୧୨ ବର୍ଷ ପୂର୍ବେ ସିରିଏଲ “ଉତରନ” ରୁ ଫେମସ ହୋଇଥିବା ବୀର ଓ ଇଚ୍ଛା ଙ୍କ ଯୋଡି ଆଜି ଏତେ ବର୍ଷ ପରେ ଦେଖା ଯାଆନ୍ତି କିଛି ଏମିତି…

ନମସ୍କାର ବନ୍ଧୁଗଣ ଆଜି କାଲି ଅଧିକାଂଶ ଲୋକ ମାନେ ସିନେମା ଅପେକ୍ଷା ଛୋଟ ପରଦାରେ ଧାରା ବାହିକ ଗୁଡିକ ଦେଖିବାକୁ ଅଧିକ ପସନ୍ଦ କରୁଛନ୍ତି। ନିଜ ମନ ପସନ୍ଦର ଧାରାବାହିକ ଦେଖିବା ପାଇଁ ଘରର ମହିଳା ମାନେ ନିଜର ସମସ୍ତ କାମ କୁ ଅତି ଶୀଘ୍ର ସାରି ଟିଭି ଆଗରେ ବସି ଯାଆନ୍ତି। ଏବଂ ନିଜ ପସନ୍ଦର ଧାରାବାହିକ ର ସମୟ ରେ ସେ କୌଣସି ଅନ୍ୟ ଜିନିଷ ଶୁଣିବା ଏବଂ ଦେଖିବା ଅବସ୍ଥାରେ ମଧ୍ୟ ନଥାନ୍ତି। ଏବଂ ଏବେ ଶାଶୂ ବୋହୁ ଡ୍ରାମା ପ୍ରେମ ଆଦି ବିଷୟରେ ଆଧାରିତ ଏହି ଧାରାବାହିକ ଗୁଡିକ ଅନେକ ଚ୍ୟାନେଲ ରେ ଅନେକ ଧାରାବାହିକ ବର୍ତ୍ତମାନ ଦେଖିବାକୁ ମିଳୁଛି।

ସେହି ପରି କଲରସ ଚ୍ୟାନେଲ ରେ ଦେଉଥିବା ଧାରାବାହିକ ଉତ୍ତରନ ମଧ୍ୟ ଅନ୍ୟତମ। ଏହି ଧାରାବାହିକ ଟି ଅଧିକ ଲୋକ ମାନଙ୍କ ର ପ୍ରିୟ ହୋଇ ପାରିଥିଲା। ଏବଂ ଅନେକ ପ୍ରସିଦ୍ଧି ମଧ୍ୟ ଲାଭ କରିଥିଲା। ଏହି ଧାରାବାହିକ ରେ ଅଭିନୟ କରିଥିବା ପ୍ରତ୍ୟେକ କଳାକାର ଅତି ଲୋକପ୍ରିୟ ପାତ୍ର ଥିଲେ। ସେଥି ମଧ୍ୟ ରୁ ଇଚ୍ଛା ଏବଂ ବୀର ଚରିତ୍ର ରେ ଅଭିନୟ କରିଥିବା ମୁଖ୍ୟ ନାୟକ ନାୟିକା ଙ୍କ ଯୋଡିକୁ ଲୋକମାନେ ଖୁବ ପସନ୍ଦ କରୁଥିଲେ।

ସେମାନଙ୍କ ଭିତରେ ଥିବା କେମେଷ୍ଟ୍ରୀ କୁ ମଧ୍ୟ ଲୋକମାନେ ପସନ୍ଦ କରୁଥିଲେ। ଏବଂ ସେମାନଙ୍କ ସୁନ୍ଦର ଅଭିନୟ ଯୋଗୁଁ ଏହି ଧାରାବାହିକ ଟି ଏକ ସଫଳ ଧାରାବାହିକ ରୂପେ ଗଢି ଉଠିଥିଲା। ତେବେ ବର୍ତ୍ତମାନ ଏହି ଯୋଡି କିପରି ଅଛନ୍ତି ଏବଂ କଣ କରୁଛନ୍ତି ଚାଲନ୍ତୁ ସେ ବିଷୟରେ ଜାଣିନେବା ଏବଂ ସେମାନଙ୍କ ଜୀଵନ ଶୈଳୀ ବିଷୟରେ ମଧ୍ୟ କିଛି ଆଲୋଚନା କରିନେବା।

ତେବେ ଆସନ୍ତୁ ଏହି ଲୋକପ୍ରିୟ ଯୋଡି ଙ୍କ ବିଷୟରେ ଜାଣିନେବା। ଉତ୍ତରନ ଧାରାବାହିକ କୁ ବାର ବର୍ଷ ହୋଇ ଗଲାଣି। ଏହି ଧାରାବାହିକ ରେ ଇଚ୍ଛା ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ଙ୍କ ପୁରା ନାମ ହେଉଛି ଟିନା ଦତ୍ତା। ତାଙ୍କ ଜନ୍ମ ୨୭ ନଭେମ୍ବର ୧୯୯୧ ମସିହାରେ କୋଲକତା ସହରରେ ହୋଇଥିଲା। ଏବଂ ତାଙ୍କ ସମସ୍ତ ପାଠ ପଢା ମଧ୍ୟ ସେହି ଠାରେ ହିଁ ସମ୍ପୂର୍ଣ୍ଣ କରିଥିଲେ। ସେ ନିଜର ଅଭିନୟ କ୍ୟାରିଅର ଏକ ବଙ୍ଗାଳୀ ସିନେମା ରୁ ଆରମ୍ଭ କରିଥିଲେ। ପରେ ସେ ୨୦୦୫ ରେ ବଲିଉଡ ସିନେମା ପରିଣତି ରେ ମଧ୍ୟ କାମ କରିଥିଲେ।

ଏବଂ ସେଥିରେ ଏତେ ସଫଳତା ନ ମିଳିବା ଯୋଗୁଁ ସେ ଟିଭି ଜଗତରେ ୨୦୦୯ ରେ ଉତ୍ତରନ ଧାରାବାହିକ ଜରିଆରେ ଆସିଥିଲେ। ଏବଂ ଏଠାରେ ତାଙ୍କୁ ବହୁତ ସଫଳତା ମିଳିଥିଲା। ଏବଂ ଏହି ଧାରାବାହିକ ପରେ ତାଙ୍କୁ କୌଣସି ପରିଚୟ ର ମଧ୍ୟ ଆବଶ୍ୟକତା ନଥିଲା। ଏବଂ ନିଜ ଅଭିନୟ ରେ ଦର୍ଶକ ମାନଙ୍କ ହୃଦୟ ରେ ଘର କରି ପାରିଥିଲେ।

ଏବଂ ଏବେ ମଧ୍ୟ ସେ ନିଜର ଅଭିନୟ କୁ ଜାରି ରଖିଛନ୍ତି ଏବଂ ଅନେକ ଧାରାବାହିକ ରେ କାମ କରୁଛନ୍ତି। ଏବଂ ଏହି ଧାରାବାହିକ ରେ ବୀର ଭୂମିକା ରେ ଅଭିନୟ କରିଥିବା ଅଭିନେତା ଙ୍କ ପୁରା ନାମ ହେଉଛି ନନ୍ଦୀଶ ସନ୍ଧୁ। ତାଙ୍କ ଜନ୍ମ ୨୫ ଡିସେମ୍ବର ୧୯୮୧ ମସିହାରେ ମୁମ୍ବାଇ ରେ ହୋଇଥିଲା ଏବଂ ତାଙ୍କ ର ସମସ୍ତ ପାଠ ପଢା ମଧ୍ୟ ଏହି ଠାରେ ସମ୍ପୂର୍ଣ୍ଣ ହୋଇଥିଲା।

ସେ ନିଜର କ୍ୟାରିଅର ୨୦୦୭ ମସିହାରେ ଆସିଥିବା ଧାରାବାହିକ କସ୍ତୁରୀ ରୁ ଆରମ୍ଭ କରିଥିଲେ। ଏବଂ ଏହା ପରେ ସେ ଆହୁରି ଅନେକ ଧାରାବାହିକ ରେ ଅଭିନୟ କରି ସଫଳତା ହାସଲ କରିଥିଲେ। ଏବଂ ଏବେ ମଧ୍ୟ ସେ ନିଜର ଅଭିନୟ କ୍ୟାରିଅର ଜାରି ରଖିଛନ୍ତି। ଉତ୍ତରନ ଧାରାବାହିକ ରେ ଥିବା ଏହି ସଫଳ ଏବଂ ଲୋକପ୍ରିୟ ଯୋଡି ଆଜି ପର୍ଯ୍ୟନ୍ତ ମଧ୍ୟ ସମସ୍ତ ଙ୍କ ହୃଦୟ ରେ ବାସ କରିଛନ୍ତି।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।