ହସ୍ପିଟାଲ ବାହାରେ ମିଳିଥିଲା କାନ୍ଦୁଥିବା ଅଜଣା ଶିଶୁକନ୍ୟା, ପୋଲିସ ଯୋଡା କଲେ ଏମିତି କାମ, ଆଉ ତା ପରେ…

ପୋଲିସର କାମ ଅପରାଧୀକୁ ଧରିବା । କିନ୍ତୁ ଯେବେ କୌଣସି ପୋଲିସ ଭୁଲ କାମ କରୁଥିବାର କ୍ୟାମେରାରେ ଧରାପଡେ ତେବେ ସେହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ଓ ଏମିତି କିଛି ଭ୍ରଷ୍ଟ ପୋଲିସଙ୍କ ପାଇଁ ସବୁ ପୋଲିସଙ୍କୁ ବଦନାମ ହେବାକୁ ପଡିଥାଏ ଯାହା ବହୁତ ଭୁଲ ଅଟେ । ଏମତି ନୁହେଁ କି ଆମ ଦେଶରେ କର୍ତ୍ତବ୍ୟନିଷ୍ଟ ଓ ସଚ୍ଚୋଟ ପୋଲିସ ବାଲା ନାହାଁନ୍ତି । ଆଜି ଆମେ ଆପଣଙ୍କୁ ଏକ ପୋଲିସବାଲା ବିଷୟରେ ଏମିତି ଏକ ଖବର ଜଣାଇବୁ ଯାହାକୁ ପଢି ଆପଣଙ୍କ ହୃଦୟରେ ପୋଲିସ ପ୍ରତି ଆହୁରି ଇଜ୍ଜତ ବଢି ଯିବ ।

ମହିଳା କନଷ୍ଟେବଳ ଅଜଣା ଶିଶୁକନ୍ୟାକୁ ପିଆଇଲେ ନିଜର କ୍ଷୀର

ହାଇଦ୍ରାବାଦରେ ଗୋଟିଏ ଅଜଣା ଶିଶୁକନ୍ୟାକୁ ସାହାର୍ଯ୍ୟ କରି ପୋଲିସ ଯୋଡା ସମସ୍ତଙ୍କର ହୃଦୟ ଜିତିଛନ୍ତି । ଘଟଣା ହାଇଦ୍ରାବାଦର ଗୋଟିଏ ହସପିଟାଲର ଯାହାର ବାହାରେ ଗୋଟିଏ ବ୍ୟକ୍ତିକୁ ଏକ ଶିଶୁକନ୍ୟା ମିଳିଥିଲା ଯିଏ ଭୋକରେ କାନ୍ଦୁଥିଲା । ସେହି ଛୋଟ ଝିଅକୁ ଏହି ଅବସ୍ଥାରେ ଦେଖି ସେହି ଲୋକଜଣକ ତୁରନ୍ତ ତାକୁ ପୋଲିସ ଷ୍ଟେସନରେ ପହଞ୍ଚାଇଲେ ।

ପୋଲିସ ଷ୍ଟେସନରେ ଥିବା ପୋଲିସ ନିଜର କନଷ୍ଟେବଳ ପତ୍ନୀଙ୍କୁ ଅନ୍ୟ ଥାନାରୁ ନିଜ ଥାନାକୁ ଡକାଇଲେ ଓ ସେହି ଝିଅକୁ କ୍ଷୀର ପିଆଇଥିଲେ । ଯେବେ ଏହି କଥା ପୋଲିସ କମିଶନର ଜାଣିଲେ ପୋଲିସ ଯୋଡାର ବହୁତ ପ୍ରଶଂସା କଲେ ଓ ସମ୍ମାନିତ ମଧ୍ୟ କଲେ । ଯେବେ ଏହି କଥା ସୋସିଆଲ ମିଡିଆରେ ଆସିଲା ଏହା ବହୁତ ଭାଇରାଲ ହୋଇଥିଲା ।

ମିଳିଥିବା ଖବର ଅନୁସାରେ ମହମ୍ମଦ ଇରଫାନ ନାମର ଏକ ଯୁବକ ସେଠାର ଏକ ସ୍ଥାନୀୟ ହସ୍ପିଟାଲ ବାହାରେ ଠିଆ ହୋଇଥିଲା। ଠିକ ସେତିକିବେଳେ ଗୋଟିଏ ସ୍ତ୍ରୀଲୋକ ଗୋଟେ ଛୋଟ ଶିଶୁକନ୍ୟାକୁ ଆଣି ଆସିଲା ଓ ମୋହମ୍ମଦଙ୍କୁ କହିଲା କିଛି ସମୟ ପାଇଁ ପିଲାଟି ଉପରେ ନଜର ରଖିବେ ସେ ସଙ୍ଗେ ସଙ୍ଗେ ଫେରି ଆସିବ । କିନ୍ତୁ ବହୁତ ସମୟ ବିତିଯିବା ପରେ ମଧ୍ୟ ସେହି ମହିଳା ଜଣକ ଫେରି ନ ଥିଲେ ଓ କିଛି ସମୟ ପରେ ସେହି ପିଲାଟି କାନ୍ଦିବାକୁ ଲାଗିଲା ।

ଏମିତିରେ ମୋହମ୍ମଦ ଇରଫାନ ସେହି ଛୋଟ ଶିଶୁ କନ୍ୟାକୁ ଅଫଜଲଗଞ୍ଜ ପୋଲିସ ଷ୍ଟେସନରେ ପହଞ୍ଚାଇଲେ । ପୋଲିସ ଝିଅଟିକୁ କ୍ଷୀର ପିଆଇବାକୁ ଚେଷ୍ଠା କରିଥିଲେ କିନ୍ତୁ ସେ ପିଇନଥିଲା । ଯାହା ପରେ ରବିନ୍ଦ୍ର ନାମକ କନଷ୍ଟେବଳ ନିଜର ପତ୍ନୀ ପ୍ରିୟଙ୍କାଙ୍କୁ କ୍ଷୀର ପିଆଇବା ପାଇଁ ଥାନାକୁ ଡାକିଲେ । ଯେତେବେଳେ କନଷ୍ଟେବଳ ପ୍ରିୟଙ୍କା ନିଜ କୋଳରେ ନେଇ ଶିଶୁକନ୍ୟାକୁ କ୍ଷୀର ପିଆଇଥିଲେ ତାର କାନ୍ଦ ବନ୍ଦ ହୋଇ ଯାଇଥିଲା ।

ପୋଲିସ ତଦନ୍ତ କରି ତାର ମାକୁ ଶିଶୁକନ୍ୟାଟିକୁ ଦେଇଥିଲେ

ପରେ ପିଲାଟିକୁ ପେଟଲବୁର୍ଜ ହସ୍ପିଟାଲରେ ଭର୍ତ୍ତି କରିଥିଲେ ଓ ପୋଲିସ ଶିଶୁଟିର ଘରଲୋକଙ୍କ ତଦନ୍ତ କରିବାରେ ଲାଗି ପଡିଲା । ଯେତେବେଳେ ପୋଲିସକୁ ଗୋଟିଏ ଶିଶୁ ହଜିଯାଇଥିବା ଦୁଃଖରେ ମହିଳା କାନ୍ଦୁଥିବାର ସୂଚନା ମିଳିଲା ସେଠାରେ ପୋଲିସ ଯାଇ ପହଞ୍ଚିଲା ଓ ତଦନ୍ତ କରିଥିଲା । ତଦନ୍ତରୁ ଜଣା ପଡିଲା କି ଶିଶୁଟି ସେହି ମହିଳାଙ୍କର ଥିଲା ଓ ତା ପରେ ପୋଲିସ ଶିଶୁଟିକୁ ତାଙ୍କୁ ଦେଇଥିଲା । ଏହା ପରେ ସେହି ପୋଲିସ ଜୋଡାର ବହୁତ ପ୍ରଶଂସା ହେଉଛି ।

ଏହି ଘଟଣାରୁ ଗୋଟିଏ କଥା ନିଶ୍ଚୟ ପ୍ରମାଣିତ ହୁଏ କି ସମାଜରେ ମାନବିକତା ଏବେ ବି ଅଛି । ଯଦି ଆପଣଙ୍କୁ ଏହି ଖବର ଭଲ ଲାଗିଲା ତେବେ ଏହି ପୋଲିସ ଯୋଡା ପାଇଁ ଗୋଟିଏ ସେୟାର ନିଶ୍ଚୟ କରନ୍ତୁ ।