ଓଡିଆ ହିରୋଇନ ଜ୍ୟୋତି ମିଶ୍ରଙ୍କ ଜୀବନ କାହାଣୀ, ଜନ୍ମ, ପରିବାର, ସବୁକିଛି…

ଜ୍ୟୋତି ମିଶ୍ର ଓଡିଆ ଚଳଚିତ୍ର ଜଗତର ଜଣେ ଜଣା ଶୁଣା ଅଭିନେତ୍ରୀ ଅଟନ୍ତି । କହିବାକୁ ଗଲେ ଜ୍ୟୋତି ମିଶ୍ର ନିଜର କଠିନ ପରିଶ୍ରମ ସହିତ ଅଭିନୟ ଓ ସୁନ୍ଦରତା କାରଣରୁ ପୁରା ଓଡିଶାରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ସେ ପ୍ରଥମେ ନିଜର କ୍ୟାରିୟର ଓଡିଆ ଆଲବମରୁ କରିଥିଲେ । ଯେଉଁଥିରେ ସେ ବହୁତ ପ୍ରସିଦ୍ଧ ମଧ୍ୟ ହୋଇଥିଲା । ଓଡିଶାର ପ୍ରତ୍ୟକ ଦର୍ଶକ ତାଙ୍କର ଆଲବମ ଗୀତ ପାଇଁ ଅପେକ୍ଷା କରୁଥିଲେ ।

ଓଡିଶାରେ କିଏ ବା ତାଙ୍କୁ ନ ଜାଣେ । ଏକ ସମୟରେ ଓଡିଶାର ଘରେ ଘରେ ସମସ୍ତଙ୍କ ଫେବରେଟ ଥିଲେ ଜ୍ଯୋତି ମିଶ୍ର । ତେବେ ଏହି ଲେଖାରେ ଆସନ୍ତୁ ଜାଣିବା ତାଙ୍କ ଜୀବନୀ ଉପରେ କିଛି ଅଜଣା କଥା ।

ଏହା ପରେ ସେ ଫିଲ୍ମରେ କାମ କରିବା ଆରମ୍ଭ କରିଥିଲେ । ଏମିତିରେ ଆଜି ଆମେ ଆପଣଙ୍କୁ ତାଙ୍କର ପର୍ସନାଲ ଲାଇଫ ବିଷୟରେ କହିବାକୁ ଯାଉଛୁ ।

ଜ୍ୟୋତି ମିଶ୍ରଙ୍କ ଜନ୍ମ ୨୨ ଫେବୁଆରୀ ୧୯୭୮ରେ ହୋଇଥିଲା । ଜ୍ୟୋତି ମିଶ୍ର ବକ୍ସି ଜଗବନ୍ଧୁ ମହା ବିଦ୍ୟାଳୟରେ ସ୍କୁଲ ଶିକ୍ଷା ପୁରା କରିଛନ୍ତି । ବର୍ତ୍ତମାନ ସେ ଭୁବନେଶ୍ବରରେ ରହୁଛନ୍ତି । ସେ ବିବାହ ବି କରିସାରିଛନ୍ତି ଓ ତାଙ୍କର ଗୋଟିଏ ପୁଅ ମଧ୍ୟ ଅଛି । କହିବାକୁ ଗଲେ ସେ ୧୯୯୮ ମସିହାରୁ ନିଜର ଫିଲ୍ମି କ୍ୟାରିୟର ଆରମ୍ଭ କରିଥିଲେ ।

ସେ ପ୍ରଥମେ ଓଡିଆ ଆଲବମ ଅଭିନେତ୍ରୀ ରୂପରେ କାମ କରିଥିଲେ । ଏହା ପରେ ୧୯୯୮ ମସିହାରେ ସେ ‘ସୌଭାଗ୍ୟବତୀ’ ଚଳଚିତ୍ରରେ ଅଭିନେତ୍ରୀ ରୂପରେ ନିଜର ଫିଲ୍ମି ଜୀବନ ଆରମ୍ଭ କରିଥିଲେ । ଏହା ପରେ ସେ ‘ତୋ ଆଖି ମୋ ଆଇନା’ ଫିଲ୍ମରେ ନଜର ଆସିଥିଲେ । ଏହି ଚଳଚିତ୍ର ୧୯୯୯ ମସିହାରେ ରିଲିଜ ହୋଇଥିଲା ।

ସେ ସିଦ୍ଧାନ୍ତଙ୍କ ସହ ମିଶି ଏକ ବେଙ୍ଗଲି ଚଳଚିତ୍ର ବି କରିଛନ୍ତି । ଜ୍ୟୋତି ମିଶ୍ର ୧୫ ରୁ ଅଧିକ ଓଡିଆ ଫିଲ୍ମରେ ଅଭିନୟ କରିଛନ୍ତି । ସେ ମୋଟ ଫିଲ୍ମ ଜଗତର ୪ଟି ଭାଷାରେ ବି କାମ କରିଛନ୍ତି । ଯେମିତି ଓଡିଆ, ବେଙ୍ଗଲି, ତେଲୁଗୁ ଓ ଛତିଶଗଡି ଭାଷାରେ ଅଭିନୟ କରିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।