋଜଗାର କରୁଛନ୍ତି ।

୪. ବନ୍ଧୁଗଣ ଚତୁର୍ଥ ଅଭିନେତା ଜଣକ ହେଉଛନ୍ତି, ‘ଅଜୟ ଦେବଗନ’ । ଏହି ଅଭିନେତା ଙ୍କ ନିଜର ପ୍ରଡକ୍ସନ ହାଉସ ଅଛି ‘ଅଜୟ ଦେବଗନ ଫିଲ୍ମସ’ ନାମରେ । ଏହା ସହିତ ସେ ବି.ଏଫ.ଏକ୍ସ ଆନିମେସନ ସର୍ଭିସ ବହୁତ ବଡ଼ ବଡ଼ ପ୍ରଡ୍ୟୁସର ଙ୍କୁ ଦେଉଛନ୍ତି । ଏହି ଦୁଇଟି ମୁଖ୍ୟ ବିଜନେସ ଦ୍ଵାରା ଅଭିନେତା ଅଜୟ ଦେବଗନ ରୋଜଗାର କରୁଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।