୧ ଘଣ୍ଟା କାମ କରିବା ପାଇଁ ଏହି ଝିଅକୁ ମିଳିଥାଏ ୯ ଲକ୍ଷ ଟଙ୍କା, ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ

କହିବାକୁ ଗଲେ ଏହି ଦୁନିଆରେ ସବୁ ବ୍ୟକ୍ତି ଏକ ଭଲ ଚାକିରି ଚାହାଁନ୍ତି ଓ ତାହା ପୁଣି ନିଜ ମନ ପସନ୍ଦର ହୋଇଥିବା ଦରାକର । କିନ୍ତୁ ସମସ୍ତଙ୍କୁ ନିଜ ମନ ପସନ୍ଦର କାମ ମିଳିଯିବ ଏହା ଜରୁରୀ ନୁହେଁ । କିନ୍ତୁ ଚିନ୍ତା କରନ୍ତୁ କି ଯଦି ଆପଣଙ୍କୁ ଆପଣଙ୍କ ମନ ପସନ୍ଦର ଚାକିରି ଓ କାମ ବି ମିଳିବ ଓ ଏହା ସହିତ ଆପଣଙ୍କ ଇଚ୍ଛା ଅନୁସାରେ ଟଙ୍କା ବି ମିଳିବ ତେବେ କେମିତି ହେବ । ଯଦି ଆପଣଙ୍କୁ ଏକ ଏମିତି ଜବ ମିଳିବ ଯେଉଁଥିରେ ଆପଣଙ୍କୁ କେବଳ ବସିବାର ଅଛି ତେବେ ଆପଣ କଣ କରିବେ, ଏହା ସହିତ ଭିଡିଓ ଗେମ ବି ଖେଳିବାକୁ ଦିଆଯିବ ତେବେ କଣ ହେବ ?

ଏହା ଥଟ୍ଟା ନୁହେଁ । ଏହା ସତ ଅଟେ । ଏମିତି ଏକ ଝିଅ ଅଛି ଯିଏ କେବଳ ଗୋଟିଏ ଘଣ୍ଟା ମଧ୍ୟରେ ହିଁ ୯ ଲକ୍ଷ ଟଙ୍କା ଆୟ କରିନିଏ । କିନ୍ତୁ ପ୍ରଶ୍ନ ଏହା ଅଟେ କି ଏହି ଝିଅ ଜଣକ ଏମିତି କଣ କାମ କରିଥାଏ କି ମାତ୍ର ଏକ ଘଣ୍ଟାରେ ୯ ଲକ୍ଷ ଆୟ କରିଥାଏ । ଏକ ଘଣ୍ଟାରେ ହିଁ ଏହି ଝିଅକୁ ୯ ଲକ୍ଷ ଟଙ୍କା ମିଳିଯାଏ । ଅସଲରେ ଏହି ଝିଅକୁ କେବଳ ବସି ଭିଡିଓ ଗେମ ଖେଳିବାର ଅଛି ଯାହା ପାଇଁ ତାକୁ ବହୁତ ଟଙ୍କା ମିଳିଥାଏ ।

ଦୁନିଆରେ ଏମିତି ବହୁତ କମ ଲୋକ ଅଛନ୍ତି ଯେଉଁମାନଙ୍କୁ ନିଜ ଇଚ୍ଛା ଅନୁସାରେ କାମ ଓ ଟଙ୍କା ମିଳିଥାଏ । କହିବାକୁ ଗଲେ ଅଷ୍ଟ୍ରେଲିୟାର ଗେମର ଗର୍ଲ ଚେଲ୍ସିୟା ନିଜର ସୋଫା ଉପରେ ବସି କୋଟି କୋଟି ଟଙ୍କା ଆୟ କରିନିଅନ୍ତି । ଏହି ଜବରେ ତାଙ୍କୁ ବହୁତ ଆରାମ ମିଳିଥାଏ ଓ ଏହା ସହିତ କିଛି ଘଣ୍ଟାରେ ତାଙ୍କୁ ଲକ୍ଷ ଲକ୍ଷ ଟଙ୍କା ମିଳିଯାଏ । ଏହି ଝିଅକୁ ଲାଇଭ ଦେଖିବା ପାଇଁ ଲକ୍ଷ ଲକ୍ଷ ଲୋକମାନେ ଚାହିଁ ବସିଥାନ୍ତି । ତାଙ୍କ ସ୍ଟ୍ରିମିଂଗର ସବ୍କ୍ରିପ୍ସନ, ବିଜ୍ଞାପନ ଓ ସ୍ପନ୍ସରଶିପ ଦ୍ଵାରା ସେ ବହୁତ ଟଙ୍କା ଆୟ କରିଥାନ୍ତି ।

ଅଷ୍ଟ୍ରେଲିୟାର ଚେଲ୍ସିୟା ଗେମିଂଗ ୱାର୍ଲ୍ଡରେ ଏକ୍ସମିଂକ୍ସ ନାମରେ ପରିଚିତ । ସେ ଭିଡିଓ ଗେମ ଖେଳି ନିଜର ଲାଇଭ ଭିଡିଓ ଜରିଆରେ ୧ ଲକ୍ଷ ରୁ ୯.୯୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରିନିଅନ୍ତି । ତାହା ପୁଣି ଡଲାରରେ । ଆପଣଙ୍କୁ କହିଦେଉଛୁ କି ଚେଲ୍ସିୟା ଫାର୍ମାସି ୟୁନିବର୍ସିଟୀରୁ ଡିଗ୍ରୀ ହାସଲ କରିଛନ୍ତି । ଚେଲ୍ସିୟା କୁହନ୍ତି କି ଲାଇଭ ସ୍ଟ୍ରୀମିଂଗ ଦ୍ଵାରା ସେ ଯେତିକି ଟଙ୍କା ଆୟ କରିଥାନ୍ତି ସେତିକି ଟଙ୍କା ସେ ବୋଧେ ନିଜ ଏଜୁକେଶନ ମାଧ୍ୟମରେ କରି ପାରି ନ ଥାନ୍ତେ ।

ଆୟ କରୁଥିବା ଟଙ୍କାର ଏକ ବଡ ଅଂଶ ସେ ଏକ ଚ୍ୟାରେଟିକୁ ଦାନ ବି କରି ଦିଅନ୍ତି । ବାକି ଟଙ୍କା ଦ୍ଵାରା ସେ ନିଜର ଘର ଚଳାନ୍ତି । ଲୋକମାନେ ଲାଇଭ ଭିଡିଓରେ ତାଙ୍କୁ ଖେଳୁଥିବାର ଦେଖନ୍ତି । ଏହି ସମୟରେ ସେ ଲୋକମାନଙ୍କ ସହ କଥାବାର୍ତ୍ତ ବି କରନ୍ତି । ଚେଲ୍ସିୟାଙ୍କର ୩.୫ ଲକ୍ଷ ସବ୍ସକ୍ରାଇବର ଅଛନ୍ତି ।