ବିଦେଶୀ ଝିଅକୁ ହେଲା ଇଣ୍ଡିଆନ ପୁଅ ସହିତ ପ୍ରେମ, ଏବେ ବାହା ହୋଇ ଗାଁରେ ବିତାଉଛନ୍ତି ଏମିତି ଜୀବନ

ଆମ ଦେଶ କୁ ଲୋକେ ଯେତେ ଖରାପ କହିଥାନ୍ତୁ କିନ୍ତୁ ଏଠାକୁ ଆସୁଥିବା ଲୋକମାନେ ଏଠାକାର ହୋଇ ରହି ଯାଆନ୍ତି । ଏଥିପାଇଁ ମଣିଷକୁ ଭଲ ପାଇବା ଜରୁରୀ ହୋଇଥାଏ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ବିଦେଶୀ ଝିଅକୁ ଏକ ଇଣ୍ଡିଆନ ପୁଅ ସହିତ ହୋଇଗଲା ପ୍ରେମ, ତାଙ୍କ ଫଟୋ ଦେଖି ଆପଣଙ୍କୁ ଲାଗିବାନାହିଁ କି କୌଣସି ବିଦେଶୀ ଝିଅ ଏମିତି ବି କରିପାରିବ ।

ବିଦେଶୀ ଝିଅଙ୍କୁ ହେଲା ଇଣ୍ଡିଆନ ପୁଅ ସହିତ ପ୍ରେମ

୩୩ ବର୍ଷର ମାରୀ ଭାରତ ଆସିଥିଲେ ବୁଲିବା ପାଇଁ ଏଠି ଐତିହାସିକ କିଳା ଦେଖି ଏବଂ ସେଗୁଡିକର ସୁନ୍ଦରତା କୁ କହୁଥିବା ଗାଇଡକୁ ନିଜର ହୃଦୟ ଦେଇ ବସିଲେ । ଏହି ବିଦେଶୀ ମହିଳା ଟୁରିଷ୍ଟ ଗାଇଡ ଧିରାଜ ଙ୍କ ସହିତ ବାହା ହୋଇଗଲେ । ବର୍ତ୍ତମାନ ସେ ମାଣ୍ଡୁରେ ନିଜର ଜୀବନ ଅତିବାହିତ କରୁଛନ୍ତି ।

ମାରୀଙ୍କ ବାପ ଡାକ୍ତର ଏବଂ ମା ଶିକ୍ଷୟତ୍ରି ଅଟନ୍ତି । ମାରୀ ନିଜେ ଜଣେ ଶିକ୍ଷୟତ୍ରି ଅଟନ୍ତି ଏବଂ ଟିକେ ଟିକେ ହିନ୍ଦୀ କହି ଦେଉଛନ୍ତି । ସେ ଶାଢୀ ଏବଂ ଚୁଡିଦାର ହିଁ ପିନ୍ଧନ୍ତି ଏବଂ ଏହାକୁ ପିନ୍ଧି ସେ ନିଜ ଉପରେ ଗର୍ବ ଅନୁଭବ କରୁଛନ୍ତି । ଆଜି ବି ସେ ପାରିସ ର କିଛି ପିଲାଙ୍କୁ ଅନ୍ଲାଇନ ପଢାଉଛନ୍ତି । ତାଙ୍କର ଦୁଇଟି ପିଲା ଅଛନ୍ତି । ସେ ତାଙ୍କୁ ଫ୍ରେଞ୍ଚ ଏବଂ ହିନ୍ଦୀ ଦୁଇଟି ଭାଷା ଶିଖାଉ ଛନ୍ତି ।

ସବୁଠୁ ଆଶ୍ଚର୍ଯ୍ୟର କଥା ଏହା କି ମାଣ୍ଡୁରେ ମାରୀ ନିଜର ଘର ନିଜେ ବନାଉଛନ୍ତି ଏବଂ ସେଥିପାଇଁ ସେ ମିସ୍ତ୍ରୀ ସହ କାମ ମଧ୍ୟ କରୁଛନ୍ତି ।

ମାରୀଙ୍କ ର ଗୋଟିଏ ପୁଅ କାଶୀ ଯିଏ ୫ ବର୍ଷର ଏବଂ ନୀଳ ଯିଏ ୩ ବର୍ଷର ଅଟନ୍ତି । ଜଣେ ଦିଲ୍ଲୀ ରେ ଏବଂ ଅନ୍ୟ ଜଣ କୋଚିରେ ଜନ୍ମ ହୋଇଥିଲେ । ମାରୀ ଘରର ପୁରା କାମ ନିଜେ କରିଥାନ୍ତି । ସେ କହୁଛନ୍ତି କି ସେ ତାଙ୍କର ପିଲାଙ୍କୁ ବର୍ତ୍ତମାନ ସ୍କୁଲ ପଠେଇବେ ନାହିଁ, ୧୦ ବର୍ଷ ପର୍ଯ୍ୟନ୍ତ ସେ ନିଜେ ପଢେଇବେ ।

ବେଶି ସେ ପିନ୍ଧନ୍ତି ଶାଢୀ ଏବଂ ଚୁଢିଦାର

ମାରୀ ପୂରାପୂରି ଦେଶୀ ହୋଇଯାଇଛନ୍ତି ଏବଂ ସେ ସବୁବେଳେ ଶାଢୀ କିମ୍ବା ଚୁଢିଦାର ପିନ୍ଧନ୍ତି । ସେ ନିଜର ସ୍ଵାମୀ ଏବଂ ପିଲାମାନଙ୍କର ଖାଦ୍ୟ ଏବଂ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ବେଶୀ ଧ୍ୟାନ ଦିଅନ୍ତି । ତାଙ୍କର କୌଣସି ସ୍ୱାସ୍ଥ୍ୟ ଖରାପ ହେଲେ ସେ ନିଜର ବାପାଙ୍କର ପରାମର୍ଶ ନିଅନ୍ତି ।