ପପୁ ପମ ପମଙ୍କ ସମ୍ପତି କେତେ ଜାଣି ଆଶ୍ଚର୍ଯ୍ୟ ହେବେ

ବର୍ତମାନ ସମୟରେ ଆମ ଓଡିଶାର କମେଡି କିଙ୍ଗ ହେଉଛନ୍ତି ପପୁ ପମ ପମ । ପପୁ କେବଳ ଜଣେ କମେଡି ଆକ୍ଟର ନୁହନ୍ତି ବରଂ ସେ ଜଣେ ହିରୋ ମଧ୍ୟ । ସେ ଅନେକ ଯାତ୍ରାରେ ମଧ୍ୟ ଅଭିନୟ କରିଛନ୍ତି । ପପୁ ଜଣେ ଭଲ ଗାୟକ ଭାବେ ପରିଚିତ ଓ ସେ ଅନେକ ଗୀତ ମଧ୍ୟ ଗାଇଛନ୍ତି । ତାଙ୍କର ସବୁଠୁ ଭଲ ଗୀତ ଷ୍ଟେସନ ବଜାର ଝିଅଟି, ଆପଣ ମାନେ ଏହି ଗୀତଟି ଶୁଣିଥିବେ ।

ପପୁ ପମ ପମଙ୍କ ଜନ୍ମ ହୋଇଥିଲା ମୟୂରଭଞ୍ଜରେ, ତାଙ୍କ ବାପା ହାଇସ୍କୁଲ ରେ ଜଣେ ପ୍ରଧାନ ଶିକ୍ଷକ ଥିଲେ । ତା ସହିତ ସେ ମଧ୍ୟ ଏକ କଳାକାର ଥିଲେ ।

ପପୁ ଛୋଟ ବେଳୁ କମେଡି, ଯାତ୍ରା, ନାଟକ, ଅପେରା କରିବାରେ ରୁଚି ରଖୁଥିଲେ । ସେ ବହୁତ ଭଲ ପାଠ ପଢୁଥିଲେ । ସେ କେମେଷ୍ଟ୍ରି ବିଭାଗରେ B.Sc ଗ୍ରାଜୁଏସନ କରିଛନ୍ତି । ପପୁ ଓଡିଆ ଇଣ୍ଡଷ୍ଟ୍ରି ରେ ୨୦୦୫ ମସିହାରେ ପାଦ ଦେଇଥିଲେ ।

ପପୁଙ୍କର ପ୍ରଥମ ଫିଲ୍ମ ଥିଲା “ତୁ ମୋ ଆଖିର ତାରା” । ତା ପରେ ସେ ପାଖାପାଖି ୧୫ ଟି ଓଡିଆ ଫିଲ୍ମରେ ଅଭିନୟ କରିସାରିଛନ୍ତି । ସେ କେତୋଟି ଫିଲ୍ମ ରେ ହିରୋ ଭାବେ କାଯ୍ୟ କରିଛନ୍ତି, ଯେମିତିକି ‘ରଙ୍ଗିଲା ଟୋକା’, ‘ଆମେତ ଟୋକା ଷଣ୍ଢ ମାର୍କା’ । ୨୦୧୪ ମସିହାରେ ପପୁ ପଲିଟିକ୍ସ ରେ ମଧ୍ୟ ପାଦ ଦେଇଥିଲେ । ବିଜେପି ପାଟି ପାଇଁ ତାଙ୍କୁ ଏମଏଲଏ ଟିକେଟ ମିଳିଥିଲା, କିନ୍ତୁ ସେ କଂଗ୍ରେସ ନେତା ସନାତନ ମହାକୁଡ଼ଙ୍କଠୁ ହାରିଯାଇଥିଲେ ।

ପପୁଙ୍କର ଝିଅ ଓ ପୁଅ ଦୁଇଟି ସନ୍ତାନ ଅଛି । ପପୁଙ୍କର ଗୋଟେ ଫିଲ୍ମ ଆସୁଛି ‘ଚିରକୁଟ’ ଯେଉଁଥିରେ ସେ ନିର୍ଦେଶକ ଭାବରେ କାମ କରିଛନ୍ତି । ଚାଲନ୍ତୁ ଜାଣିବା ତାଙ୍କ ସମ୍ପତି ବିଷୟରେ । ପପୁଙ୍କର ମୟୂରଭଞ୍ଜ ଜିଲ୍ଲାରେ ଗୋଟେ ବଡ ବଙ୍ଗଳା ଅଛି । ପଇସା ଆୟ କରିବାର ପପୁଙ୍କର ଅନେକ ମାଧ୍ୟମ ଅଛି । ଯଥା ଏକ୍ଷ୍କୁୟୁଜ ମି ଯାହା କହିବି ସତ କହିବି, ଏମିତି ବହୁ ଗୁଡିଏ TV Show କରନ୍ତି । ଯେଉଁ ଥିରେ ସେ ଗୋଟେ ଗୋଟେ ସିଜନ ପାଇଁ ପ୍ରାୟ ୧ ଲକ୍ଷ ଟଙ୍କା ନେଇଥାନ୍ତି ।

ପପୁ ବହୁ ଗୁଡିଏ ବ୍ରାଣ୍ଡ ର ପ୍ରମୋସନ କରିଥାନ୍ତି । TV ରେ ଆଡଭାଟାଇଜମେଣ୍ଟ ରେ ଦେଖୁଥିବେ । ପପୁ ପ୍ରତି ୨ ରୁ ୩ ମାସରେ ଗୋଟେ ଗୋଟେ ସୁପରହିତ ଗୀତ ଦେଇଥାନ୍ତି ଆପଣ ମାନେ ଦେଖିଥିବେ । ତାଙ୍କ ଗୀତ ଗୁଡାକ କେତେ ସୁପରହିଟ ହୋଇଥାଏ ଆପଣ ଜାଣି ଥିବେ । ତାଙ୍କର YouTube ରେ ଗୋଟେ ଚ୍ୟାନେଲ ଅଛି ‘ପପୁ ପମ ପମ କ୍ରିଏସନ’ । ଏଥିରେ ତାଙ୍କର ବହୁ ମାତ୍ରାରେ ଇନକମ ମଧ୍ୟ ହୋଇଥାଏ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।