ସର୍ଜରୀ କରିବା ପରେ ଏହି ବଲିଉଡ ଅଭିନେତ୍ରୀଙ୍କର ଫୁଲିଲା ହାଡ, ଆଜି କାମ ପାଇଁ ବୁଲିବାକୁ ପଡୁଛି ଏଠି – ସେଠି, ଯାହାକୁ କେବେ ଜଣେ ଅଜଣା ବ୍ୟକ୍ତି ରାତିକ ପାଇଁ…

ସୁନ୍ଦର ଦେଖିବା ପାଇଁ ଲୋକମାନେ ବିଭନ୍ନ ପ୍ରକାରର ସର୍ଜରୀ କରାଇଥାନ୍ତି । ଖାସକରି ବଲିଉଡ ଓ ହଲିଉଡରେ ଏମିତି ବହୁତ ଅଭିନେତ୍ରୀମାନେ ଅଛନ୍ତି ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ନା କିଛି ସର୍ଜରୀ କରାଇ ସାରିଛନ୍ତି । କିଏ ସୁନ୍ଦର ଦେଖାଯିବା ପାଇଁ ଓଠର ସର୍ଜରୀ କରାଇଛି ତ କିଏ ପତଳା ହେବା ପାଇଁ ଲିପୋସକ୍ଶନର ସାହାରା ନେଇଛି ।

କିନ୍ତୁ କିଛି ଲୋକ ଏମିତି ବି ହୋଇଥାନ୍ତି ଯାହାଙ୍କ ପାଖରେ ସବୁ କିଛି ଥାଏ ତାହା ସତ୍ତ୍ୱେ ବି ସେମାନେ ନିଜ ଉପରେ ସନ୍ତୁଷ୍ଟ ନ ଥାଆନ୍ତି ଓ ନିଜର ଭଲ ଚେହେରାକୁ ଖରାପ କରି ଦିଅନ୍ତି । ଆଜିର ଏହି ପୋଷ୍ଟରେ ଆମେ ଏହିଭଳି ଏକ ବଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏକି ନିଜର ସୁନ୍ଦର ଚେହେରାକୁ ସର୍ଜରୀ କରି  ଖରାପ କରିଦେଲେ ।

ସର୍ଜରୀ କରି ଖରାପ କରିଦେଲେ ଚେହେରା

ଆମେ କଥା ହେଉଛୁ ବଲିଉଡର ଅଭିନେତ୍ରୀ କୋଇନା ମିତ୍ରାଙ୍କ ବିଷୟରେ । କୋଇନା ମିତ୍ରା ସର୍ଜରୀ କରି ଏହିଭଳି ଭାବରେ ନିଜର ଚେହେରାକୁ ଖରାପ କରିଦେଲେ କି ତାଙ୍କୁ ଫିଲ୍ମରେ କାମ ମିଳିବା ହିଁ ବନ୍ଦ ହୋଇଗଲା । କୋଇନା ନିଜର କ୍ୟାରିୟର ମଡେଲିଙ୍ଗରୁ ଆରମ୍ଭ କରିଥିଲେ । ଏହା ପରେ ସେ ଟିଭିର ଆଡରେ ନଜର ଆସିଲେ । ଏହା ପରେ ସେ ୨୦୦୪ରେ ଫିଲ୍ମ ‘ମୁସାଫିର’ରୁ ବଲିଉଡରେ ଡେବ୍ୟୁ କରିଲେ । ବଲିଉଡ ଛଡା ସେ ସାଉଥ ଓ ବଙ୍ଗାଳୀ ଫିଲ୍ମରେ ବି କାମ କରିଛନ୍ତି ।

ଅଜଣା ବ୍ୟକ୍ତି କରୁଥିଲା ହଇରାଣ

କହିଦେଉଛୁ କି ୨୬ ଜୁଲାଇ ୨୦୧୭ରେ ତାଙ୍କୁ ଏକ ଅଜଣା ବ୍ୟକ୍ତିର ଫୋନ ଆସିଲା ଯିଏ ତାଙ୍କୁ ନାଈଟ ସ୍ଟୈଂଡ ପାଇଁ ବାରମ୍ବାର କହୁଥିଲା । ଏହା ବଦଳରେ ସେହି ଅଜଣା ବ୍ୟକ୍ତି ତାଙ୍କୁ ବହୁତ ଟଙ୍କା ଦେବା ପାଇଁ ବି ପ୍ରସ୍ତୁତ ଥିଲା । ଏହା ପରେ କୋଇନା ସେହି ଅଜଣା ବ୍ୟକ୍ତି ବିରୁଦ୍ଧରେ ମୁମ୍ବାଇର ଓଶିୱାରା ପୋଲିସ ଷ୍ଟେସନରେ କମ୍ପ୍ଲେନ ବି କରିଥିଲେ । ଏହି ଘଟଣା ପରେ କୋଇନା ଚର୍ଚ୍ଚାରେ ଆସିଗଲେ ।

ଏହା ଛଡା କୋଇନା ନିଜର ସର୍ଜରୀ ପାଇଁ ବି ବହୁତ ଚର୍ଚ୍ଚାରେ ଥିଲେ । କହିବାକୁ ଗଲେ ଅତ୍ୟଧିକ ସୁନ୍ଦର ଦେଖାଯିବା ଇଚ୍ଛାରେ କୋଇନା ନିଜର ସର୍ଜରୀ ବି କରାଇଲେ । କିନ୍ତୁ ସର୍ଜରୀ ହେବା ପରେ ଚେହେରା ଠିକ ହେବା ପରିବର୍ତ୍ତେ ଆହୁରି ଖରାପ ହୋଇଗଲା । ଏହି କାରଣରୁ ତାଙ୍କୁ କୌଣସି ଫିଲ୍ମରେ କାମ ମିଳିଲା ନାହିଁ ।

ଡାକ୍ତରମାନେ ବି ଦେଲେ ଜବାବ

ମିଡିଆ ରିପୋର୍ଟ ଅନୁସାରେ ସର୍ଜରୀ ପରେ ତାଙ୍କର ହାଡ ଫୁଲିବାକୁ ଲାଗିଥିଲା ଓ ଏକ ଇଣ୍ଟରଭ୍ୟୁରେ କୋଇନା କହିଲେ କି ଡାକ୍ତରମାନେ ବି ତାଙ୍କୁ ଉତ୍ତର ଦେଇ ଦେଇଥିଲେ । ଡାକ୍ତରମାନେ କହିଥିଲେ କି ବର୍ତ୍ତମାନ କେବଳ ଔଷଧ ଓ ପ୍ରାର୍ଥନା ହିଁ ତୁମ କାମରେ ଆସିବ । କିନ୍ତୁ କୋଇନା ସାହସର ସହିତ ଏହି ସମସ୍ୟାର ସମାଧାନ କରିଲେ । କହିବାକୁ ଗଲେ ସେ ଫିଲ୍ମରୁ ତ ଦୂରେଇ ଯାଇଛନ୍ତି କିନ୍ତୁ ସୋସିଆଲ ମିଡିଆରେ ସେ ବହୁତ ଆକ୍ଟିବ ଅଛନ୍ତି ।

ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।