ଦେଖନ୍ତୁ ଭିଡିଓ – ଏୟାରପୋର୍ଟ ରୁ ବାହାରୁଥିବା ସମୟରେ ସାରା ଅଲି ଖାନ ପୁଣି କଲେ କିଛି ଏମିତି, ଲୋକ କରୁଛନ୍ତି ତାଙ୍କ ପ୍ରଶଂସା

ଲଗାତାର ଦୁଇଟି ହିଟ ଫିଲ୍ମ ଦେବା ପରେ ସାରା ଅଲି ଖାନ ବଲିଉଡ ର ଆସନ୍ତା ସେନ୍ସଶନ ପାଲଟି ଯାଇଛନ୍ତି । କିଛି ଦିନ ପୂର୍ବେ ରିଲିଜ ହୋଇଥିବା ଫିଲ୍ମ କେଦାରନାଥ ବକ୍ସ ଅଫିସରେ ହିଟ ସାବ୍ୟସ୍ଥ ହୋଇଥିଲା ଓ ତା ପରେ ତାଙ୍କର ଦ୍ଵିତୀୟ ଫିଲ୍ମ ‘ସିମ୍ବା’ ୩୦୦ କୋଟି ର ବିଜିନେସ କରିଥିଲା । ସାରା ଦେଖିବାକୁ ଯେତେ ସୁନ୍ଦର ହୃଦୟରୁ ମଧ୍ୟ ସେତିକି ଭଲ । ଲୋକ ତାଙ୍କ ବିଷୟରେ କୁହନ୍ତି କି

ସାରା ପ୍ରଥମ ଏମିତି ଷ୍ଟାର କିଡ୍ସ ଅଟନ୍ତି ଯାହାଙ୍କ ମଧ୍ୟରେ ଗର୍ବ ବିଲକୁଲ ନାହିଁ ଓ ଏହି କଥା ସତ ବୋଲି ପ୍ରମାଣ କରେ ତାଙ୍କର ଡାଉନ ଟୁ ଅର୍ଥ ନେଚର ।

ଭାଇରାଲ ହେଲା ସାରାଙ୍କର ଏୟାରପୋର୍ଟ ଭିଡିଓ

ବର୍ତ୍ତମାନ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାକୁ ଲାଗିଛି, ଯେଉଁଥିରେ ସେ ଏୟାରପୋର୍ଟ ରୁ ବାହାରକୁ ବାହାରିବା ସମୟରେ କିଛି ପିଲାଙ୍କ ସହିତ ଫଟୋ ଉଠାଉଛନ୍ତି ।

ପିଲାଙ୍କ ସହିତ ନେଲେ ସେଲଫି

ଆପଣଙ୍କୁ ଜଣାଇ ଦେଉଛୁ କି ବର୍ତ୍ତମାନ ସାରା ‘କୁଲି ନମ୍ବର 1’ ର ଶୁଟିଙ୍ଗ ରେ ବ୍ୟସ୍ତ ଅଛନ୍ତି ଓ ଏମିତିରେ ତାଙ୍କର ଯିବା ଆସିବା ଲାଗି ରହିଛି । ମଙ୍ଗଳବାର ଦିନ ଯେତେବେଳେ ସେ ଏୟାରପୋର୍ଟ ରୁ ବାହାରକୁ ବାହାରୁ ଥିଲେ ସେତେବେଳେ କିଛି ଫ୍ୟାନ୍ସ ତାଙ୍କୁ ଘେରିଗଲେ ଓ ତାଙ୍କ ସହିତ ଫଟୋ ଉଠାଇବାର ଜିଦ୍ଦି କରିବାକୁ ଲାଗିଲେ । ସେହିଠାରେ କିଛି ପିଲାମାନେ ମଧ୍ୟ ଥିଲେ ଯିଏ ସାରାଙ୍କ ସହିତ ଫଟୋ ଉଠାଇବାକୁ ଚାହୁଁଥିଲେ । ସାରା ସେମାନଙ୍କ ଇଛା ପୁରା କଲେ । ସେ ତାଙ୍କ ସହିତ ଫଟୋ ଉଠାଇଲେ ଓ ପୁଣି ସେଠାରୁ ପଳାଇଗଲେ ।

ଏୟାରପୋର୍ଟରେ ଆଉ କିଛି ଲୋକଙ୍କ ସହିତ ମଧ୍ୟ ସାରା ଫଟୋ ଉଠାଇଲେ ଓ ନମସ୍ତେ କହି ଆଭାର ପ୍ରକଟ କଲେ । ସାରାଙ୍କର ଏହି ବ୍ୟବହାର ଦେଖି ସମସ୍ତେ ତାଙ୍କର ପ୍ରଶଂସା କରୁଛନ୍ତି କାରଣ ବଲିଉଡରେ ବହୁତ କମ ଏମିତି କଳାକାର ଅଛନ୍ତି ଯେଉଁମାନେ ଏହି ପ୍ରକାରରେ ଲୋକଙ୍କ ସହିତ ମିଶିଥାନ୍ତି ।

କିଛିଦିନ ପୂର୍ବେ ଯେତେବେଳେ ସାରା ଏୟାରପୋର୍ଟ ରୁ ନିଜ ଜିନିଷ ନିଜେ ନେଇ ବାହାରୁଥିଲେ ସେତେବେଳେ ଋଷି କପୁର ତାଙ୍କର ପ୍ରଶଂସା କରି କହିଥିଲେ “ବହୁତ ଭଲ ସାରା, ତୁମେ ପ୍ରମାଣ କଲ କି ଗୋଟିଏ ସେଲିବ୍ରିଟି କୁ ଏୟାରପୋର୍ଟ ରେ କିପରି ବ୍ୟବହାର କରିବା କଥା । କାହାକୁ ହଇରାଣ ନ କରି, ନିଜର ଜିନିଷ ନିଜେ ନେଇ ଯିବା । ତୁମେ ବିନା କୌଣସି ଡରରେ ଆତ୍ମବିଶ୍ଵାସ ଦେଖାଇଲ ।

ଦେଖନ୍ତୁ ଭିଡିଓ

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।