ଶାସ୍ତ୍ରରେ ଏହି ସବୁ ଜିନିଷକୁ ହଜାଇବାକୁ ମାନିଥାନ୍ତି ଅଶୁଭ, ଏହାକୁ ହଜାଇଲେ ଜୀବନରେ ଦେଖାଦେଇଥାଏ ଅସୁବିଧା

ଆମର ଶାସ୍ତ୍ରରେ ସୁନା ଓ ଚାନ୍ଦିର ଧାତୁକୁ ବହୁତ ଶୁଭ ବୋଲି କୁହାଯାଇଛି ଓ ଏମିତି କୁହାଯାଏ କି ଏହି ଧାତୁକୁ କିଣିବା ଦ୍ଵାରା ମଣିଷକୁ ଧନ ସମ୍ପତିର ଲାଭ ହୋଇଥାଏ । ସୁନା ଦ୍ଵାରା ପ୍ରସ୍ତୁତ ବିଭିନ୍ନ ଆଭୂଷଣ ବାଜାରରେ ବିକ୍ରି ହୋଇଥାଏ ଓ ଲୋକମାନେ ବିବାହ ଓ ବିଭିନ୍ନ ଶୁଭ କାର୍ଯ୍ୟରେ ବି ଏହି ସବୁକୁ କ୍ରୟ କରିଥାନ୍ତି ।

ସୁନା ହଜାଇବା ହୋଇଥାଏ ଅଶୁଭ

ସୁନାକୁ ମାତା ଲକ୍ଷ୍ମୀଙ୍କର ରୂପ ବୋଲି କୁହାଯାଏ । ଜ୍ୟୋତିଷଙ୍କ ଅନୁସାରେ ଯଦି ସୁନା ହଜିଯାଏ ତେବେ ମାତା ଲକ୍ଷ୍ମୀ ରାଗି ଯାଆନ୍ତି ଓ ଏହାର ପ୍ରଭାବ ଗୁରୁ ଗ୍ରହ ଉପରେ ପଡିଥାଏ । କାରଣ ସୁନାର ସମ୍ପର୍କ ଗୁରୁ ଗ୍ରହ ସହ ହୋଇଥାଏ ଓ ସୁନାର ଆଭୂଷଣ ହଜାଇବା ଦ୍ଵାରା ଗୁରୁ ଗ୍ରହ ଆପଣଙ୍କୁ ଅଶୁଭ ପରିଣାମ ଦେଇଥାଏ ।

ସୁନାର ଆଭୂଷଣ ହଜାଇବା ଦ୍ଵାରା ଜୀବନ ଉପରେ ପଡୁଥିବା ଖରାପ ପ୍ରଭାବ –

ନାକର ନଥ ହଜାଇବା

କେତେକ ମହିଳାମାନେ ନାକର ନଥ ମାନେ ନୋଜ ରିଙ୍ଗ ପିନ୍ଧିଥାନ୍ତି । ଯଦି କୌଣସି ମହିଳାର ନୋଜ ରିଙ୍ଗ ହଜିଯାଏ ତେବେ ସେହି ମହିଳାଙ୍କୁ ଆସୁଥିବା ଦିନରେ ମାନ – ସମ୍ମାନ ସହ ଜଡିତ ସମସ୍ୟା ସହିବାକୁ ପଡିବ । କହିବାକୁ ଗଲେ ମହିଳା ମାନଙ୍କର ନୋଜ ରିଙ୍ଗକୁ ମାନ – ସମ୍ମାନ ସହ ଯୋଡା ଯାଇଥାଏ ।

କାନର ଝୁମୁକା

କୌଣସି ବିବାହିତ ମହିଳାଙ୍କ ପାଇଁ କାନର ଝୁମୁକା ହଜାଇବା ଶୁଭ ହୋଇ ନ ଥାଏ । ଶାସ୍ତ୍ର ଅନୁସାରେ କାନର ଝୁମୁକା ହଜାଇବା ଦ୍ଵାରା ଖରାପ ଘଟଣା ସହ ସମ୍ବନ୍ଧିତ ହୋଇଥାଏ । ଯାହାର କାନର ଝୁମୁକା ହଜିଯାଏ ତାହାକୁ ଭବିଷ୍ୟତରେ ବିଭିନ୍ନ ଖରାପ ଖବର ଶୁଣିବାକୁ ମିଳିଥାଏ ।

ମୁଣ୍ଡର ଟୀକା

ରାଜସ୍ଥାନ ଓ ଦକ୍ଷିଣ ଭାରତର ବିବାହିତ ମହିଳାମାନଙ୍କୁ ମୁଣ୍ଡରେ ଟୀକା ପିନ୍ଧିବା ଜରୁରୀ ହୋଇଥାଏ । ଯଦି ସୁନାର ମୁଣ୍ଡ ଟୀକା ହଜିଯାଏ ତେବେ ଏହା ଦ୍ଵାରା ଲୋକମାନଙ୍କର ଜୀବନରେ ଚିନ୍ତା ବଢିଯାଏ ।

ଚୁଡି

ଯଦି କୌଣସି ମହିଳାର ସୁନାର ଚୁଡି ହଜିଯାଏ ତେବେ ବୁଝି ଯାଆନ୍ତୁ କି ତାହାର ଜୀବନରେ ବହୁତ ବଡ ଦୁର୍ଘଟଣା ଘଟିବାର ଅଛି ଓ ଦୁର୍ଘଟଣା କାରଣରୁ ତାକୁ ଆଘାତ ବି ଲାଗି ପାରେ ।

ପାଉଁଜି

ଜ୍ୟୋତିଷଙ୍କ ଅନୁସାରେ ଯଦି କୌଣସି ମହିଳାଙ୍କର ଚାନ୍ଦି ଦ୍ଵାରା ପ୍ରସ୍ତୁତ ପାଉଁଜି ହଜିଯାଏ ତେବେ ସେହି ମହିଳାଙ୍କର ଅପମାନ ହେବାର ସମ୍ଭାବନା ଅଛି । ଏହା ଛଡା ଏହା ଜୀବନରେ କୌଣସି ଦୁର୍ଘଟଣାର ସଂକେତ ବି ଦେଇଥାଏ ।

ମୁଦି ହଜିଯିବା

ସୁନା କିମ୍ବା ଚାନ୍ଦି ନିର୍ମିତ ମୁଦି ଯଦି ହଜିଯାଏ ତେବେ ତାହା ଶୁଭ ହୋଇ ନ ଥାଏ । ମୁଦି ମଣିଷର ସ୍ୱାସ୍ଥ୍ୟ ସହ ସମ୍ବନ୍ଧିତ ହୋଇଥାଏ । ମୁଦି ହଜିଯିବା ମାନେ ଆସନ୍ତା ଦିନରେ ମନୁଷ୍ୟର ସ୍ୱାସ୍ଥ୍ୟ ଖରାପ ହୋଇପାରେ ।

ବେକର ହାର କିମ୍ବା ଚେନ ହଜିଯିବା

ଯଦି କୌଣସି ବ୍ୟକ୍ତିର ସୁନାର ଚେନ ହଜିଯାଏ ତେବେ ସେହି ବ୍ୟକ୍ତିର ଜୀବନରେ ଆସୁଥିବା ସୁଖ କମ ହୋଇଯାଏ ଓ ତାହାକୁ ସମସ୍ୟାର ସାମନା କରିବାକୁ ପଡିଥାଏ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।