“ପାର୍ଟନର” ଫିଲ୍ମରେ ଥିବା ଏହି ଛୋଟ ପିଲା ଆଜି ଦେଖା ଯାଉଛି ବହୁତ ହ୍ୟାଣ୍ଡସମ, ଫଟୋ ଦେଖି ହେଇଯିବେ ଆଶ୍ଚର୍ଯ୍ୟ

ଆମ ବଲିଉଡରେ ଏପରି ବାଲ୍ୟ କଳାକାର ଅଛନ୍ତି ଯେଉଁମାନେ ନିଜ ଅଭିନୟରେ ସମସ୍ତଙ୍କ ମନ ମୋହିତ କରିଛନ୍ତି । ବହୁତଜଣ ଏପରି କଳାକାର ରହିଛନ୍ତି ଯେଉଁମାନେ ଛୋଟବେଳେ ଅଲଗା ଦେଖାଯାନ୍ତି ଓ ଯବାନ ହେବାପରେ ଅଲଗା ଦେଖାଯାନ୍ତି । ଏମିତି ବହୁତ ଜଣ ବାଲ୍ୟ କଳାକାର ଅଛନ୍ତି ଯେଉଁମାନେ ଛୋଟ ବେଳେ ଅଧିକ କ୍ୟୁଟ ଦେଖାଯାନ୍ତି ଓ ଲୋକମାନେ ତାଙ୍କୁ ବହୁତ ପସନ୍ଦ କରିଥାନ୍ତି ।

ଆପଣମାନଙ୍କର ମନେ ଥିବ ୯ ବର୍ଷ ପୂର୍ବେ ଡେବିଡ ଧବନଙ୍କ ପାର୍ଟନର ନାମକ ଏକ ଫିଲ୍ମ ଆସିଥିଲା । ଯେଉଁଥିରେ ସଲମାନ ଓ ଗୋବିନ୍ଦା ୨ ଜଣଙ୍କୁ ଦେଖିବାକୁ ମିଳିଥିଲା । ସଲମାନ ଗୋବିନ୍ଦାଙ୍କୁ ପ୍ରେମର ଜ୍ଞାନ ଦେଉଥିବାର ନଜର ଆସିଥିଲେ । ସେହି ଫିଲ୍ମରେ ସଲମାନ ଲାରା ଦତ୍ତାଙ୍କ ପ୍ରେମରେ ପଡିଥିଲେ, ଲାରାଙ୍କର ରୋହନ ନାମକ ଏକ ପୁଅ ଥିଲା । ରୋହନ ଚରିତ୍ରରେ ଯେଉଁ ଛୋଟ ପିଲାଟି ଅଭିନୟ କରିଥିଲା, ତାଙ୍କ ନାମ ଥିଲା ହାଜୀ ଅଲି । ହାଜୀ ଓ ସଲମାନଙ୍କ ଖଟା ମିଠା କେମିସ୍ଟ୍ରୀକୁ ଦର୍ଶକ ବହୁତ ପସନ୍ଦ କରିଥିଲେ ।

ବର୍ତ୍ତମାନ ସେହି ପିଲାଟି ବଡ ହୋଇଗଲେଣି । ବିଗ ବସ ସେଟରେ ହାଜୀ ଓ ସଲମାନଙ୍କର ଦେଖା ହୋଇଥିଲା । ବହୁତ ବର୍ଷପରେ ସଲମାନ ହାଜୀଙ୍କୁ ଦେଖି ଖୁସି ହୋଇଥିଲେ । ହାଜୀ ସଲମାନଙ୍କ ସହ ଫଟୋକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଆପଣଙ୍କୁ ଆମେ ଜଣେଇ ଦେଉଛୁ କି ହାଜୀ ପାର୍ଟନର ଫିଲ୍ମ ଛଡା ‘ତାରା ରମ ପମ’ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ ।

ହାଜୀ ୬ ବର୍ଷ ବୟସରେ ‘ଫନା’ ଫିଲ୍ମରେ ଅଭିନୟ କରିଥିଲେ । ଛୋଟବେଳେ କ୍ୟୁଟ ଦେଖାଯାଉଥିବା ହାଜୀ ବର୍ତମାନ ବହୁତ ହ୍ୟାଣ୍ଡସମ ଦେଖାଗଲେଣି, ସେ ୨୦୦୦ରୁ ଅଧିକ ବିଜ୍ଞାପନରେ ମଧ୍ୟ କାମ କରିଛନ୍ତି । ହାଜୀ କେବେଳ ସଲମାନଙ୍କ ସହ ନୁହେଁ ଆମିର ଖାନଙ୍କ ସହ ମଧ୍ୟ ‘ଫନା’ ଫିଲ୍ମରେ ଅଭିନୟ କରିଥିଲେ । କରଣ ଜୌହରଙ୍କର ଆସିଥିବା ‘କଭି ଖୁସି କଭି ଗମ’ ଫିଲ୍ମରୁ ହାଜୀ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ ।

ବର୍ତ୍ତମାନ ହାଜୀଙ୍କ ବୟସ ୧୮ ବର୍ଷ ଅଟେ । ହାଜୀ ଅଲି ଏକ ଲୋକପ୍ରିୟ ବାଲ୍ୟ କଳାକାର ଅଟନ୍ତି । ସେ ମୁମ୍ବାଇରେ ରୁହନ୍ତି । ତାଙ୍କ ପିତାଙ୍କ ନାମ ମୁର୍ତଜା ହାଜୀ ଅଟେ । ମୁର୍ତଜା ହାଜୀଙ୍କର ଏକ ପ୍ରଡକ୍ସନ ହାଉସ ଅଛି, ସେ ଏକ ଧାରାବାହିକ ପାଇଁ ଲେଖକ ର କାମ ମଧ୍ୟ କରିଛନ୍ତି ।