ଜୟା ବଚ୍ଚନ ନିଜ ମୁହଁ ଖୋଲି କହିଲେ କି ଅମିତାଭ ଓ ଐଶ୍ୱର୍ୟା ଘରେ କେମିତି ରୁହନ୍ତି

ଅମିତାଭ ବଚ୍ଚନଙ୍କୁ ବଲୀଉଡରେ ମହାନାୟକ କୁହାଯାଏ । ନିଜର ଗୋଟିଏ ପରେ ଗୋଟିଏ ସୁପରହିଟ ଫିଲ୍ମ କାରଣରୁ ଅମିତାଭ ବଲୀଉଡର ବେତାଜ ବାଦଶାହ ଅଟନ୍ତି । କିନ୍ତୁ ଆଜି ଆମେ ଅମିତାଭ ବଚ୍ଚନଙ୍କ ବିଷୟରେ ନୁହେଁ ତାଙ୍କ ପତ୍ନୀ ଜୟା ବଚ୍ଚନଙ୍କ ବିଷୟରେ କହିବାକୁ ଯାଉଛୁ । କହିବାକୁ ଗଲେ କିଛି ଦିନ ତଳେ ହିଁ ଜୟା ବଚ୍ଚନ ନିଜର ପରିବାରକୁ ନେଇ ବିଭିନ୍ନ ରହସ୍ୟ ଉପରୁ ପରଦା ଉଠାଇ ଥିଲେ ।

କହିବାକୁ ଗଲେ ଜୟା ବଚ୍ଚନ ଲାଇମଲାଇଟରୁ ଦୂରରେ ରହିବାକୁ ପସନ୍ଦ କରନ୍ତି । ପରନ୍ତୁ ଯେତେବେଳ ବି ସେ କିଛି କୁହନ୍ତି ତେବେ ତାହା ସୁର୍ଖିୟା ହୋଇଯାଏ । ବର୍ତ୍ତମାନ ହିଁ ଏକ ଇଣ୍ଟରଭିୟୁରେ ଜୟା ଅମିତାଭ ବଚ୍ଚନ ଓ ନିଜର ବୋହୁ ଐଶ୍ୱର୍ୟା ରାୟଙ୍କୁ ନେଇ କିଛି ଏମିତି କହିଦେଲେ କି ଯାହାକୁ ଶୁଣି ଆପଣମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ଅମିତାଭ ଓ ଐଶ୍ୱର୍ୟାଙ୍କର ରହସ୍ୟ

ଆଜି ପର୍ଯ୍ୟନ୍ତ ଆପଣ ଅମିତାଭ ଓ ଐଶ୍ୱର୍ୟାଙ୍କୁ ଶଶୁର ଓ ବୋହୁ ରୂପରେ ଦେଖିଥିବେ । କିନ୍ତୁ ଜୟା ବଚ୍ଚନଙ୍କ ଅନୁସାରେ ଏହି ଦୁଇ ଜଣଙ୍କର ରହସ୍ୟ ବହୁତ ଆଶ୍ଚର୍ଯ୍ୟକର ଅଟେ । ସେମାନେ ଶଶୁର ଓ ବୋହୁ ହେବା ପରିବର୍ତ୍ତେ ବି ଘରେ ପୁରା ଫ୍ରେଣ୍ଡଲି ଚଳନ୍ତି । ଦୁହେଁ ଦୁହିଙ୍କ ପ୍ରତି ବହୁତ କେୟାରିଂ ବି ରହିଛି । ରାଜ୍ୟସଭା ସାଂସଦ ଜୟା ବଚ୍ଚନ ଏକ ଖାସ କାର୍ଯ୍ୟକ୍ରମ ଆଇଡିୟା ଏକ୍ସଚେଂଜରେ ନିଜର ଘର ସମ୍ବନ୍ଧିତ ବିଭିନ୍ନ କଥା କହିଥିଲେ ।

ବର୍ତ୍ତମାନ ସମୟରେ ସମସ୍ତଙ୍କ ଘରେ ଟିଭି ଅଛି । ଏମିତିରେ ସମସ୍ତେ ନିଜ ପରିବାର ସହିତ ବସି ଟିଭି ଦେଖିବାକୁ ପସନ୍ଦ କରନ୍ତି । ପରନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଜୟା ନିଜ ସ୍ଵାମୀ ମାନେ ଅମିତାଭଙ୍କ ସହ ବସି ଟିଭି ଦେଖିବାକୁ ପସନ୍ଦ କରନ୍ତି ନାହିଁ । ଏହା ନିଜେ ଜୟା ବଚ୍ଚନ ହିଁ କହିଥିଲେ । ଜୟାଙ୍କ ଅନୁସାରେ ଅମିତାଭଙ୍କୁ କେବଳ ସ୍ପୋର୍ଟ୍ସ ଚ୍ୟାନେଲ ଦେଖିବାକୁ ଭଲ ଲାଗେ । ଯାହାକି ତାଙ୍କୁ ବହୁତ ବୋରିଙ୍ଗ ଲାଗେ । ସେ କହିଲେ କି ଅଭିଷେକ ଓ ଅମିତାଭ ଦୁଇ ଜଣ ଏକା ସହିତ ବସି ସ୍ପୋର୍ଟ୍ସ ଚ୍ୟାନେଲ ଦେଖନ୍ତି ।

ଜୟା ଐଶ୍ୱର୍ୟାଙ୍କ ବିଷୟରେ କହିଲେ କି ଐଶ୍ୱର୍ୟା କେବେ ବି ଏକ୍ଟ୍ରେସ ଜବକୁ ମିସ କରେ ନାହିଁ । ଜୟା କହିଲେ କି ଐଶ୍ୱର୍ୟା ଏକ ଭଲ ବୋହୁ ଓ ମା ହେବା ସହିତ ସମସ୍ତଙ୍କର କେୟାର ବି ନେଇଥାନ୍ତି । ସେ ଆରଧ୍ୟାକୁ କେବେ ବି ଏକେଲା ଛାଡନ୍ତି ନାହିଁ । ଘରର ସମସ୍ତ କାମ ସେ ନିଜେ ହିଁ କରନ୍ତି । ଜୟାଙ୍କ ଅନୁସାରେ ଐଶ୍ୱର୍ୟା ଅରଧ୍ୟାଙ୍କୁ ନିଜେ ହିଁ ଡ୍ରେସ ପିନ୍ଧାନ୍ତି, ଗାଧେଇ ଦିଅନ୍ତି ଓ ପଢାନ୍ତି ବି ନିଜେ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।