ସାବଧାନ : ଏହି ୧୨ଟି କାମକଲେ ମିଳି ନଥାଏ ଭୋଲେନାଥଙ୍କ ଠାରୁ କ୍ଷମା, ଭୋଗିବାକୁ ପଡିଥାଏ ଗମ୍ଭୀର ପରିଣାମ… ଜାଣନ୍ତୁ

ଭଗବାନ ଶିବଙ୍କର କ୍ରୋଧ ବିଷୟରେ ସମସ୍ତେ ଜାଣିଛନ୍ତି । ଯେତେ ଜଲ୍ଦି ଭଗବାନ ଶିବ ପ୍ରସନ୍ନ ହୋଇଥାନ୍ତି ସେତିକି ଜଲ୍ଦି ସେ ବିନାଶ ବି କରି ଦିଅନ୍ତି । କୁହାଯାଏ କି କିଛି ବି ଭଲ କିମ୍ବା ଖରାପ କରନ୍ତୁ , ଭଗବାନଙ୍କ ଠାରୁ କିଛି ବି ଲୁଚି ରୁହେ ନାହିଁ । ମଣିଷକୁ ତାହାର କର୍ମ ହିସାବରେ ହିଁ ଫଳ ମିଳିଥାଏ । ଶିବପୁରାଣରେ କାର୍ଯ୍ୟ, କଥା – ବ୍ୟବହାର ଓ ଚିନ୍ତାଧାରା ସହ ସମ୍ବନ୍ଧିତ ୧୨ ଟି ପାପର ବର୍ଣ୍ଣନା କରା ଯାଇଛି ।

କୁହାଯାଇଛି କି ମନୁଷ୍ୟ ଯଦି ଏହା ମଧ୍ୟରୁ କୌଣସି ବି ପାପ କରିଥାଏ ତେବେ ସେ କେବେ ବି ସୁଖୀ ରହି ପାରେ ନାହିଁ । ଆଜି ଆମେ ଆପଣଙ୍କୁ ସେହି ୧୨ ଟି ପାପ ବିଷୟରେ କହିବାକୁ ଯାଉଛୁ ।

ଏହି ୧୨ ଟି ପାପରୁ ବଞ୍ଚିବା ଉଚିତ :

·    ବିବାହିତ ଲୋକମାନଙ୍କ ସହ କେବେ ବି ସମ୍ବନ୍ଧ ରଖିବା ଉଚିତ ନୁହେଁ । ତାଙ୍କୁ ପାଇବାର ଇଚ୍ଛା କିମ୍ବା ତାଙ୍କ ଉପରେ ଖରାପ ନଜର ରଖିବା ପାପ ବୋଲି କୁହା ଯାଇଛି ।

·    ଅନ୍ୟ ବ୍ୟକ୍ତିଙ୍କର ଧନ ଉପରେ ଖରାପ ନଜର ରଖିବା ଉଚିତ ନୁହେଁ । କୌଣସି ବି ବ୍ୟକ୍ତିଙ୍କର ଧନ – ସମ୍ପତିକୁ ନିଜର କରିବାକୁ ବି ପାପ ବୋଲି କୁହାଯାଏ ।

·    କୌଣସି ନିର୍ଦ୍ଦୋଷକୁ ଦୁଃଖ ପହଞ୍ଚାଇବାରୁ ନିଜକୁ ବଞ୍ଚାନ୍ତୁ । ତାହାକୁ କୌଣସି ପ୍ରକାର କଷ୍ଟ ଦେବା ଉଚିତ ନୁହେଁ ।

·    ସବୁବେଳେ ଭଲ ଏବଂ ସତ୍ୟତା ମାର୍ଗକୁ ବାଛନ୍ତୁ । ଖରାପ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ଭଗବାନ କେବେ ବି କ୍ଷମା କରନ୍ତି ନାହିଁ ।

·    କୌଣସି ମହିଳା ଯଦି ଗର୍ଭବତୀ ଅଛି କିମ୍ବା ସେ ନିଜର ମାସିକରେ ଅଛି, ତେବେ ତାଙ୍କୁ କୌଣସି ପ୍ରକାରର ଖରାପ ଶବ୍ଦ କହିବା କିମ୍ବା ତାଙ୍କୁ ଦୁଃଖ ଦେବା ଭଗବାନଙ୍କ ନଜରରେ ଏହା ଘୋର ଅପରାଧ ଅଟେ ।

·    କାହାକୁ କ୍ଷତି ପହଞ୍ଚାଇବା ବିଷୟରେ ଚିନ୍ତା କରିବା କିମ୍ବା ମିଛି କହିବା ବି ଛଳ-କପଟ ଶ୍ରେଣୀରେ ଆସିଥାଏ ।

·    ଆପଣ ଯଦି କାହାର ମାନ – ସମ୍ମାନ କିମ୍ବା ପ୍ରତିଷ୍ଠାକୁ ହାନି ପହଞ୍ଚାଉଛନ୍ତି ତେବେ ଭଗବାନ ଶିବଙ୍କ ଦୃଷ୍ଟିରେ ଏହା ବି ଏକ ଜଘନ୍ୟ ଅପରାଧ ଅଟେ ।

·    ଧର୍ମରେ ଯେଉଁ ଜିନିଷକୁ ଖାଇବା ପାଇଁ ମନା କାରାଯାଇଛି, ସେ ଗୁଡିକୁ ଖାଇବା ପାପ ଅଟେ ।

·    ଛୋଟ ପିଲା, ମହିଳା, ପଶୁ ପକ୍ଷୀମାନଙ୍କ ଉପରେ ହିଂସା କରିବା ଓ ଅସାମାଜିକ କାର୍ଯ୍ୟରେ ସାମିଲ ଥିବା ଲୋକମାନଙ୍କୁ ଭଗବାନ ଶିବ କେବେ ବି କ୍ଷମା କରନ୍ତି ନାହିଁ ।

·    ବ୍ରାହ୍ମଣ ଲୋକମାନଙ୍କର ଓ ମନ୍ଦିରର ସମ୍ପତିକୁ ଚୋରୀ କରିବା ବି ଅପରାଧ ଶ୍ରେଣୀଭୁକ୍ତ ଅଟେ ।

·    ମନୁଷ୍ୟଙ୍କୁ କେବେ ବି ନିଜର ମାତା – ପିତା, ଗୁରୁଜନମାନଙ୍କୁ ଅପମାନ କରିବା ଉଚିତ ନୁହେଁ । ତାଙ୍କର ଅପମାନ କରିବା ପାପ ସଙ୍ଗେ ସମାନ ଅଟେ ।

·    ନିଜ ଗୁରୁଙ୍କର ପତ୍ନୀ ସହ ସମ୍ବନ୍ଧ ରଖିବା, ମଦ ର ସେବନ କରିବା, କିମ୍ବା କୌଣସି ଦାନ କରିଥିବା ବସ୍ତୁକୁ ଫେରାଇ ଆଣିବା, ସମସ୍ତ କାମ ଘୋର ପାପ ଅଟେ । ଏହି ସମସ୍ତ କାମକୁ କରିବା ଠାରୁ ବଞ୍ଚନ୍ତୁ ଅନ୍ୟଥା ଭଗବାନ ଶିବ କେବେ ବି ଆପଣଙ୍କୁ କ୍ଷମା କରିବେ ନାହିଁ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।