ବଡୀ ଶେମିଂଗର ଶିକାର ହୋଇଥିଲେ ବିଦ୍ୟା ବାଲନ, ଏମିତି ଏକ ସମୟ ଥିଲା କି ସେ ନିଜ ଉପରେ ବି ଘୃଣା କରୁଥିଲେ

ଯେତେବେଳେ ବି କୌଣସି ଅଭିନେତ୍ରୀଙ୍କ କଥା ଆସିଥାଏ ତେବେ ଲୋକମାନଙ୍କର ମନରେ ତାଙ୍କର ଏକ ଛବି ପ୍ରସ୍ତୁତ ହୋଇଯାଏ, ଯେଉଁଥିରେ ସେ ପୁରା ପରଫେକ୍ଟ ହୋଇଥିବେ । ସେମାନେ ଗୋଟିଏ ଅଭିନେତ୍ରୀ ମଧ୍ୟରେ ତାହାର ଫିଗର, ତାହାର ପର୍ସନାଲିଟୀ, ଚାଲିବା, କହିବା ସବୁକୁ ନୋଟିସ କରିଥାନ୍ତି । ଏହା ଛଡା ଆପଣମାନଙ୍କୁ କହିଦେଉଛୁ କି ବଲୀଉଡରେ ଗୋଟିଏ ପ୍ରଥା ଚାଲିଥିଲା କି ଯଦି କୌଣସି ଅଭିନେତ୍ରୀ ମୋଟା ଅଛି ତେବେ ସେ ଅଧିକ ଦିନ ପର୍ଯ୍ୟନ୍ତ ଫିଲ୍ମରେ ଚାଲି ପାରିବ ନାହିଁ ।

କିନ୍ତୁ ବର୍ତ୍ତମାନ ଏହି ପ୍ରଥା ବନ୍ଦ ହୋଇ ଯାଇଛି । କାରଣ ଯଦି ଆପଣଙ୍କ ମଧ୍ୟରେ ଟ୍ୟାଲେଣ୍ଟ ଅଛି ତେବେ ଆପଣଙ୍କର ଶରୀର ଓ ଚେହେରା ପାଇଁ କୌଣସି ଫରକ ପଡେ ନାହିଁ । କହିବାକୁ ଗଲେ ବର୍ତ୍ତମାନର ଦର୍ଶକ ମାନେ ଫିଲ୍ମରେ ଏକ ସୁନ୍ଦର ଚେହେରା ସହିତ ଭଲ ଅଭିନୟ ବି ଦେଖିବାକୁ ପସନ୍ଦ କରୁଛନ୍ତି ।

କହିଦେଉଛୁ କି ବଲୀଉଡର ବହୁତ ଅଭିନେତ୍ରୀ ପ୍ରାୟତଃ ବଡୀ ଶେମିଂଗର ଶିକାର ହୋଇଛନ୍ତି । ଆଜି ଆମେ ଆପଣମାନଙ୍କୁ ଏମିତି ହିଁ ଜଣେ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ।

ଆମେ କଥା ହେଉଛୁ ବିଦ୍ୟା ବାଲନଙ୍କ ବିଷୟରେ । କହିଦେଛୁ କି ବିଦ୍ୟା ବାଲନ ନିଜର ଅଭିନୟ ଦ୍ଵାରା ବଲୀଉଡରେ ନିଜର ଏକ ଅଲଗା ପରିଚୟ କରିଛନ୍ତି । କିନ୍ତୁ ଯେତେବେଳ ସେ ଏହି ଇଣ୍ଡଷ୍ଟ୍ରିରେ ଗୋଡ ରଖିଲେ ତେବେ ଟାଙ୍କୁ ବି ନିଜର ବଡି କାରଣରୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିଥିଲା ଓ ବର୍ତ୍ତମାନ ହିଁ ବିଦ୍ୟା ବାଲନ ଏହି କଥା ବିଷୟରେ କହିଛନ୍ତି । ସେ କହିଲେ କି ଗୋଟିଏ ସମୟ ଥିଲା ଯେତେବେଳେ ସେ ନିଜର ଶରୀରକୁ ଘୃଣା କରୁଥିଲେ ।

କହିଦେଉଛୁ କି ବିଦ୍ୟା ବାଲନଙ୍କୁ ତାଙ୍କ ଶରୀର କାରଣରୁ ବହୁତ ଟ୍ରୋଲ ବି ହେବାକୁ ପଡିଥିଲା । ବିଦ୍ୟା ଏକ ଇଣ୍ଟରଭ୍ୟୁରେ ନିଜ ଜୀବନର ଏହି ଏକ୍ସପେରିଏନ୍ସ କୁ ଶେୟାର କରିଥିଲେ । ବିଦ୍ୟା ବାଲନ କହିଲେ କି ସେ ଜୀବନରେ କେବେ ହାର ମାନି ନାହାନ୍ତି ଓ ବଲୀଉଡରେ ଏକ ଅଲଗା ପରିଚୟ ହାସଲ କରିଛନ୍ତି । ବର୍ତ୍ତମାନ ହିଁ ବିଦ୍ୟା ବାଲନଙ୍କର ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସେ କାନ୍ଦୁ ଥିବାର ନଜର ଆସୁଛନ୍ତି ।

ବିଦ୍ୟା ବାଲନଙ୍କର ଏହି ଭିଡିଓର ନାମ ‘ଲେଟ୍ସ ଟକ ଆବାଉଟ ବଡୀ ଶେମିଂଗ’ । ଭିଡିଓର ଆରମ୍ଭରୁ ସେ ବହୁତ ହସି ହସି କଥାବାର୍ତ୍ତା କରୁଥିଲେ  । କିନ୍ତୁ ଅଚାନକ ସେ ବଡୀ ଶେମିଂଗ ଉପରେ କଥା କହି କାନ୍ଦିବାକୁ ଲାଗିଲେ । ବିଦ୍ୟା ବାଲନ ଏକ ରୈପ ଜରିଆରେ ନିଜ କଥା କହିବାକୁ ଚେଷ୍ଟା କରିଛନ୍ତି ।

ଭିଡିଓରେ ବିଦ୍ୟା କହିଲେ କି କାହକୁ ବି କାହାର ଶରୀରର ମୋଟା ପତଳା, ଲମ୍ବା – ଛୋଟ କିମ୍ବା ରଙ୍ଗ ଉପରେ କୌଣସି ବି କମେନ୍ଟ କରିବା ଉଚିତ ନୁହେଁ ଓ ନା ହିଁ ଥଟ୍ଟା କରିବା ଉଚିତ ।

ବିଦ୍ୟା ଆଗକୁ କହିଲେ କି ଲୋକମାନେ ତାଙ୍କର ଓଜନକୁ ନେଇ ତାଙ୍କର ଥଟ୍ଟା କରିବାକୁ ଲାଗିଲେ, କିନ୍ତୁ ସେ ଏଥିରେ ନିରାଶ ହେଲେ ନାହିଁ । ଓଲଟା ଏହାର ସାମ୍ନା କଲେ । ସେ ଆଗକୁ କହିଲେ କି ସେ ବହୁତ ରାଗି ଯାଇଥିଲେ ଓ ନିଜ ଶରୀର ଉପରେ ଘୃଣା ବି କରିବାକୁ ଲାଗିଲେ । କିନ୍ତୁ ବିଦ୍ୟା ଶେଷରେ ଚିନ୍ତା କଲେ କି ଲୋକମାନଙ୍କର ଛୋଟ ଚିନ୍ତା ଧାରା ପାଇଁ ସେ ନିଜକୁ ଦୋଷୀ କରିବା ଉଚିତ ନୁହେଁ ।

ବିଦ୍ୟାଙ୍କୁ ପ୍ରଥମରୁ ଏହି ସବୁ କଥା ପାଇଁ ବହୁତ ଟ୍ରୋଲ କରାଗଲା । କିନ୍ତୁ ସେ ନିଜର ଅଭିନୟ ଦ୍ଵାରା ପ୍ରମାଣିତ କରିଦେଲେ କି ଯଦି ଆପଣଙ୍କ ଭିତରେ ଟ୍ୟାଲେନ୍ଟ ଅଛି ତେବେ ଆପଣଙ୍କୁ କେହି ବି ସଫଳତାର ଶୀର୍ଷରେ ପହଞ୍ଚିବା ପାଇଁ ଅଟକାଇ ପାରିବେ ନାହିଁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।