ମିଥୁନ ଓ ଶ୍ରୀଦେବୀଙ୍କ ଜୀବନ ସହ ଜଡିତ ୧୦ଟି କଥା ଯାହା ଆଗରୁ କେବେ ସୂନୀ ନଥିବେ, ନଂ 1ତ ଆଶ୍ଚର୍ଯ୍ୟ କରିଦେବ ଆପଣଙ୍କୁ

ନିଜର ସୁନ୍ଦରତା ଓ ଅଭିନୟ ଦ୍ଵାରା କୋଟି କୋଟି ଦର୍ଶକମାନଙ୍କ ହୃଦୟ ଜିତି ଥିବା ଅଭିନେତ୍ରୀ ଶ୍ରୀଦେବୀ ବର୍ତ୍ତମାନ ଆମ ଗହଣରେ ଆଉ ନାହାନ୍ତି । ତାଙ୍କର ୨୪ ଫେବ୍ରୁୟାରୀ ୨୦୧୮ରେ ମୃତ୍ୟୁ ହୋଇଥିଲା । ସେ ସେତେବେଳେ ମାତ୍ର ୫୪ ବର୍ଷର ଥିଲେ । ଆପଣଙ୍କୁ କହିଦେଉଛୁ କି ସେ ନିଜ ଜୀବନର ୫୦ ବର୍ଷ ବଲୀଉଡ ଇଣ୍ଡଷ୍ଟ୍ରି ସହ ଜଡିତ ଥିଲେ । ଅର୍ଥାତ ୪ ବର୍ଷରୁ ହିଁ ସେ ଚଳଚିତ୍ର ଜଗତରେ ପାଦ ରଖିଥିଲେ । ଏମିତି କିଛି ରୋଚକପୂର୍ଣ ବିଷୟ ଅଛି ଯାହା ଆପଣମାନେ ଜାଣି ନାହାନ୍ତି, ଆଜି ଆମେ ଆପଣଙ୍କୁ ସେହି ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ।

ଆପଣଙ୍କୁ କହିଦେଉଛୁ କି ଏକ ଫିଲ୍ମରେ ଶ୍ରୀଦେବୀ ରଜନୀକାନ୍ତଙ୍କ ମାଙ୍କ ଅଭିନୟ କରିଥିଲେ । ଆପଣମାନେ ଏଥିରୁ ଅନୁମାନ କରିପାରୁ ଥିବେ କି ସେ କେତେ ପ୍ରତିଭାଶାଳୀ ଥିଲେ । ସେ ମାତ୍ର ୧୩ ବର୍ଷ ବୟସରେ ଏକ ଫିଲ୍ମରେ ରଜନୀକାନ୍ତଙ୍କ ସାବତ ମାଙ୍କ ଅଭିନୟ କରିଥିଲେ ।

ଶ୍ରୀଦେବୀ ଓ ଜୟାପ୍ରଦାଙ୍କ ମଧ୍ୟରେ ଏକ ଶୀତଳ ଯୁଧ୍ୟ ଥିଲା । ଯାହା ବିଷୟରେ ବହୁତ କମ ଲୋକମାନେ ଜାଣିଛନ୍ତି । ଶ୍ରୀଦେବୀ ନିଜ ସମୟରେ ଏକ ସଫଳ ଅଭିନେତ୍ରୀ ଥିଲେ ଓ ସେହି ସମୟରେ ଜୟାପ୍ରଦା ବି ବଲୀଉଡରେ ରାଜ କରୁଥିଲେ । ଏମିତିରେ ଶ୍ରୀଦେବୀ ଜୟାପ୍ରଦାଙ୍କୁ ନିଜର ଏକ ପ୍ରତିଦ୍ଵନ୍ଦୀ ମାନୁଥିଲେ । ସେଥିପାଇଁ ଏମାନଙ୍କ ମଧ୍ୟରେ ବିବାଦ ଚାଲି ଥିଲା । କିନ୍ତୁ ଏକ ଫିଲ୍ମର ଶୁଟିଙ୍ଗ ସମୟରେ ରାଜେସ ଖନା ଓ ଜିତେନ୍ଦ୍ର ଦୁଇ ଜଣଙ୍କୁ ଏକ ଘରେ ବନ୍ଦ କରିଦେଲେ । ସେମାନେ ଚିନ୍ତା କରିଥିଲେ କି ଏହିଭଳି କରିବା ଦ୍ଵାରା ସେମାନଙ୍କ ମଧ୍ୟରେ ଥିବା ଝଗଡା ସମାପ୍ତ ହୋଇଯିବ । କିନ୍ତୁ ଏହା ପରିବର୍ତ୍ତେ ଏମାନେ ପରସ୍ପର ସହ କଥା ହିଁ ହେଲା ନାହିଁ ।

ଶ୍ରୀଦେବୀ ଯେତେବେଳେ ଚଳଚିତ୍ରରେ କାମ କରିବା ଆରମ୍ଭ କରିଥିଲେ ତେବ ସେହି ସମୟରେ ସେ ଭଲ ଭାବରେ ହିନ୍ଦୀ କହିପାରୁ ନ ଥିଲେ । ସେଥିପାଇଁ ତାଙ୍କର ପ୍ରାୟତଃ ଚଳଚିତ୍ରକୁ ଡବିଙ୍ଗ କରାଯାଇଥିଲା । ଏହା ପରେ ସେ ଧୀରେ ଧୀରେ ନିଜର ଚଳଚିତ୍ରରେ ହିନ୍ଦୀ କହିବାକୁ ଚେଷ୍ଟା କଲେ । କିଛି ଚଳଚିତ୍ର କରିବା ପରେ ସେ ଭଲ ହିନ୍ଦୀ କହିବାକୁ ଲାଗିଲେ । ସେ କିଛି ଚଳଚିତ୍ରରେ ଗୀତ ମଧ୍ୟ ଗାଇଛନ୍ତି ।

କହିବାକୁ ଗଲେ ବଲିଉଡରେ ଏମିତି ବହୁତ କମ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବାପା ଓ ପୁଅ ଦୁଇ ଜଣଙ୍କ ସହ ରୋମାଂସ କରିଛନ୍ତି । ଏହି ଅଭିନେତ୍ରୀମାନଙ୍କ ମଧ୍ୟରେ ଶ୍ରୀଦେବୀ ମଧ୍ୟ ସାମିଲ ଅଛନ୍ତି । ଶ୍ରୀଦେବୀ ଧର୍ମେନ୍ଦ୍ର ଓ ତାଙ୍କ ପୁଅ ସନୀ ଦେଓଲ ଉଭୟଙ୍କ ସହ କାମ କରିଛନ୍ତି ।

ଏହା ଛଡା ଶ୍ରୀଦେବୀ ସବୁବେଳେ ନିଜର କାମ ପ୍ରତି ବହୁତ ସିରିୟସ ରହୁଥିଲେ । ଯେତେବେଳେ ସେ ଲଣ୍ଡନରେ କାମ କରୁଥିଲେ ସେତେବେଳେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଗଲା । ଏହା ପରେ ସେ ଲଣ୍ଡନରୁ ଭାରତକୁ ଆସିଲେ ଓ ନିଜ ବାପାଙ୍କ କ୍ରିୟା କର୍ମ ସାରି ପୁଣି ଥରେ ଲଣ୍ଡନ ଫେରିଯାଇ ସେ ଚଳଚିତ୍ରରେ ଶୁଟିଙ୍ଗ ଆରମ୍ଭ କରିଲେ । ଏହା ଛଡା ଅନ୍ୟ ଏକ ଫିଲ୍ମର ଶୁଟିଙ୍ଗ ସମୟରେ ତାଙ୍କର ଶରୀର ବହୁତ ଖରାପ ଥିବା ସତ୍ଯେ ବି ସେ ଶୁଟିଙ୍ଗ ପୁରା କରିଥିଲେ ।

ବଲୀଉଡ ଇଣ୍ଡଷ୍ଟ୍ରିରେ ଶ୍ରୀଦେବୀ ଜିତେନ୍ଦ୍ରଙ୍କ ଯୋଡି ହିଟ ଥିଲା । ଜିତେନ୍ଦ୍ରଙ୍କ ଶ୍ରୀଦେବୀ ୧୬ ଟି ଚଳଚିତ୍ର କରିଛନ୍ତି । ସେଥିରୁ ୧୧ଟି  ଚଳଚିତ୍ର ସୁପର ଦୁପର ହିଟ ହୋଇଛି । ଏହି କାରଣରୁ ସେ ନିଜ ସମୟରେ ସବୁଠୁ ଅଧିକ ଟଙ୍କା ନେଉଥିବା ଅଭିନେତ୍ରୀ ହୋଇ ଯାଇ ଥିଲେ ।

ଏହା ଛଡା ଆପଣଙ୍କୁ କହିଦେଉଛୁ କି ଶ୍ରୀଦେବୀଙ୍କ ନାମାରେ ପ୍ରଥମ ମହିଳା ସୁପର ଷ୍ଟାର ଟାଇଟେଲ ବି ଅଛି । ସେ ଯେଉଁ ସବୁ ଚଳଚିତ୍ର କରିଛନ୍ତି ପ୍ରାୟତଃ ହିଟ ହୋଇଛି । ସେ ବହୁତ ପୁରୁଣା ରେକର୍ଡ ମଧ୍ୟ କରିଛନ୍ତି ।

‘ବେଟା ଓ ବାଜିଗର’ ଚଳଚିତ୍ର ପାଇଁ ଶ୍ରୀଦେବୀଙ୍କୁ ପ୍ରଥମେ ଅଫର ଆସିଥିଲା । କିନ୍ତୁ କୌଣସି କାରଣରୁ ସେ ଏହି ଦୁଇଟି ଚଳଚିତ୍ର କରିବା ପାଇଁ ମନା କରି ଦେଇଥିଲେ ।

ଆପଣଙ୍କୁ କହିଦେଉଛୁ କି ଗୋଟିଏ ସମୟରେ ମିଥୁନ ଓ ଶ୍ରୀଦେବୀଙ୍କ ଅଫେୟାର ଚାଲି ଥିଲା । ଏହା ସହିତ ଏହା ବି ଶୁଣିବାକୁ ମିଳିଥିଲା କି ସେମାନେ ଲୁଚି ବିବାହ ମଧ୍ୟ କରି ସାରିଥିଲେ ଓ ପାଖାପାଖି ୩ ବର୍ଷ ପରସ୍ପର ସହ ରହିଥିଲେ । କିନ୍ତୁ କିଛି ଦିନ ପରେ ସେ ଦୁଇ ଜଣ ଅଲଗା ହୋଇଗଲେ ।

ଶ୍ରୀଦେବୀ ବୋନୀ କପୁରଙ୍କୁ ବାହା ହେବା ପୂର୍ବରୁ ଗର୍ଭବତୀ ହୋଇ ସାରିଥିଲେ । ୧୯୮୬ ରେ ଜଲ୍ଦି ଜଲ୍ଦି ବିବାହ ହୋଇଥିଲେ । ବିବାହର ୬ ମାସ ପରେ ସେ ଜାହ୍ନବୀ କପୁରଙ୍କୁ ଜନ୍ମ ଦେଇଥିଲେ । କିଛି ବର୍ଷ ପରେ ସେ ଅନ୍ୟ ଏକ ଝିଅକୁ ବୀ ଜନ୍ମ ଦେଇଥିଲେ । ତାଙ୍କର ନାମ ଖୁସି ଅଟେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।