ବନାରସ ସହରର ଗଳିରେ ନିଜ ମୁହଁ ଲୁଚାଇ ବୁଲୁଛନ୍ତି ଏହି ଅଭିନେତ୍ରୀ, ଗଙ୍ଗା ଆରତିରେ ମଧ୍ୟ ଆସିଲେ ନଜର

ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିବା ଷ୍ଟାରମାନେ ଏତେ ଫେମସ ଥାଆନ୍ତି କି ସେମାନେ ଯେଉଁଠିକୁ ବି ଯାଆନ୍ତି କ୍ୟାମେରା ତାଙ୍କ ପଛରେ ଥାଏ । କେତେ ଥର କ୍ୟାମେରା ସାମ୍ନାରୁ ବଞ୍ଚିବା ପାଇଁ ଏହି ଷ୍ଟାରମାନେ ନିଜ ମୁହଁକୁ ଲୁଚେଇଥାନ୍ତି । ଏହି ଭଳି ଜଣେ ଷ୍ଟାର କ୍ୟାମେରା ସାମ୍ନାରୁ ଲୁଚି ସାଙ୍ଗ ମାନଙ୍କ ସହ ବନାରସର ଗଳିରେ ବୁଲୁଥିବାର ନଜର ଆସିଛନ୍ତି । ଏହି ଆକ୍ଟ୍ରେସ୍ ଆଉ କେହି ନୁହଁନ୍ତି ଫେମସ ଅଭିନେତ୍ରୀ ଶ୍ରୀଦେବୀଙ୍କର ଝିଅ ଜାହ୍ନଭି କପୁର । ଆଜି କାଲି ଜାହ୍ନଭି ତାଙ୍କର ସାଙ୍ଗ ମାନଙ୍କ ସହ ବନାରସର ଗଳିରେ ବୁଲୁ ଥିବାର ଦେଖାଯାଇଛି ।

ଏହି କଥାର ସୂଚନା ଜାହ୍ନଭି ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଜାହ୍ନଭି ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ନିଜର କିଛି ଫଟୋ ସେୟାର କରିଛନ୍ତି । ସେହି ଫଟୋରେ ସେ ନିଜ ସାଙ୍ଗ ମାନଙ୍କ ସହ ନଜର ଆସୁଛନ୍ତି । ଏହା ଛଡା ଜାହ୍ନଭି ବନାରସର ଗଳିରେ ବୁଲୁଥିବାର ଫଟୋ ବାରମ୍ବାର ନିଜ ଇଂଷ୍ଟାଗ୍ରାମ ଷ୍ଟୋରିରେ ସେୟାର କରୁଛନ୍ତି ।

ବାନାରସ ରେ ଜାହ୍ନବୀ ଗଙ୍ଗା ଆରତୀରେ ମଧ୍ୟ ନଜର ଆସିଲେ । ଏହା ବ୍ୟତୀତ ଜାହ୍ନବୀ କପୁର ବନାରସ ରେ ରିକ୍ସା ରେ ବସି ବୁଲୁଛନ୍ତି ଓ ବନାରସ ର ସ୍ଵାଦିଷ୍ଟ ଖାଦ୍ୟର ସ୍ଵାଦ ମଧ୍ୟ ଚାଖୁଛନ୍ତି । ଏହି ଫୋଟୋ ଗୁଡିକୁ ତାଙ୍କର ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି । ଜାହ୍ନଭି କପୁରଙ୍କ ଫଟୋରେ ତାଙ୍କ ଦାଦା ଅନିଲ କପୁର ଓ ସୋନମ କପୁର ମଧ୍ୟ କମେଣ୍ଟ କରିଛନ୍ତି ।

କିଛି ଦିନ ପରେ ଜାହ୍ନଭି ତାଙ୍କର ନୂଆ ରୋମାଣ୍ଟିକ ହରର ଫିଲ୍ମ “ରୁହି ଅଫଜା”ରେ ନଜର ଆସିବେ । ଏହି ଫିଲ୍ମରେ ଜାହ୍ନଭିଙ୍କ ସହ ରାଜକୁମାର ରାଓ ମଧ୍ୟ ନଜର ଆସିବେ । ଏହା ଛଡା ଜାହ୍ନଭି ଗୁଞ୍ଜନ ସକସେନାଙ୍କ ବାୟୋପିକ ଓ ୱେବ ସିରିଜ “ଘୋଷ୍ଟ ଷ୍ଟୋରିଜ” ରେ ନଜର ଆସିବେ । ଜାହ୍ନଭି ନିଜର କ୍ୟାରିୟରର ଆରମ୍ଭ “ଧଡକ” ଫିଲ୍ମରୁ କରିଥିଲେ । ଏହି ଫିଲ୍ମଟିକୁ ଲୋକମାନେ ବହୁତ ପସନ୍ଦ କରିଥିଲେ । ଜାହ୍ନଭି କପୁର ବହୁତ ଜଲ୍ଦି “ଦୋସ୍ତାନା ୨”ରେ ମଧ୍ୟ ନଜର ଆସିବେ । ଏହି ଫିଲ୍ମରେ ଜାହ୍ନଭିଙ୍କ ସହ କାର୍ତିକ ଆର୍ୟନ ମୁଖ୍ୟ ଭୂମିକାରେ ଆସିବେ ।

ଜାହ୍ନଭିଙ୍କୁ ଖାଇବା ପିଇବାର ବହୁତ ସଉକ ଅଛି । ଜାହ୍ନଭି ତାଙ୍କର ସୋସିଆଲ ମିଡିଆରେ ନିଜର ଖାଇବାର ଫଟୋ ସେୟାର କରନ୍ତି । କିଛି ଦିନ ତଳେ ଜାହ୍ନଭି ଲସି, ମକି ର ରୁଟି, ଅମୃତସରର କୁଲ୍ଚା ଓ ସୋରିଷ ଶାଗର ଫଟୋ ସେୟାର କରିଥିଲେ । ଜାହ୍ନଭି କପୁର ବଲିଉଡରେ ନିଜର ଏକ ଅନ୍ୟତମ ସ୍ଥାନ ନିରୂପଣ କରିସାରିଛନ୍ତି ଓ  ଲୋକମାନେ ମଧ୍ୟ ତାଙ୍କୁ ବହୁତ ପସନ୍ଦ କରୁଛନ୍ତି ।