Katrina-Vicky ଙ୍କ ବିବାହ ପରେ କଣ ହେବ Salman Khan ଙ୍କ ଅବସ୍ଥା ? ଦେଖନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା Funny ମିମ୍ସ

କ୍ୟାଟ୍ରିନା କେଫ ଓ ବିକି କୌଶଳଙ୍କ ବିବାହ ଫଟୋ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଓ ସବୁ ନ୍ୟୁଜ ଚ୍ୟାନେଲରେ ଘୁରି ବୁଲୁଛି । ଦୁଇ ଜଣ ରାଜସ୍ଥାନର ସାବାଈ ମାଧୋପୁର ଜିଲ୍ଲାର ବରବାଡ଼ାର ବରବାଡ଼ା ଫୋର୍ଟର ସିକ୍ସ ସେଂସ ରିଜର୍ଟରେ ବିବାହ କରିସାରିଛନ୍ତି । ୭ ଡିସେମ୍ବରରୁ ସଙ୍ଗୀତ ସେରେମନୀରୁ ବିବାହ ଆରମ୍ଭ ହୋଇଥିଲା । ୮ ଡିସେମ୍ବରକୁ ମେହେନ୍ଦି କାର୍ଯ୍ୟକ୍ରମ ଓ ୯ ତାରିଖ ଦିନ କ୍ୟାଟ୍ରିନା ଏବଂ ବିକିଙ୍କ ବିବାହ ହୋଇଛି ।

କ୍ୟାଟ୍ରିନା ଓ ବିକିଙ୍କ ବିବାହ ବହୁତ ହିଁ ଶାହି ଅନ୍ଦାଜରେ ହୋଇଛି । ଏହା ସତ୍ବେ ବିବାହରେ ମାତ୍ର ୧୨୦ ଜଣ ଅତିଥି ଆସିଛନ୍ତି । ସବୁଠୁ ଆଶ୍ଚର୍ଯ୍ୟ କର କଥା ଏହା ଅଟେ କି କ୍ୟାଟ୍ରିନା ନିଜ ବିବାହରେ ସଲମାନ ଖାନଙ୍କୁ ନିମନ୍ତ୍ରଣ କରି ନାହାନ୍ତି । ଯେତେବେଳେ କି ତାଙ୍କ ବିବାହର ସୁରକ୍ଷାର ଦାୟିତ୍ଵ ସଲମାନ ଖାନଙ୍କ ବଡିଗାର୍ଡ ଶେରାଙ୍କ ଟିମ ସମ୍ଭାଳି ଥିଲେ ।

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ସଲମାନ ଖାନ ଓ କ୍ୟାଟ୍ରିନା କେଫ ଗୋଟିଏ ସମୟ ରିଲେଶନଶିପରେ ଥିଲେ । ଦୁଇ ଜଣଙ୍କ ଯୋଡି ସବୁବେଳେ ସୋସିଆଲ ମିଡିଆରେ ଛାଇ ରହୁଥିଲା । ଏହା ଛଡା ଦୁଇ ଜଣଙ୍କ ବିବାହର ଖବର ବି ସାମ୍ନାକୁ ଆସିଥିଲା । କିନ୍ତୁ ଏହା ସତ୍ବେ ବି ଦୁଇ ଜଣଙ୍କ ବେକଅପ ହୋଇଗଲା । ବ୍ରେକଅପ ପରେ ସଲମାନ ଓ କ୍ୟାଟ୍ରିନା ଭଲ ବନ୍ଧୁ ହୋଇ ଥିଲେ । ଦୁଇ ଜଣ ଅଲଗା ହେବା ସତ୍ବେ ବି ଫିଲ୍ମ କରୁଥିଲେ ।

ଯେତେବେଳେ ନିଜର ପୂର୍ବ ଗର୍ଲଫ୍ରେନ୍ଡର ବିବାହ ହୋଇଥାଏ ତେବେ ହୃଦୟରେ କଣ ବିଚାର ଆସିଥାଏ ଏହା ପ୍ରାୟତଃ ସମସ୍ତଙ୍କୁ ଜଣା । ସୋସିଆଲ ମିଡିଆରେ ସଲମାନ ଖାନଙ୍କୁ ନେଇ ମିମ୍ସ ଶେୟାର କରା ଯାଉଛି । ସମସ୍ତ ସଲମାନ ଓ କ୍ୟାଟ୍ରିନାଙ୍କ ବିବାହକୁ ନେଇ ମଜାଦାର ମିମ୍ସ କରୁଛନ୍ତି । ଏହା ଲୋକମାନଙ୍କୁ ବହୁତ ମନୋରଞ୍ଜନ ବି କରୁଛି । ଚଲାନ୍ତୁ ଜାଣିବା ସେହି ମିମ୍ସ ବିଷୟରେ ।

ରାଁଝନା ଫିଲ୍ମର ଗୋଟିଏ ଡାଇଲଗ ଅଛି । କି ‘ମୋହଲ୍ଲେ କେ ଲୌଂଡୋଂ କା ପ୍ୟାର ଅକ୍ସର ଡକ୍ଟର – ଇଞ୍ଜିନିୟରିଂର ଲେ ଜାତେ ହୈଂ’ । ଏହା ଉପରେ ଜଣେ ମିମ୍ସ କରିଛି । ଯେଉଁଥିରେ କ୍ୟାଟ୍ରିନା ପୂର୍ବ ପ୍ରେମୀ ସଲମାନ ଖାନ ଓ ରଣବୀର କପୁରଙ୍କୁ ସାହି ପିଲା କୁହାଯାଉଛି, ଯେତେବେଳେ କି ବିକି କୌଶଳଙ୍କୁ ଡାକ୍ତର – ଇଞ୍ଜିନିୟର କୁହାଯାଉଛି । କହିବାକୁ ଗଲେ ବିକି ଅସଲ ଜୀବନରେ ଇଞ୍ଜିନିୟରିଂ କଲଜେରେ ପଢି ସାରିଛନ୍ତି ।

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି ସଲମାନଙ୍କୁ କ୍ୟାଟ୍ରିନା ଓ ବିକିଙ୍କ ବିବାହର ନିମନ୍ତ୍ରଣ ମିଳି ନାହିଁ । ଏହି ସଲମାନ, ଅରବାଜ, ସୋହେଲ ଓ ଅର୍ପିତା କ୍ୟାଟ୍ରିନାର ବିବାହରେ ଲୁଚି ଛପି ଯିବାର ପ୍ଳାନ କରୁଛନ୍ତି ।

ସଲମାନ ଖାନ କଳା ହରିଣ ଶିକାର ମାମଲାରେ ବଦନାମ ଅଛନ୍ତି । ଜଣେ ବ୍ୟକ୍ତି କଳା ହରିଣର ଫଟୋ ଦେଇ ତା ଆଡୁ କ୍ୟାଟ୍ରିନା ଓ ବିକିକୁ ଧନ୍ୟବାଦ କହିଛି । କାରଣ ସେମାନେ ସଲମାନଙ୍କୁ ରାଜସ୍ଥାନ ଡାକି ନାହାନ୍ତି । ଅର୍ଥାତ ହରିଣର ଜୀବନ ବଞ୍ଚି ଗଲା ।