ଉଚ୍ଚତା ବଢାଇବା ପଛର ବିଜ୍ଞାନ, ଜାଣନ୍ତୁ କମ ଦିନରେ କେମିତି ବଢାଇ ପାରିବେ ନିଜ ହାଇଟ

ଉଚ୍ଚତା ଦ୍ଵାରା ମଣିଷର ବ୍ୟକ୍ତିତ୍ବ ଜଣା ପଡିଥାଏ । ଉଚ୍ଚତା ଥିଲେ ନିଜ ଉପରେ ବିଶ୍ଵାସ ବି ଅଧିକ ବଢିଯାଏ । ଆପଣ ଯେତେବେଳେ ଉଚ୍ଚତା ଥିବା ମଣିଷକୁ ଦେଖିବେ ତେବେ ଆପଣ ମନେ ମନେ ଭାବିବେ, କି ମୋର ବି ଏହିଭଳି ଉଚ୍ଚତା ଥାନ୍ତା କି । କାହିଁକି ନା ଉଚ୍ଚତା ଥିଲେ ଅଧିକା ଆକର୍ଷକ ଏବଂ ସୁନ୍ଦର ଲାଗେ । ବହୁତ ଲୋକଙ୍କ ଧାରଣା ଅଛି କି ୧୮ ରୁ ୨୦ ବର୍ଷ ପରେ ଆଉ ଉଚ୍ଚତା ବଢି ନ ଥାଏ । ଏହା ପ୍ରକୃତରେ ସତ କଥା ନୁହେଁ ।

ଆପଣ ନିଜର ଶରୀରକୁ ଯେମିତି ଚାହିଁବେ ସେମିତି ତିଆରି କରି ପାରିବେ । ଯଦି ଆପଣଙ୍କ ବୟସ ୨୧ ରୁ ୨୮ ଭିତରେ ଅଛି ତେବେ ଆପଣ ନିଜର ଉଚ୍ଚତାକୁ ବହୁତ ବୁଦ୍ଧି କରି ପାରିବେ ।

ବହୁତ ଲୋକ କୁହନ୍ତି ଯେ ଏହା ଏକ ଜେନେଟିକ ହୋଇଥାଏ । ଏହା ପୂରାପୂରି ସତ ବି ନୁହେଁ କି ମିଛ ବି ନୁହେଁ । ଏହା ଆପଣଙ୍କ ବାପା ମାଙ୍କ ଉଚ୍ଚତା ଉପରେ ନିର୍ଭର କରିଥାଏ । କାରଣ ସେମାନଙ୍କ ଅନୁସାରେ ଆପଣଙ୍କ ଉଚ୍ଚତା ବଢିଥାଏ ।

କିନ୍ତୁ ଆପଣ ଚାହିଁବେ ଯଦି ଆପଣଙ୍କ ବାପା ମାଙ୍କ ଉଚ୍ଚତା କମ ଥିବା ସତ୍ବେ ବି ଆପଣ ନିଜର ଉଚ୍ଚତା ବୁଦ୍ଧି କରି ପାରିବେ । ଏହି କ୍ରମରେ ଆଜି ଆପଣଙ୍କୁ ଏପରି ଏକ ଉପାୟ କହିବୁ ଯେଉଁଥିରେ କି ଆପଣ ଆପଣଙ୍କ ଉଚ୍ଚତା ବୁଦ୍ଧି ପାରିବେ । ପ୍ରଥମେ ଖରାପ ଅଭ୍ୟାସ ବିଷୟରେ କହି ଦେଉଛୁ । କହିବାକୁ ଗଲେ କିଛି ଲୋକମାନେ ତଳକୁ ନଇ ନଇ ଚାଲନ୍ତି । ଏହା ଦ୍ଵାରା ତାଙ୍କର ଉଚ୍ଚତା ବଢେ ନାହିଁ ।

ଯଦି ଆପଣ ସିଧା ଚାଳିବେ ତେବେ ଆପଣଙ୍କ ମେରୁ ଦଣ୍ଡ ଉପରେ ପ୍ରଭାବ ପଡିବ ନାହିଁ । ଯାହା ଫଳରେ କି ଉଚ୍ଚତା ବଢିବାର ସମ୍ଭାବନା ଥାଏ । ଯେତେବେଳେ ଆପଣ ବସୁଛନ୍ତି ତେବେ ଆପଣ ସିଧା ହୋଇ ବସନ୍ତୁ । କେତେକ ଲୋକ ଅଛନ୍ତି ଶୋଇବା ସମୟରେ ତେଢା ମେଢା ହୋଇ ଶୋଇ ଯାଆନ୍ତି । ଆପଣ ଶୋଇବାର ପ୍ରଭାବ ବି ଆପଣଙ୍କ ଉଚ୍ଚତା ଉପରେ ପଡେ । କହିବାକୁ ଗଲେ ୭ରୁ ୮ ଘଣ୍ଟା ଶୋଇବା ଉଚିତ ଏହା ଆପଣଙ୍କ ପାଇଁ ଆବଶ୍ୟକ ଅଟେ ।

ଏହା ଦ୍ଵାରା ଆପଣଙ୍କ ଉଚ୍ଚତା ବଢିଥାଏ । acupressure ଦ୍ଵାରା ମଧ୍ୟ ଉଚ୍ଚତା ବଢିଥାଏ । ଆଗୁଣ୍ଠିର ଉପର ଅଂସକୁ ଚିପିବା ଦ୍ଵାରା ଆପଣଙ୍କ ହରମୋନ ଗ୍ରୋଥ ହୋଇଥାଏ ଓ ଉଚ୍ଚତା ବଢିଥାଏ । ବ୍ୟୟାମ ଦ୍ଵାରା ମଧ୍ୟ ଆପଣଙ୍କ ଉଚ୍ଚତା ବଢିଥାଏ । ପୁଲୁଅପ କରିବା ଦ୍ଵାରା ବି ଆପଣଙ୍କ ମେରୁଦଣ୍ଡ ହାଡ ସିଧା ହୋଇଥାଏ ଓ ଆପଣଙ୍କ ଶରୀରକୁ ସତେଜ ରଖିଥାଏ । ସବୁଦିନ ଆପଣଙ୍କୁ ୧୫ ରୁ ୨୦ ମିନିଟ ପୁଲପ୍ସ କରିବା ଉଚିତ ।

ଏହା ଦ୍ଵାରା ଆପଣଙ୍କ ଉଚ୍ଚତା ବଢିଥାଏ । ହାଙ୍ଗିଙ୍ଗ କରିବା ଦ୍ଵାରା ବି ଆପଣଙ୍କ ଉଚ୍ଚତା ବଢିଥାଏ । ଓଜୋନ ମଧ୍ୟ ଆପଣଙ୍କ ଉଚ୍ଚତା ପ୍ରଭାବ ପକାଇ ଥାଏ । ଉଚ୍ଚତା ବଢିବା ପାଇଁ ଓଜୋନ କମ କରିବା ଉଚିତ । ରନିଙ୍ଗ କରିବା ଦ୍ଵାରା ବି ଆପଣଙ୍କ ଶରୀର ପୁରା ଏକ୍ଟିବ ରହିଥାଏ । ଜମ୍ପିଙ୍ଗ ଦ୍ଵାରା ବି ଆପଣ ନିଜର ଉଚ୍ଚତା ବଢାଇ ପାରିବେ । ଭଲ ସ୍ୱାସ୍ଥ୍ୟ ପାଇଁ ପ୍ରୋଟିନ ଓ ମିନେରାଲ ଆବଶ୍ୟକ ଅଟେ ।

କ୍ଷୀର, ସୋୟାବିନ, ଚଣାରୁ ପ୍ରୋଟିନ ଭରପୁର ମାତ୍ରାରେ ମିଳିଥାଏ । ମାଛ, ଅଣ୍ଡା ମଧ୍ୟ ସେବନ କରିବେ । ମିନେରଲ୍ସ – ଆୟରନ, ମାଗ୍ନେଶିୟମ, କ୍ୟାଲସିୟମ, କପର, ଫସଫରସ, ଜିଙ୍କ ଏହା ସବୁ ଆପେଳ ଓ କଦଳୀରୁ ମିଳିଥାଏ । ଏହାକୁ ସେବନ କରିଲେ ଉଚ୍ଚତା ସଠିକ ଭାବରେ ବଢିଥାଏ । ଏହା ଥିଲା ଉଚ୍ଚତା ବଢିବାର ଉପାୟ । ଏହାକୁ ପ୍ରତିଦିନ କଲେ ଏଥିରୁ ଲାଭ ମିଳିବ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।