ସାରା ଅଲୀ ଖାନ କରିଲେ ଏବେ ପର୍ଯ୍ୟନ୍ତ ସବୁଠୁ ବଡ ଖୁଲାସା, କହିଲେ – ଯେତେବେଳେ ପାପା ତୈମୂରର ଧ୍ୟାନ ରଖନ୍ତି ତ ମତେ…

ଦୁଇଟି ହିଟ ଫିଲ୍ମ ଦେବା ପରେ ସାରା ଅଲୀ ଖାନ ବଲୀଉଡର ବଡ ଅଭିନେତ୍ରୀ ହୋଇଯାଇଛନ୍ତି । ବର୍ତ୍ତମାନ ରିଲିଜ ହୋଇଥିବା ତାଙ୍କର ଫିଲ୍ମ “କେଦାରନାଥ” ବକ୍ସ ଅଫିସରେ ସୁପରହିଟ ପ୍ରମାଣିତ ହୋଇଛି । ଏହା ପରେ ତାଙ୍କର ଅନ୍ୟତମ ଫିଲ୍ମ “ସିମ୍ବା” ବି ୨୮ ଡିସେମ୍ବରରେ ପରଦାକୁ ଆସିଥିଲା । ଏବଂ ଏହି ଫିଲ୍ମ ବି ଦେଖୁ ଦେଖୁ ୨୦୦ କୋଟି କ୍ଲବରେ ପ୍ରବେଶ କରିସାରିଛି । ସାରା ଅଲୀ ଖାନଙ୍କୁ ସୁନ୍ଦରତା ତାଙ୍କ ପୂର୍ବଜଙ୍କ ଠାରୁ ମିଳିଛି ।

ସେ ଦେଖିବାକୁ ଯେତେ ସୁନ୍ଦର ଓ ସେତିକି ହୃଦୟରୁ ବି ନିର୍ମଳ ଅଟନ୍ତି । ସେ ନିଜର ଇଣ୍ଟରଭ୍ୟୁ ଏତେ ସୁନ୍ଦରତାର ସହିତ ଦିଅନ୍ତି କି ଲୋକମାନେ ତାଙ୍କର ଇଣ୍ଟରଭ୍ୟୁକୁ ଦେଖି ବହୁତ ଖୁସି ହୋଇଯାଆନ୍ତି କହୁଛନ୍ତି କି ସେ ଏକ ଭଲ ଅଭିନେତ୍ରୀ ହୋଇ ପାରିବେ । ବର୍ତ୍ତମାନ ଏକ ଇଣ୍ଟରଭ୍ୟୁରେ ସାରା ନିଜ ଜୀବନ ସହିତ ଜଡିତ କିଛି ମହତ୍ଵ ପୂର୍ଣ୍ଣ କଥା ବିଷୟରେ କହିଛନ୍ତି । ଚାଲନ୍ତୁ ଦେଖିବା ଆପଣଙ୍କ ପାଇଁ ଆମର ଏହି ଲେଖାରେ କଣ ଅଛି ?

ତୈମୂରକୁ ନେଇ କୁହନ୍ତି ଏହି କଥା

କହିଦେଉଛୁ କି, ସାରାଙ୍କୁ ପଚରାଯାଇଥିଲା କି ତାଙ୍କର ବାପା ସୈଫ ଅଲୀ ଖାନ ତୈମୂରଙ୍କ ସହିତ ଅଧିକ ସମୟ ବ୍ୟତିତ କରିଥାନ୍ତି ଓ ତାଙ୍କର ଅଧିକ ଧ୍ୟାନ ରଖନ୍ତି ତେବେ ଆପଣଙ୍କୁ ଈର୍ଷା ହୁଏ ନାହିଁ ? ଏହା ଉପରେ ସାରା କହିଲେ କି, “ବିଲକୁଲ ନୁହେଁ, ସେ ମୋର ଛୋଟ ଭାଇ ଅଟେ । ମୋତେ କାହିଁକି ତାହା ଉପରେ ଈର୍ଷା ହେବ ?

ଯେତେବେଳେ ମୋର ପିତା ଆମ ସହିତ ରୁହନ୍ତି ତେବେ ସେ ଆମର ପୁରା ଯତ୍ନ ରଖନ୍ତି ଏବଂ ସେ ଯେତେବେଳେ ଆମ ପାଖରେ ରୁହନ୍ତି ନାହିଁ ସେତେବେଳେ ବି ସେ ମୋର ପୁରାପୁରି ଯତ୍ନ ନିଅନ୍ତି । ମୋର ବାପା ମୋତେ ଏବଂ ମୋ ଭାଇଙ୍କୁ କେବେ ବି ଅଲଗା ଦେଖି ନାହାନ୍ତି ।“

ସଚ୍ଚୋଟ ହେବା ଦ୍ଵାରା ଆସିଥାଏ ଆତ୍ମବିଶ୍ଵାସ

କହିଦେଉଛୁ କି, ବର୍ତ୍ତମାନ ସାରାଙ୍କର ଜେଜେମା ଶର୍ମିଲା ଟ୍ୟାଗୋର କହିଛନ୍ତି କି, “ଅଳ୍ପ ବୟସରେ ହିଁ ସାରା ଆତ୍ମବିଶ୍ଵାସରେ ଭରପୁର ଅଛନ୍ତି” । ଯେତବେଳେ ସାରାଙ୍କୁ ଏହି ବିଷୟରେ ପଚରାଗାଲା ତେବେ ସେ କହିଲେ କି, “ମୋତେ ଲାଗୁଛି କି ଆତ୍ମବିଶ୍ଵାସ ସଚ୍ଚୋଟ ହେବା ଦ୍ଵାରା ଆସିଥାଏ । ଯେଉଁ ଲୋକମାନେ ମିଛ କହିବାରେ ମାହିର ଅଟନ୍ତି ତାଙ୍କୁ ମିଛ କହିବାକୁ ଦିଅନ୍ତୁ କିନ୍ତୁ ମୁଁ ମିଛ କହି ପାରେ ନାହିଁ ।“

କୋଲଂବିୟା ଯୂନିବର୍ସିଟି

ଯେତେବେଳେ ତାଙ୍କୁ ପଚରାଗଲା କି ସେ ଯଦି ଅଭିନେତ୍ରୀ ହେବାକୁ ଚାହୁଁଥିଲେ ତେବେ କୋଲଂବିୟା ଯୂନିବର୍ସିଟିକୁ କାହିଁକି ଯାଇଥିଲେ ? ଏହା ଉପରେ ସାରା ଉତ୍ତର ଦେଲେ କି, “ଶିକ୍ଷା ତାଙ୍କ ପାଇଁ ଚାକିରି କରିବା ଜରିଆ ନଥିଲା । ଶିକ୍ଷା ଆପଣଙ୍କୁ ଆତ୍ମବିଶ୍ଵାସ ଦେଇଥାଏ ଏବଂ ଆପଣଙ୍କର ମନକୁ ମଜବୁତ କରିଥାଏ । ଏହା ଜୀବନକୁ ଏକ ନୂଆ ଦିଗ ପ୍ରଦାନ କରିଥାଏ ।“

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।