ଟିଭି ର ଏହି ୫ ଜଣ ଭାଇ ଭଉଣୀଙ୍କର ଯୋଡିକୁ ଅସଲ ଜୀବନରେ ହେଲା ପ୍ରେମ, ଏଇ ନମ୍ବର ରେ ଥିବା ଯୋଡି ଙ୍କର ହୋଇ ସାରିଲାଣି ନିର୍ବନ୍ଧ

ଫିଲ୍ମ ରେ କାମ କରୁଥିବା ଷ୍ଟାର ମାନେ ନିଜର କୋ-ଷ୍ଟାରଙ୍କ ସହ ବାହା ହୁଅନ୍ତି, ଏହାର ତାଜା ଉଦାହରଣ ଦୀପିକା ଏବଂ ରନବୀରଙ୍କର ବାହାଘର । କିନ୍ତୁ ଟିଭିର କିଛି ଷ୍ଟାର ମାନେ ପରଦାରେ ଭାଇ ଭଉଣୀର ରୋଲ କରନ୍ତି କିନ୍ତୁ ଅସଲି ଜୀବନରେ ପରସ୍ପରକୁ ଭଲ ପାଆନ୍ତି । କେତେକ ଯୋଡି ଭଲ ପାଇ ବାହା ହୋଇ ଯାଇଛନ୍ତି ତ କେତେକଙ୍କ ଯୋଡି ର ଭଲ ପାଇବା ଭାଙ୍ଗି ଯାଇଛି ।

ଟିଭିର ଏହି ୫ ଟି ଭାଇ ଭଉଣୀ ର ଯୋଡି ଅସଲ ଜୀବନରେ ହୋଇଗଲା ପ୍ରେମ, ଏମାନଙ୍କ ମଧ୍ୟରୁ କିଛି ଭାଇ ଭଉଣୀଙ୍କୁ ଲୋକମମାନେ ଅସଲି ଭାଇ ଭଉଣୀ ଭାବିବାକୁ ଲାଗିଲେ କିନ୍ତୁ କିଛି ଅଲଗା କଥା ଏମାନଙ୍କ ମଧ୍ୟରେ ଚାଲିଥିଲା ।

ଟିଭି ର ଏହି ୫ ଭାଇ ଭଉଣୀଙ୍କ ମଧ୍ୟରେ ଅସଲି ଜୀବନରେ ହୋଇଥିଲା ପ୍ରେମ

ଅଦିତି ଭାଟିୟା ଏବଂ ଅଭିଷେକ ବର୍ମା

ଷ୍ଟାରପ୍ଲୁଶ ର ପପୁଲାର ସୋ ‘ୟେ ହୈଂ ମୋହବ୍ବତେ’ ରେ ଅଦିତି ଭାଟିୟା ଏବଂ ଅଭିଷେକ ବର୍ମା ଭାଇ ଭଉଣୀ ର ଅଭିନୟ କରୁଥିଲେ । କିନ୍ତୁ ଅସଲି ଜୀବନରେ ଏମାନେ ପରସ୍ପରକୁ ଡେଟ କରନ୍ତି ଏବଂ ଦୁଇଜଣଙ୍କ ଫଟୋ ସୋସିୟାଲ ମିଡିୟାରେ ଖୁବ ଭାଇରାଲ ହେଉଛି ।

ଶିୱିନ ନାରଂଗ ଏବଂ ଦିଗଂଗନା ସୂର୍ଯବଶୀ

୨୦୧୫ରେ ଷ୍ଟାରପ୍ଲୁଶରେ ଆସୁଥିବା ସୋ ‘ଏକ ବୀର କୀ ଅରଦାସ ବୀରା’ ସବୁଠାରୁ ଭିନ୍ନ ଭାଇ ଭଉଣୀ ର ଯୋଡି ଥିଲା । ଏମାନଙ୍କର ଭାଇ ଭଉଣୀଙ୍କର ଭଲ ପାଇବା କୁ ଦେଖି ସମସ୍ତେ ଏହି କଥା ଭାବୁଛନ୍ତି କି ଦୁଇଜଣ ସତରେ ଭାଇ ଭଉଣୀ ଅଟନ୍ତି, କିନ୍ତୁ ଅସଲ ଜୀବନରେ ଏହି ଦୁଇ ଜଣ ପରସ୍ପରକୁ ଡେଟ କରୁଛନ୍ତି ।

ରୋହନ ମେହରା ଏବଂ କାଂଚୀ ସିଂହ

ଟିଭି ର ସବୁଠୁ ଫେମସ ସୋ ‘ୟେ ରିଶ୍ତା କ୍ଯା କହଲାତା ହୈ’ ର ଲିଡ ଷ୍ଟାର ଅକ୍ଷରା ଓ ନୈତିକଙ୍କ ଦୁଇଟି ପିଲା ଥିଲେ । ସେହି ପିଲାର ଅଭିନୟ ରୋହନ ମେହରା ଏବଂ କାଂଚୀ ସିଂହ କରୁଥିଲେ କିନ୍ତୁ ସେମାନେ ଅସଲ ଜୀବନରେ ଭଲ ପାଉଛନ୍ତି ।

ନୀରଜ ମାଲୱୀୟ ଏବଂ ଚାରୂ ଆସୋପା

ଟିଭି ର ଆଉ ଏକ ଭାଇ ଭଉଣୀ ସୋ ର ଯୋଡି ‘ମେରେ ଅଂଗନେ ମେଂ’ ନାମକ ଏକ ସିରିୟାଲ ରେ ନୀରଜ ଏବଂ ଆସୋପା ଅଭିନୟ କରିଥିଲେ । ଏମାନଙ୍କ ଭଲ ପାଇବା ସୁଟିଙ୍ଗ ସମୟରେ ଚାଲିଥିଲା ଏବଂ ଏମାନେ କିଛି ଦିନ ପୂର୍ବେ ନିର୍ବନ୍ଧ କରି ସାରିଛନ୍ତି ।

ମୟାଙ୍କ ବର୍ମା ଏବଂ ରିୟା ଶର୍ମା

ଟିଭିର ଏକ ପପୁଲାର ସିରିୟଲ ‘ତୂ ସୂରଜ ମୈଂ ସାଂଝ’ରେ ମୟାଙ୍କ ଏବଂ ରିୟା ଭାଇ ଭଉଣୀର ଅଭିନୟ କରୁଥିଲେ । କିନ୍ତୁ ବର୍ତ୍ତମାନ ଏମାନେ ପରସ୍ପରଙ୍କୁ ଭଲ ପାଉଛନ୍ତି ।