‘ଭାରତ’ ଫିଲ୍ମ କୁ ମନା କରିବା କାରଣରୁ ବର୍ତ୍ତମାନ ପର୍ଯ୍ୟନ୍ତ ବି ପ୍ରିୟଙ୍କା ଉପରେ ରାଗିଛନ୍ତି ସଲମାନ, ପୁଣି ଥରେ ଦେଲେ ଏଭଳି ଜବାବ

ବଲୀଉଡ ଇଣ୍ଡଷ୍ଟ୍ରିରେ ପ୍ରାୟତଃ ସେଲିବ୍ରିଟୀମାନଙ୍କ ମଧ୍ୟରେ ବିବାଦ ଲାଗି ରହିଥାଏ । ଯେତେବେଳେ ଦୁଇ ବଡ ଜଣ ଷ୍ଟାରଙ୍କ ମଧ୍ୟରେ ବିବାଦ ହୋଇଥାଏ ତେବେ କେହି ବି ଏହି ମାମଲା ଉପରେ ସାର୍ବଜାନିକ ରୂପରେ କିଛି ବି କହିବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ଏହି ମାମଲାରେ ବଲୀଉଡର ଦବଙ୍ଗ ଖାନ ମାନେ ସଲମାନ ଖାନଙ୍କର ଅନ୍ଦାଜ ବହୁତ ଭିନ୍ନ ଅଟେ । ଯଦି ସେ ଥରେ କୌଣସି ବ୍ୟକ୍ତି ଉପରେ କ୍ରୋଧିତ ହୋଇ ଯାଆନ୍ତି କିମ୍ବା ତାଙ୍କୁ କୌଣସି କଥା ପସନ୍ଦ ଆସେ ନାହିଁ

ତେବେ ସେ ଖୋଲି କରି କିମ୍ବା ନିଜ କଥା ଦ୍ଵାରା ସାମ୍ନାରେ ଥିବା ବ୍ୟକ୍ତିର ବ୍ୟାଣ୍ଡ ବଜାଇ ଦିଅନ୍ତି ମାନେ ସଲମାନଙ୍କ ସହିତ ଶତ୍ରୁତା କରିବାର ଅର୍ଥ ନିଜର କ୍ୟାରିୟର ସହ ଖେଳିବା ସହ ସମାନ ହୋଇ ଥାଏ । ଏହାର ସବୁଠୁ ବଡ ଉଦାହରଣ ବିବେକ ଓବେରୟ ଅଟନ୍ତି । କିନ୍ତୁ ଆଜି ଆମେ ବିବେକଙ୍କର ନୁହେଁ ପ୍ରିୟଙ୍କା ଚୋପଡା ଓ ସଲମାନଙ୍କର ବିବାଦ ବିଷୟରେ କଥା ହେବା ।

ଆପଣ ସମସ୍ତେ ଜାଣିଛନ୍ତି କି ଫିଲ୍ମ ‘ଭାରତ’ ରେ ପ୍ରଥମେ ପ୍ରିୟଙ୍କା ଚୋପଡା ସଲମାନଙ୍କ ସହିତ ନଜର ଆସିଥାନ୍ତେ । କିନ୍ତୁ ଶେଷ ସମୟରେ ହିଁ ପ୍ରିୟଙ୍କା ଏହି ଫିଲ୍ମକୁ କରିବା ପାଇଁ ମନା କରି ଦେଲେ । ଏହା ପରେ ଫିଲ୍ମ ମେକର୍ସମାନଙ୍କୁ ପ୍ରିୟଙ୍କା ଚୋପଡାଙ୍କ ଜାଗାରେ କଟରୀନା କୈଫଙ୍କୁ ନେବାକୁ ପଡିଲା । ପ୍ରିୟଙ୍କାଙ୍କର ଏହିଭଳି କରିବା ଦ୍ଵାରା ସଲମାନ ଖାନ ବହୁତ କ୍ରୋଧିତ ହୋଇଗଲେ ।

ସେହି ସମୟରେ ସେ କହି ବି ଥିଲେ କି ଆଜି ଠାରୁ ସେ ପ୍ରିୟଙ୍କାଙ୍କ ସହିତ କେବେ ବି କୌଣସି ଫିଲ୍ମ କରିବେ ନାହିଁ । ସଲମାନଙ୍କ ବିଷୟରେ କୁହାଯାଏ କି ଥରେ ସେ ଯାହା କହି ଦିଅନ୍ତି ସେ ତାହାକୁ କରି ଦେଖାନ୍ତି । ଏହାର ତାଜା ଉଦାହରଣ ବର୍ତ୍ତମାନ ହିଁ ଦେଖିବାକୁ ମିଳିଲା ।

କହିବାକୁ ଗଲେ ସଲମାନ ଜଲ୍ଦି ହିଁ ୨୦୨୦ରେ ଏକ ଫିଲ୍ମରେ ନଜର ଆସିବେ । କହିବାକୁ ଗଲେ ଏହି ଫିଲ୍ମର ଡାୟରେକ୍ଟର ପ୍ରଭୁ ଦେବା ସଲମାନଙ୍କ ଅପୋଜିଟରେ ପ୍ରିୟଙ୍କା ଚୋପଡାଙ୍କୁ ନେବାକୁ ଚାହୁଁଥିଲେ । କିନ୍ତୁ ଯେତେବେଳେ ସଲମାନଙ୍କୁ ଏହା ବିଷୟରେ ଜଣା ପଡିଲା ତେବେ ସେ ତାଙ୍କ ସହିତ କାମ କରିବା ପାଇଁ ମନା କରିଦେଲେ ।

ଏହା ପରେ ସଲମାନ ଖାନ ମେକର୍ସଙ୍କୁ ଜ୍ୟାକ୍ଲିନ ଫର୍ନାଂଡିସ ଓ କଟରୀନା କୈଫଙ୍କ ନାମ ସଜେଷ୍ଟ କରିଲେ । କହିବାକୁ ଗଲେ ଜ୍ୟାକଲୀନ ସଲମାନଙ୍କ ସହିତ କିକ ୨ରେ ନଜର ଆସିବେ ସେଥିପାଇଁ ଏହି ଫିଲ୍ମରେ କଟରୀନାଙ୍କୁ ଫାଇନାଲ କରାଯାଇଛି । ଏହି କଥାରୁ ପ୍ରମାଣିତ ହେଉଛି କି ସଲମାନ ବର୍ତ୍ତମାନ ପର୍ଯ୍ୟନ୍ତ ବି ପ୍ରିୟଙ୍କାଙ୍କ ଉପରେ ରାଗିଛନ୍ତି ।

କହିଦେଉଛୁ କି ବର୍ତ୍ତମାନ ସଲମାନ ଖାନ ‘ଦବଙ୍ଗ ୩’ର ଶୁଟିଙ୍ଗ କରୁଛନ୍ତି । ଏହା ପରେ ସେ ଈଦ ୨୦୨୦ରେ ରିଲିଜ ହେବାକୁ ଥିବା ଏହି ଫିଲ୍ମର ଶୁଟ ଆରମ୍ଭ କରିଦେବେ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।