Bollywood ର ହିରୋଇନ ଙ୍କ ଠାରୁ କିଛି କମ ନୁହଁନ୍ତି Bobby Deol ଙ୍କ ପତ୍ନୀ, ଥରେ ଦେଖିଲେ ଲାଖିଯିବ ନଜର

ହିନ୍ଦୀ ସିନେମାର ଜଣାଶୁଣା ଅଭିନେତା ବବି ଦେୱଲଙ୍କ ବିବାହକୁ ୨୫ ବର୍ଷ ପୁରୀ ଯାଇଛି । ଦିଗଜ ଅଭିନେତା ଧର୍ମେନ୍ଦ୍ରଙ୍କ ସାନ ପୁଅ ଓ ଶନି ଦେୱଲଙ୍କ ସାନ ଭାଇ ବବି ଦେୱଲ ୧୯୯୬ ମେ ୩୦ରେ ତାନ୍ୟା ଦେୱଲଙ୍କ ସହ ମାରେଜ କରିଥିଲେ । ବିବାହର ୨୫ତମ ଆନିବର୍ସରୀରେ ବବି ଦେୱଲ କିଛି ଖାସ ଅନ୍ଦାଜରେ ନିଜ ସ୍ତ୍ରୀଙ୍କୁ ଶୁଭକାମନା ଜଣାଇଛନ୍ତି ।

\ବବି ଦେୱାଲ ନିଜ ସୋସିଆଲ ଆକାଉଣ୍ଟରେ ନିଜ ସ୍ତ୍ରୀ ତାନ୍ୟାଙ୍କ ପାଇଁ କିଛି ଫୋଟୋ ଶେୟାର କରି କହିଛନ୍ତି ଯେ ” ତୁମେ ମୋର ହୃଦୟ, ମୋର ଆତ୍ମା, ମୋର ଦୁନିଆ, ମୁଁ ତୁମକୁ ସବୁଦିନ ପାଇଁ ଭଲ ପାଉଥିବି, ୨୫ତମ ବାର୍ଷିକ ବିବାହର ଶୁଭକାମନା” ।

ସୋସିଆଲ ମିଡିଆରେ ବବି ଦେୱଲ ନିଜର ଓ ତାନ୍ୟାଙ୍କର ମାରେଜ ଫୋଟୋ ଶେୟାର କରିଛନ୍ତି ଯାହା ତାଙ୍କ ଫ୍ୟାନ୍ସ ମାନଙ୍କୁ ବେଶ ପସନ୍ଦ ଆସିଛି । ତାଙ୍କ ଫ୍ୟାନ୍ସ ମାନେ ବବି ଦେୱାଲ ଓ ତାନ୍ୟାଙ୍କୁ ୨୫ତମ ବିବାହ ବାର୍ଷିକର ଶୁଭକାମନା ଜଣାଇଛନ୍ତି । ବବି ଦେୱଲ ନିଜ ମାରେଜର ୪ଟି ଫୋଟୋ ଶେୟାର କରିଛନ୍ତି ଯେଉଥିରେ ତାଙ୍କ ବିବାହର ୨ଟି ଫୋଟୋ ରହିଛି ।

 

View this post on Instagram

 

A post shared by Bobby Deol (@iambobbydeol)

 

ଅନ୍ୟ ଦୁଇ ଫୋଟୋରେ ଦୁହେଁ ରୋମାନ୍ସ କରିବାର ନଜର ଆସୁଛନ୍ତି । ତାନ୍ୟା ନିଜ ବିବାହର ଯୋଡାରେ ବହୁତ ସୁନ୍ଦର ଦେଖା ଯାଉଛନ୍ତି । ବବି ମଧ୍ୟ ନିଜ ମାରେଜରେ ବହୁତ ହ୍ୟାଣ୍ଡସମ ଦେଖା ଯାଉଛନ୍ତି । ତାଙ୍କର ଫୋଟୋ ସବୁକୁ ଫ୍ୟାନ୍ସ ମାନେ ଲାଇକ କରିବା ସହ କମେଣ୍ଟ ମଧ୍ୟ ଦେଉଛନ୍ତି । ଏହା ସହ ବଲିଉଡର ସୀତାରା ମାନେ ମଧ୍ୟ ବବି ଦେୱଲଙ୍କୁ ଶୁଭକାମନା ଜଣାଇଛନ୍ତି ।

ଅନେକ ସେଲିବ୍ରେଟି ମାନେ ଶୁଭକାମନା ଜଣାଇଛନ୍ତି : ଅଭିନେତ୍ରୀ ହୁମା କୁରେସି ଓ ପ୍ରୀତି ଜିନ୍ଟା ହାର୍ଟ ଇମୋଜି ସହ କମେଣ୍ଟ କରିଛନ୍ତି ଯେ “ହାପି ଆନିବର୍ସରୀ” । ଅଭିନେତା ଚଙ୍କି ପାଣ୍ଡେ କମେଣ୍ଟ କରି ଲେଖିଛନ୍ତି ଯେ “ପ୍ୟାରେ ବବି ଦେୱଲ ଓ ତାନ୍ୟା ଦେୱଲଙ୍କୁ ୨୫ତମ ଆନିବର୍ସରୀର ଶୁଭକାମନା” । ଭାରତର ପୂର୍ବ କ୍ରିକେଟର ସୁରେଶ ରାଏନା ମଧ୍ୟ “ହାପି ଆନିବର୍ସରୀ” କମେଣ୍ଟ କରିଛନ୍ତି ।

ବବି ଦେୱଲଙ୍କ ସ୍ତ୍ରୀ ତାନ୍ୟା ଦେୱଲ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ସେ ବଲିଉଡର ଅଭିନେତ୍ରୀ ମାନଙ୍କୁ ମଧ୍ୟ ସୁନ୍ଦରତା ପାଇଁ ଟକର ଦେଇଥାନ୍ତି । ସେ ଜଣେ ସଫଳ ବିଜନେସ ୱୋମ୍ୟାନ ଅଟନ୍ତି । ବବିଙ୍କ ଶାଶୁ ଓ ତାନ୍ୟାଙ୍କର ମା ଜଣେ ବିଜନେସ ୱୋମ୍ୟାନ ଅଟନ୍ତି । ଦୁହେଁ ଦୁଇ ପୁଅର ମାତା ପିତା ଅଟନ୍ତି । ତାଙ୍କ ପୁଅ ମାନଙ୍କର ନା ହେଉଛି ଆର୍ୟନ ଦେୱଲ ଓ ଧରମ ଦେୱଲ ଯାହାଙ୍କର ବୟସ ହେଉଛି ୨୧ ବର୍ଷ ଓ ୧୪ ବର୍ଷ । ତାନ୍ୟା ଇଣ୍ଟେରିୟର ଡିଜାଇନର ଭାବେ କାମ କରନ୍ତି ।

ତାନ୍ୟା ଦି ଗୁଡ ଅର୍ଥ ନାମରେ ଏକ ଫରନିଚର ଓ ହୋମ ଡେକୋରେଟର ଷ୍ଟୋର ଚଳାଇଥାନ୍ତି ଓ ଏହି ଫରନିଚର ବଲିଉଡର ଷ୍ଟାର ମାନଙ୍କର ଲୋକପ୍ରିୟ ଅଟେ । ତାନ୍ୟା ବଲିଉଡରେ ୨୦୦୫ରେ ଫିଲ୍ମ “ଜୁର୍ମ” ଓ ୨୦୦୭ରେ ଫିଲ୍ମ “ନହନେ ଜେସଲମେର” ରେ କନଷ୍ଟିଚ୍ୟୁମ ଡିଜାଇନର ଭାବେ କାମ କରିଥିଲେ । ତାନ୍ୟାଙ୍କ ସହ ଫିଲ୍ମ “ବରସାତ”ରେ ପ୍ରଥମ ଥର ବବିଙ୍କର ଭେଟ ହୋଇଥିଲା । ତାନ୍ୟା ବବିଙ୍କ ସହ ଅନେକ ସମୟରେ ଇଭେନ୍ତ୍ସରେ ନଜର ଆସିଥାନ୍ତି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଆର୍ଟିକଲଟି ପସନ୍ଦ ଆସିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।