ପ୍ରେମରେ ଧୋଖା ମିଳିବା ପରେ ରାତାରାତି ଫେମସ ହେଇଯାଇଥିଲେ ଏହି 4ଜଣ ହିରୋଇନ

ବଲୀଉଡ ଜଗତରେ ପ୍ରାୟତଃ ଷ୍ଟାରମାନଙ୍କ ଅଫେୟାର ଓ ବ୍ରେଅକପର ଖବର ଶୁଣିବାକୁ ମିଳିଥାଏ । ବର୍ଷ ବର୍ଷର ପୁରୁଣା ସମ୍ପର୍କକୁ ହେଉ ନା କାହିଁକି ଛୋଟ ଛୋଟ କଥାରେ ସେମାନେ ନିଜର ସମ୍ପର୍କକୁ ଭାଙ୍ଗି ଦିଅନ୍ତି । ଏମିତିରେ କେତେକ ଷ୍ଟାରମନଙ୍କ ବ୍ରେଅକପ ପରେ ବଲୀଉଡରେ ତାଙ୍କର କ୍ୟାରିୟର ପ୍ରାୟତଃ ସମାପ୍ତ ହୋଇଯାଏ ।

କିନ୍ତୁ ଅନ୍ୟ ପଟେ ଏମିତି ବି କିଛି ଷ୍ଟାର ଅଛନ୍ତି ଯେଉଁମାନଙ୍କ ବ୍ରେକଅପ ପରେ ସେମାନେ ବହୁତ ଫେମସ ହୋଇ ଯାଇଛନ୍ତି । ତେବେ ଆସନ୍ତୁ ଜାଣିବା ସେହି ଷ୍ଟାରମାନଙ୍କ ବିଷୟରେ ।

କରିନା କପୁର ଖାନ

କରିନା କପୁର ଖାନ ବହୁତ ସମୟ ପର୍ଯ୍ୟନ୍ତ ଶାହିଦ କପୁରଙ୍କୁ ଡେଟ କରୁଥିଲେ । କିନ୍ତୁ ସବୁଠୁ ଅଧିକ ଫେମସ ଚଳଚିତ୍ର ‘ଜବ ଉଈ ମେଟ’ ଫିଲ୍ମର ଶୁଟିଙ୍ଗ ସମୟରେ ଅମାନଙ୍କ ବ୍ରେକଅପ ହୋଇ ଯାଇଥିଲା । ଏହା ସତ୍ବେ ବି ଏମାନେ ଏହି ଚଳଚିତ୍ରକୁ ଛାଡି ନ ଥିଲେ । ଏହି ଚଳଚିତ୍ର ସବୁଠାରୁ ଅଧିକ ଲୋକପ୍ରିୟ ପ୍ରମାଣିତ ହୋଇଥିଲା । ଶାହିଦ ଓ କରିନାଙ୍କ ବ୍ରେଅକପର ଖବର ଏହି ଫିଲ୍ମକୁ ଅଧିକ ଲାଇମ ଲାଇଟରେ ନେଇ ଆସି ଥିଲା । ଏହା ପରେ ତାଙ୍କ କାରିୟର ବହୁତ ଭଲ ଚାଲିଲା । ଶାହିଦଙ୍କ ସହ ବ୍ରେକ ଅପ ପରେ ତାଙ୍କୁ ଚଳଚିତ୍ର ଜଗତରେ ବହୁତ ସଫଳତା ମିଳିବା ଆରମ୍ଭ ହୋଇଯାଇ ଥିଲା ।

ଦୀପିକା ପାଦୁକୋଣ

ଯେତେବେଳେ ଦୀପିକା ପାଦୁକୋନ ନିଜର କ୍ୟାରିୟର ଆରମ୍ଭ କରିଥିଲେ ସେତେବେଳେ ସେ ରଣବୀର କପୁରଙ୍କୁ ଡେଟ କରୁଥିଲେ । କିନ୍ତୁ ରଣବୀର ଦୀପକାଙ୍କୁ ଧୋକା ଦେଇ ଚାଲିଗଲେ । ଯେଉଁ କାରଣରୁ ଦୀପିକା ବହୁତ ଡିପ୍ରେସନରେ ମଧ୍ୟ ଥିଲେ । କିଛି ଦିନ ପରେ ସେ ସବୁ କିଛି ଭୁଲି ନିଜ କ୍ୟାରିୟରରେ ଆଗକୁ ବଢିଗଲେ । ଏହା ପରେ ସେ ସଫଳତାର ସିଢି ଚଢି ଚାଲିଲେ । କହିବାକୁ ଗଲେ ରଣବୀରଙ୍କ ସହ ବ୍ରେଅକପ ପରେ ତାଙ୍କୁ ବଲୀଉଡ ଇଣ୍ଡଷ୍ଟ୍ରିରେ ଅସଲ ପରିଚୟ ମିଳିଲା । ବର୍ତ୍ତମାନ ସେ ବଲିଉଡ ଜଗତରେ ସବୁଠୁ ଅଧିକ ଟଙ୍କା ନେଉଥିବା ଅଭିନେତ୍ରୀ ଅଟନ୍ତି ।

କାଜୋଲ

ଯଦି କାଜୋଲ ବିଷୟରେ କହିବା ତେବେ ଫିଲ୍ମରେ କାଜୋଲ ଓ ଶାରୁଖାନଙ୍କ ଯୋଡିକୁ ବହୁତ ପସନ୍ଦ କରାଯାଏ । ଏମାନେ ସିନେ ଜଗତର ସବୁଠୁ ଚର୍ଚିତ ଯୋଡି ମଧ୍ୟରୁ ଜଣେ ଅଟନ୍ତି । ଶାରୁଖାନ ଓ କାଜୋଲ ଫିଲ୍ମ ପରଦାରେ ହେଉ କି ପରଦା ପଛରେ ଏମାନଙ୍କ ବଡିଙ୍ଗ ବହୁତ ଭଲ ତେ । କିନ୍ତୁ କାଜୋଲ ଅଜୟ ଦେବଗନଙ୍କୁ ବିବାହ କରିବା ପରେ କାଜୋଲ ଶାରୁଖାନଙ୍କ ଠାରୁ ଦୂରେଇ ରହିବାକୁ ହିଁ ଠିକ ଭାବିଲେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବି ଦୁଇ ଜଣ ଏକ ଭଲ ବନ୍ଧୁ ଅଛନ୍ତି । କିନ୍ତୁ କାଜୋଲ ଯେଉଁ ସମୟରୁ ଶାରୁଖନଙ୍କୁ ଛାଡି ଅଜୟ ଦେବଗନଙ୍କ ସହ ଫିଲ୍ମ କରିବା ଆରମ୍ଭ କରିଲେ ତେବେ ସେହି ସମୟରେ ତାଙ୍କୁ ଅସଲ ସଫଳତା ମିଳିଲା ।

ଶିଲ୍ପା ଶେଟ୍ଟି

ଶିଲ୍ପା ଶେଟ୍ଟି ନିଜର ଅଭିନୟ ଓ ସୁନ୍ଦରତା ଦ୍ଵାରା ସମସ୍ତଙ୍କର ପ୍ରିୟ ହୋଇ ଅଟନ୍ତି । ସେ ନିଜର କ୍ୟାରିୟର ଆରମ୍ଭ ସମୟରେ ଅକ୍ଷୟ କୁମାରଙ୍କ ପ୍ରେମରେ ପାଗଳ ଥିଲେ । ଗୋଟିଏ ସମୟରେ ଏହି ଦୁଇ ଜଣଙ୍କ ବିଷୟରେ ବଲିଉଡ ଜଗତରେ ବହୁତ ଚର୍ଚା ବି ହେଉଥିଲା । କିନ୍ତୁ କିଛି ଦିନ ପରେ ଅକ୍ଷୟ କୁମାରଙ୍କ ସହ ତାଙ୍କର ବ୍ରେକଅପ ହୋଇଗଲା ।

ଏହା ପରେ ତାଙ୍କୁ ବଲୀଉଡରେ ଭଲ ପରିଚୟ ମିଳିବାକୁ ଲାଗିଲା । ଅର୍ଥାତ ବ୍ରେଅକପ ପରେ ତାଙ୍କର କ୍ୟାରିୟରରେ କିଛି ନୂତନତା ଆସିଲା । କିଛି ଦିନ ଗଲା ପରେ ତାଙ୍କୁ ବହୁତ ଭଲ ଭଲ ଫିଲ୍ମର ଅଫର ମିଳିବାକୁ ଲାଗିଲା । କହିବାକୁ ଗଲେ ତାଙ୍କ କିସ୍ମତ ଫିଟିଗଲା ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।