10 ବର୍ଷରେ ଏତେ ବଦଳି ଯାଇଛି ଜୟ ଶ୍ରୀ କୃଷ୍ଣଙ୍କ ଏହି ଛୋଟ ଝିଅ, ଦେଖି ବିଶ୍ଵାସ ହେବ ନାହିଁ

ଅଭିନୟ ଦୁନିଆରେ ଶିଶୁ କଳାକାରମାନଙ୍କର ଭୂମିକା ବହୁତ ମହତ୍ଵ ରଖେ । ଆପଣ ବଲୀଉଡ ଫିଲ୍ମ ଓ ଟିଭି ଇଣ୍ଡଷ୍ଟ୍ରିରେ ବହୁତ ଶିଶୁ କଳାକାରମାନଙ୍କୁ ଦେଖିଥିବେ । ଏହି ଶିଶୁ କଳାକାରମାନଙ୍କ ମଧ୍ୟରେ କେତେକ ଶିଶୁ କଳାକାର ଦର୍ଶକମାନଙ୍କର ହୃଦୟ ଜିତିଛନ୍ତି । କେବଳ ଏମାନଙ୍କର ଅଭିନୟ ନୁହେଁ ଏମାନଙ୍କର ସରଳତା ଲୋକମାନଙ୍କୁ ଏମାନଙ୍କର ଦିବାନା କରିଦିଏ । ଏମିତିରେ ଆଜି ଆମେ ଆପଣଙ୍କୁ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ଏମତି ହିଁ ଏକ ଶିଶୁ କଳାକାର ବିଷୟରେ କହିବୁ ।

ଯିଏ ବର୍ତ୍ତମାନ ସମୟରେ ପୁରା ବଦଳି ଯାଇଛି । ସେ ଯେତେବେଳେ ଶିଶୁ କଳାକାର ରୂପରେ ଅଭିନୟ କରୁଥିଲେ ତେବେ ଘରେ ଘରେ ସେ ବହୁତ ପରିଚିତ ଓ ପପୁଲାର ଥିଲେ ।

ଆପଣମାନେ ସମସ୍ତେ କଲର୍ସ ଚ୍ୟାନେଲରେ ପ୍ରସାରିତ ହେଉଥିବା “ଜୟ ଶ୍ରୀ କୃଷ୍ଣା” ସିରିୟଲ ନିଶ୍ଚିତ ଦେଖିଥିବେ । ଏହା ୨୦୦୮ରେ ପ୍ରସାରିତ ହେଉଥିଲା ଓ ଓ ୨୦୦୯ରେ ଏହି ଶୋ ସମାପ୍ତ ହୋଇଯାଇଥିଲା । ଏହି ସିରିୟଲକୁ ସେହି ସମୟରେ ସମସ୍ତ ଘରେ ନିଶ୍ଚିତ ଦେଖା ଯାଉ ଥିଲା । ସେହି ସମୟରେ ଏହି ସିରିୟଲର କ୍ରେଜ ବହୁତ ଥିଲା । କହିବାକୁ ଗଲେ ଏହି ସିରିୟଲ ପାପୁଳାର ହେବାର ମୁଖ୍ୟ କାରଣ ହେଉଛି ଏହି ଶୋରେ ନଜର ଆସୁଥିବା ଶ୍ରୀକୃଷ୍ଣ ।

ଏହି ସିରିୟଲରେ ଗୋଟିଏ ଛୋଟ ଝିଅ ଶ୍ରୀକୃଷ୍ଣଙ୍କର ଅଭିନୟ କରିଥିଲା । ସେହି ଝିଅକୁ ଦେଖି ଲାଗୁଥିଲା କି ସେ ହିଁ ଅସଲ ଶ୍ରୀକୃଷ୍ଣ ଅଟେ । ଏହି ସିରିୟଲକୁ ଦର୍ଶକମାନେ ବହତ ପସନ୍ଦ କରୁଥିଲେ ଓ ସିରିୟଲର ବହୁତ ପ୍ରଶଂସା ବି କରୁଥିଲେ । ଆଜି ଆମେ ସେହି ଝିଅ ବିଷୟରେ କହିବାକୁ ଯାଉଛୁ ଯିଏ ଏହି ଧାରାବାହିକରେ ଶ୍ରୀକୃଷ୍ଣଙ୍କର ପିଲାଦିନର ଅଭିନୟ କରିଥିଲେ ।

ଶ୍ରୀକୃଷ୍ଣଙ୍କର ଅଭିନୟ କରିଥିବା ଏହି ଝିଅର ଅସଲ ନାମ ଧୃତି ଭାଟିୟା ଅଟେ । ୨୦୦୮ରେ ଶ୍ରୀକୃଷ୍ଣଙ୍କର ପିଲାଦିନର ଅଭିନୟ କରୁଥିବା ଧୃତି ଭାଟିୟା ଆଜି ୧୪ ବର୍ଷର ହୋଇ ଯାଇଛନ୍ତି । ଯେଉଁ ସମୟରେ ସେ ଶ୍ରୀକୃଷ୍ଣଙ୍କ ଅଭିନୟ କରିଥିଲେ ସେହି ସମୟରେ ସେ ମାତ୍ର ୨.୫ ବର୍ଷର ଥିଲେ । ଏହି ସିରିୟଲକୁ କରିବା ପରେ ଧୃତି ଟିଭି ସିରିୟଲରେ ବହୁତ କମ ଦେଖିବାକୁ ମିଳିଲେ । ଜୟ ଶ୍ରୀ କ୍ରୀଷ୍ଣା ଛଡା ଧୃତି ଅନ୍ୟ କିଛି ଧାରାବାହିକରେ ମଧ୍ୟ ନଜର ଆସିଛନ୍ତି ।

 

View this post on Instagram

 

Waffle Time!!!!!

A post shared by Dhriti Bhatia (@dhritibhatia) on

କିନ୍ତୁ କୃଷ୍ଣଙ୍କ ରୂପରେ ତାଙ୍କୁ ଯେଉଁ ଭଲ ପାଇବା ଓ ପରିଚୟ ମିଳିଥିଲା ତାଙ୍କୁ ଅନ୍ୟ କୌଣସି ସିରିୟଲରେ ମିଳି ନାହିଁ । ଏହା ଛଡା ସେ କେତେକ ବିଜ୍ଞାପନରେ ବି କାମ କରିଛନ୍ତି । ଧୃତି ଭାଟିୟା କିଛି ବର୍ଷ ମଧ୍ୟରେ ବହୁତ ବଡ ଓ ସୁନ୍ଦର ହୋଇ ଯାଇଛନ୍ତି ଓ ସେ ବର୍ତ୍ତମାନ ପଢୁଛନ୍ତି । ଆପଣ ବି ଦେଖନ୍ତୁ ତାଙ୍କର ବର୍ତ୍ତମାନର କିଛି ଫଟୋ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।