ଫିଲ୍ମ ଦୁନିଆର ଏହି ସବୁ ସୁନ୍ଦର ଅଭିନେତ୍ରୀ, ଯେଉଁମାନଙ୍କର ମୃତ୍ୟୁ ଆଜି ବି ଗୋଟିଏ ବହୁତ ବଡ ରହସ୍ୟ, ବହୁତ କମ୍ ବୟସରେ ହିଁ କହିଥିଲେ ଦୁନିଆକୁ ବିଦାୟ

ବଲୀଉଡକୁ ଆଜି ସମସ୍ତେ ଜାଣିଛନ୍ତି । ଆଜି ପାଖାପାଖି ସମସ୍ତ ଯୁବକ ଯୁବତୀମାନେ ବଲୀଉଡରେ ଯାଇ ନିଜର ପରିଚୟ ବନାଇବା ପାଇଁ ଚାହୁଁଛନ୍ତି । କାରଣ ଏହାର ଚମକ ସମସ୍ତଙ୍କୁ ଆକର୍ଷିତ କରିଥାଏ । ଆମେ ସମସ୍ତ ଅଭିନେତା ଏବଂ ଅଭିନେତ୍ରୀଙ୍କୁ ପସନ୍ଦ କରିଥାଉ । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଯେଉଁ ବିଷୟରେ କହିବାକୁ ଯାଉଛୁ ତାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ ।

ଆଜି ଆମେ ଆପଣମାନଙ୍କୁ କିଛି ପ୍ରସିଦ୍ଧ ଅଭିନେତ୍ରୀଙ୍କ ବିଷୟରେ କହିବୁ ଯାହାଙ୍କର ମୁର୍ତ୍ୟୁ ଅଳ୍ପ ବୟସରେ ହୋଇ ଯାଇଥିଲା ।

ଦିବ୍ୟା ଭାରତୀ

ବଲୀଉଡର ସବୁଠୁ ଫେମସ ଅଭିନେତ୍ରୀ ଦିବ୍ୟା ଭାରତୀଙ୍କର ମୁର୍ତ୍ୟୁ ୫ ଏପ୍ରିଲ ୧୯୯୩ ମସିହାରେ ରାତିରେ ହୋଇଥିଲା । ୧୯ ବର୍ଷୀୟ ଦିବ୍ୟା ଭାରତୀଙ୍କର ଏହା ଶେଷ ରାତି ହୋଇଥିଲା । ଦିବ୍ୟାଙ୍କର ମୁର୍ତ୍ୟୁ ମୁମ୍ବାଇର ବର୍ସୋବାରେ ଥିବା ଗୋଟିଏ ୫ମ ମହଲା ବିଶିଷ୍ଟ ଘରର ଉପରୁ ତଳକୁ ପଡିଯିବା କାରଣରୁ ହୋଇଥିଲା । ସେ ବଲୀଉଡର ସବୁଠୁ ସୁନ୍ଦର ଅଭିନେତ୍ରୀ ବୋଲି କୁହା ଯାଉଥିଲା । ତାଙ୍କର ମୁର୍ତ୍ୟୁ ଆଜି ବି ରହସ୍ୟ ହୋଇ ରହିଛି ।

ସୌଂଦର୍ୟା

ଆପଣଙ୍କୁ କହିଦେଉଛୁ ଯେ ୩୨ ବର୍ଷୀୟ ସାଉଥ ଫିଲ୍ମର ସବୁଠୁ ପ୍ରସିଦ୍ଧ ଏବଂ ଫେମସ ଅଭିନେତ୍ରୀ ସୌଂଦର୍ୟା ୨୦୦ରୁ ବେଶୀ ଅଧିକ ତେଲୁଗୁ ଏବଂ କନ୍ନଡ ଫିଲ୍ମରେ କାମ କରିଥିଲେ । ସୌଂଦର୍ୟା ଅମିତାଭଙ୍କ ସହିତ ଫିଲ୍ମ ସୂର୍ୟୱଂଶମରେ ମଧ୍ୟ କାମ କରିଛନ୍ତି । ତାଙ୍କର ମୁର୍ତ୍ୟୁ ଏକ ପ୍ଲେନ କ୍ରାଶରେ ହୋଇଥିଲା ।

ଆରତୀ ଅଗ୍ରୱାଲ

ଆପଣଙ୍କୁ କହିଦେଉଛୁ ଯେ ଆରତୀ ଅଗ୍ରୱାଲ ଆମେରିକାର ଅଭିନେତ୍ରୀ ଅଟନ୍ତି, ଯିଏକି ତେଲୁଗୁ ଫିଲ୍ମରେ କାମ କରୁଥିଲେ । ଲିପୋସକ୍ଶନ ସର୍ଜରୀ କରିବା ପରେ ହୃଦୟରେ ବ୍ୟଥା ହେବାରୁ ଆରତୀଙ୍କର ୬ ଜୁନ ୨୦୧୫ରେ ମୁର୍ତ୍ୟୁ ହୋଇଥିଲା । ସେ ବହୁତ ସୁନ୍ଦର ଥିଲେ ।

ସିଲ୍କ ସ୍ମିତା

ସିଲ୍କ ସ୍ମିତା କେବଳ ଦକ୍ଷିଣର ନୁହେଁ ଭାରତର ସବୁଠୁ ବଡ ଆଇଟମ ଗର୍ଲ ଥିଲେ । ୨୩ ସେପେଟେମ୍ବର ୧୯୯୬ରେ କେବଳ ୩୫ ବର୍ଷ ବୟସରେ ସେ ନିଜ ହାତରେ ନିଜର ଜୀବନକୁ ଶେଷ କରି ଦେଇଥିଲେ । ଚେନ୍ନଈର ନିଜର ଘରେ ସେ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିଲେ, କିନ୍ତୁ ସେ କୌଣସି ଅଭିନେତ୍ରୀ ଠାରୁ କମ ନଥିଲେ । ତାଙ୍କର ମୁର୍ତ୍ୟୁ ବି ଆଜି ପର୍ଯ୍ୟନ୍ତ ରହସ୍ୟରେ ଅଛି ।

ମଧୁବାଲା

ମଧୁବାଲା ୩୬ ବର୍ଷ ବୟସରେ ହିଁ ନିଜ ଜୀବନକୁ ତ୍ୟାଗ କରି ଦେଇଥିଲେ । ମଧୁବାଲାଙ୍କର ମୁର୍ତ୍ୟୁ କେମିତି ହୋଇଥିଲା ତାହା ଆଜି ବି ଏକ ପ୍ରଶ୍ନ ହୋଇ ଅଛି, କିନ୍ତୁ ସେ ବହୁତ ଭଲ ଅଭିନେତ୍ରୀ ଥିଲେ ଏବଂ ବହୁତ ସୁନ୍ଦର ବି ଥିଲେ ।

ଜିୟା ଖାନ

ଏହି ୨୫ ବର୍ଷୀୟ ବଲୀଉଡର ଲୋକପ୍ରିୟ ଅଭିନେତ୍ରୀ ଜିୟା ଖାନ ନିଜର ପ୍ରଥମ ଫିଲ୍ମ ବଲୀଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ସହ କରିଥିଲେ । ୨୦୧୩ରେ ସେ ମୁମ୍ବାଇର ଏକ ଅପାର୍ଟମେଂଟରେ ଆତ୍ମହତ୍ୟା କରିଥିଲେ, କିନ୍ତୁ ଆଜି ପର୍ଯ୍ୟନ୍ତ ଏହା ଜଣା ପଡିଲା ନାହିଁ କି ସେ କାହିଁକି ଆତ୍ମହତ୍ୟା କରିଥିଲେ ।

ପ୍ରତ୍ୟୁଷା ବନର୍ଜୀ

ଟିଭିର ଲୋକପ୍ରିୟ ଅଭିନେତ୍ରୀ ପ୍ରତ୍ୟୁଷା ବନର୍ଜୀ କଲର୍ସରେ ପ୍ରସିଦ୍ଧ ଧାରାବାହିକ ବାଳିକା ବଧୁରେ ଆନନ୍ଦିର ଅଭିନୟ କରିଥିଲେ । ୧ ଏପ୍ରିଲ ୨୦୧୬ରେ ସେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ପ୍ରତ୍ୟୁଷା ବନର୍ଜୀ ସେହି ସମୟରେ ମାତ୍ର ୨୪ ବର୍ଷର ଥିଲେ ।