ସିରିଏଲ ‘ଗୁମ ହୈ କିସି କେ ପ୍ୟାର ମେ’ ରେ ପାଗଳ ଝିଅ ର ଅଭିନୟ କରୁଥିବା ଅଭିନେତ୍ରୀ ମିତାଲି ନାଗ ଙ୍କୁ ବହୁତ ପସନ୍ଦ କରନ୍ତି ଟିଭି ର ଏହି 4 ଅଭିନେତା

ନମସ୍କାର ବନ୍ଧୁଗଣ ଏବେ ଷ୍ଟାର ପ୍ଲସ ରେ ପ୍ରସାରିତ ହେଉଥିବା ଧାରାବାହିକ ଗୁମ ହେ କିସି କେ ପ୍ୟାର ମେ ଏବେ ବହୁତ ଲୋକପ୍ରିୟତା ହାସଲ କରୁଛି। ଲୋକମାନେ ଏହି ଧାରାବାହିକ କୁ ଖୁବ ପସନ୍ଦ କରୁଛନ୍ତି। ଏବଂ ଟି ଆର ପି କଥାରେ ଏହି ଧାରାବାହିକ ନମ୍ବର ଏକ ରେ ଅଛି। ଏଥିରେ ଥିବା ନୂତନ କଥା ଏବଂ ତ୍ରିକୋଣ ପ୍ରେମ ଏବଂ ପରିବାର ରେ ହେଉଥିବା ସମସ୍ତ ଡ୍ରାମା ଲୋକ ମାନେ ଖୁବ ପସନ୍ଦ କରୁଛନ୍ତି।ଏବଂ ଏହି ଧାରାବାହିକ ଛଡା ଏଥିରେ ଅଭିନୟ କରୁଥିବା ଅଭିନେତା ଅଭିନେତ୍ରୀ ମାନଂକୁ ମଧ୍ୟ ଦର୍ଶକ ମାନେ ଖୁବ ପସନ୍ଦ କରୁଛନ୍ତି ଏବଂ ସେମାନଙ୍କ ଅଭିନୟ କୁ ମଧ୍ୟ ଅଧିକ ଭଲ ପାଉଛନ୍ତି।

ଏଥିରେ ଏସିପି ବିରାଟ,ସଇ, ପତ୍ରଲେଖା ଆଦି ଅନେକ ଚରିତ୍ର ଏବେ ଲୋକପ୍ରିୟ ହୋଇଛନ୍ତି ସେହି ଚରିତ୍ର ମାନଙ୍କ ମଧ୍ୟ ରୁ ଦେବୟାନି ଚରିତ୍ର ମଧ୍ୟ ଲୋକମାନେ ଖୁବ ପସନ୍ଦ କରୁଛନ୍ତି। ଏହି ଚରିତ୍ର କୁ ଅଭିନେତ୍ରୀ ମିତାଲି ନାଗ ଅଭିନୟ କରୁଛନ୍ତି। ଏଥିରେ ସେ ଜଣେ ପାଗଳ ଝିଅ ଭୂମିକାରେ ଅଭିନୟ କରୁଛନ୍ତି। ଏବଂ ଅତି କମ ସମୟ ରେ ସେ ଲୋକପ୍ରିୟ ମଧ୍ୟ ହୋଇ ପାରିଛନ୍ତି।

ଏବଂ ଲକ୍ଷ ଲକ୍ଷ ଲୋକଙ୍କର ପ୍ରଥମ ପସନ୍ଦ ହୋଇ ପାରିଛନ୍ତି। ଏବଂ ସେ ଲକ୍ଷ ଲକ୍ଷ ଲୋକ ମାନଙ୍କ ମଧ୍ୟରୁ ଟିଭି ଜଗତର ଅନେକ ଅଭିନେତା ମଧ୍ୟ ସାମିଲ ଅଛନ୍ତି। ଟିଭି ଜଗତର ଅନେକ ଅଭିନେତା ଅଲଗା ଅଲଗା କାରଣ ଯୋଗୁଁ ମିତାଲି ନାଗ ଙ୍କୁ ଖୁବ ପସନ୍ଦ କରୁଛନ୍ତି। ତେବେ ଆଜି ଆମେ ସେହି ଅଭିନେତା ମାନଙ୍କ ବିଷୟରେ ଆଲୋଚନା କରିବା ଯିଏ ମିତାଲି ନାଗ ଙ୍କୁ ବହୁତ ପସନ୍ଦ କରନ୍ତି। ଚାଲନ୍ତୁ ଜାଣିନେବା ସେହି ଅଭିନେତା ମାନଙ୍କ ବିଷୟରେ।

୧- ପ୍ରଥମ ଅଭିନେତା ହେଲେ କିନ୍ସୁକ ମହାଜନ। କିନ୍ସୁକ ଟିଭି ଜଗତର ଜଣେ ଲୋକପ୍ରିୟ ଏବଂ ସଫଳ ଅଭିନେତା।ସେ ଅନେକ ଧାରବାହିକ ରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି। ସେ ମିତାଲି ଙ୍କୁ ବହୁତ ପସନ୍ଦ କରନ୍ତି ଏହି କଥା ସେବେ ଜଣା ପଡିଲା ଯେତେବେଳେ ସେ ଏକ ଇଣ୍ଟରଭିଉ ରେ ମିତାଲି ଙ୍କର ବହୁତ ପ୍ରଶଂସା କଲେ।

ତାଙ୍କ ଅଭିନୟ ସହିତ ସେ ଜଣେ ବହୁତ ଭଲ ହୃଦୟ ର ମଣିଷ ବୋଲି ମଧ୍ୟ ସେ କହିଥିଲେ। କିନ୍ସୁକ ଏବଂ ମିତାଲି ଅଫିସର ବିଟିଆ ଧାରାବାହିକ ରେ ଏକାଠି ଅଭିନୟ କରିବାର ନଜର ଆସିଥିଲେ।ଏବଂ ସେବେଠୁ ସେ ଜାଣିଛନ୍ତି କି ମିତାଲି କେବଳ ଜଣେ ଭଲ ଅଭିନେତ୍ରୀ ନୁହେଁ ବରଂ ଜଣେ ଭଲ ମଣିଷ ମଧ୍ୟ ଅନ୍ୟ ମାନଙ୍କ ର ସାହାଯ୍ୟ କରିବା ପାଇଁ ସେ ସଦାବେଳେ ପ୍ରସ୍ତୁତ ଥାଆନ୍ତି।

୨- ଦ୍ୱିତୀୟ ଅଭିନେତା ହେଉଛନ୍ତି ଶୁସାଙ୍କ ଭ୍ୟାସ। ଶୁସାଙ୍କ ଜଣେ ମଧ୍ୟ ଟିଭି ଜଗତର ଜଣେ ସଫଳ ଅଭିନେତା।ସେ ବାଲିକା ବଧୂ ଧାରାବାହିକ ରୁ ଲୋକ ପ୍ରିୟତା ହାସଲ କରିଥିଲେ। ସେ ମଧ୍ୟ ମିତାଲି ଙ୍କୁ ବହୁତ ପସନ୍ଦ କରନ୍ତି । ଏମାନେ ରୂପ ମର୍ଦ କା ନୟା ସ୍ୱରୂପ ରେ ଏକାଠି ଅଭିନୟ କରିଥିଲେ। ଏବଂ ମିତାଲି ଙ୍କର ଭଲ ବ୍ୟବହାର ତାଙ୍କୁ ବହୁତ ପସନ୍ଦ ଆସିଥିଲା। ଯେବେ ଶୁସାଙ୍କ ଙ୍କୁ ହାତରେ କ୍ଷତ ହୋଇଥିଲା ସେତେବେଳେ ସେ ଏକ ଭଲ ମିତ୍ର ଭାବରେ ତାଙ୍କ ର ସାହାର୍ଯ୍ୟ କରିଥିଲେ। ଏବଂ ସେ ମିତାଲିଙ୍କର ବହୁତ ପ୍ରଶଂସା ମଧ୍ୟ କରନ୍ତି।

୩- ତୃତୀୟ ଅଭିନେତା ହେଉଛନ୍ତି ନିଲ ଭଟ୍ଟ। ନିଲ ଭଟ୍ଟ ଏହି ଗୁମ ହେ କିସି କେ ପ୍ୟାର ମେ ଧାରାବାହିକ ରେ ଖୁବ ଲୋକ ପ୍ରିୟତା ହାସଲ କରିଛନ୍ତି। ସେ ମଧ୍ୟ ମିତାଲି ନାଗ ଙ୍କୁ ବହୁତ ପସନ୍ଦ କରନ୍ତି। ଏବଂ ଏହି ଧାରାବାହିକ ରେ ମିତାଲି ନାଗ ମଧ୍ୟ ଅଭିନୟ କରୁଛନ୍ତି। ଏବଂ ସେ ନିଜର ଚରିତ୍ର କୁ ଖୁବ ଭାବରେ ପରଦା ରେ ପରିବେଷଣ କରୁଛନ୍ତି। ଏବଂ ନିଲ ମଧ୍ୟ ମିତାଲି ଙ୍କର ବହୁତ ପ୍ରଶଂସା କରନ୍ତି ଏବଂ ତାଙ୍କୁ ପସନ୍ଦ ମଧ୍ୟ କରନ୍ତି।

୪- ଚତୁର୍ଥ ଅଭିନେତା ହେଉଛନ୍ତି ସଂକଳ୍ପ ପରଦେଶୀ। ସଂକଳ୍ପ ମିତାଲି ଙ୍କର ବାସ୍ତବ ଜୀବନର ଜୀଵନ ସାଥୀ। ସଂକଳ୍ପ ଯେବେ ମିତାଲି ଙ୍କୁ ବମ୍ବେ ରେ ପ୍ରଥମ ଥର ଦେଖିଥିଲେ ସେତେବେଳେ ହିଁ ସେ ତାଙ୍କୁ ବହୁତ ପସନ୍ଦ ଆସିଥିଲେ। କେବଳ ତାଙ୍କ ବ୍ୟବହାର ପାଇଁ। ଏବଂ ଅନ୍ୟକୁ ସାହାଯ୍ୟ କରିବା ପାଇଁ ସେ ମିତାଲି ଙ୍କୁ ଖୁବ ପସନ୍ଦ କରନ୍ତି।